ରାଜ୍ୟ

ହିନ୍ଦୁ ଏକତା ମଞ୍ଚ ଭାରତ ପକ୍ଷରୁ “ଆମ ଧର୍ମ ଆମ ସଂସ୍କୃତି” ପୁସ୍ତକର ଲୋକାର୍ପଣ ଉତ୍ସବ।ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର

ନୂଆବଜାର ପରିସରରେ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଜେନା ଙ୍କ ଦ୍ଵାରା ରଚିତ “ଆମ ଧର୍ମ ଆମ ସଂସ୍କୃତି” ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଓଡ଼ିଆ ସାହିତ୍ୟର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିଥିଲେ।ମାନ୍ୟବର ମନ୍ତ୍ରୀ ତାଙ୍କ ଭାଷଣରେ ଓଡ଼ିଆ ଅସ୍ମିତା, ଆମ ସଂସ୍କୃତି ଓ ପରମ୍ପରା କୁ ସୁଦୃଢ଼ କରିବା ପାଇଁ ଏହିଭଳି ପୁସ୍ତକର ଆବଶ୍ୟକତା ଉପରେ ଗୁରୁତ୍ବ ଆରୋପ କରିଥିଲେ।ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମନୋଜ ରଞ୍ଜନ ସେଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ବୈଷ୍ଣବ ଚରଣ ସାମଲ ତାଙ୍କ ବକ୍ତବ୍ୟରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ବିଷୟରେ ଆଲୋଚନା କରିଥିଲେ। ସମ୍ମାନନୀୟ ଅତିଥି ଭାବେ ଡକ୍ଟର ପବିତ୍ର ମୋହନ ସାମନ୍ତରାୟ ଓ ବାବା ବିଶ୍ଵନାଥ ଦାସ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।ଏହି କାର୍ଯ୍ୟକ୍ରମରେ ଅନେକ ବୁଦ୍ଧିଜୀବୀ ଏବଂ କାର୍ଯ୍ୟକର୍ତ୍ତା ତେଜ଼ପାଳ ଧେନୁକା ଡକ୍ଟର ପଦ୍ମଲୋଚନ ନାୟକ ସନ୍ତୋଷ ସାହୁ ରୋଜାଲିନ ବସ୍ତିଆ ରଘୁନାଥ ବାରିକ ସୁଶାନ୍ତ ପାତ୍ର ପ୍ରଦୀପ୍ତ ଆଚାର୍ଯ୍ୟ ଟୁଟୁ ପାତ୍ର ବ୍ରଜକିଶୋର ଜେନା,ଟୁଟୁ ନନ୍ଦ ସୁଶୀଲ ପାଲ ସୁଶୀଲ ପ୍ରଧାନ ରମାକାନ୍ତ ନାୟକ ମନୋଜ ପଣ୍ଡା କୁଞ୍ଜ ମୋହନ ସେଠି ରୀନା ଶତପଥି କୈଳାଶ ବସ୍ତିଆ ପୃଥ୍ୱୀରାଜ ରାଉତ ଡକ୍ଟର ପ୍ରଭାତ କୁମାର ସାହୁ ଜୟନ୍ତ ଦାସବାବୁ ଖଟୁଆ, ଡାକ୍ତର ଅକ୍ଷୟ ମିଶ୍ର କାମଦେବ ପାତ୍ର ରାଜେନ୍ଦ୍ର ମହାପାତ୍ର, ପ୍ରଣାକୃଷ୍ଣ ଜେନା ପ୍ରଭାତ ମହାପାତ୍ର ହୃଷିକେଶ ନନ୍ଦ ଜୟନ୍ତୀବାଳା ମହାନ୍ତି ମନୋରଞ୍ଜନ ମହାନ୍ତି, ନୃସିଂହ ଚରଣ ସାମଲ ନିଗମ ଜେନା ପ୍ରଭୃତି ଅଂଶ ଗ୍ରହଣ କରିଥିଲେ ଅଂଶଗ୍ରହଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ନାୟକ, କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ଲଳିତେନ୍ଦୁ କାନୁନଗୋ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପାଢ଼ୀ,ଉପସ୍ଥିତ ରହିଥିଲେ। ପ୍ରଫେସର ଶ୍ରୀଯୁକ୍ତ ଅର୍ଜୁନ ଚରଣ ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *