ରାଜ୍ୟ

ମଝି ସମୁଦ୍ରରୁ କୋଟିଏ ଟଙ୍କାର ଗୁଆ ଧରିଲେ ଭାରତୀୟ ତଟରକ୍ଷୀ ବାହିନୀ

ମଝି ସମୁଦ୍ରରେ ବାଂଲାଦେଶ-ଭାରତ ସୀମାରେଖାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଏକ ମାଛଧରା ବୋଟକୁ ଜବତ କରିଛି ଭାରତୀୟ ତଟରକ୍ଷୀ ବାହିନୀ। ମାଛଧରା ବୋଟରେ ଥିବା ୧୪ ଜଣଙ୍କୁ ଅଟକ ରଖାଯିବା ସହ ଚୋରା ଚାଲାଣ ହେଉଥିବା ପ୍ରାୟ କୋଟିଏ ଟଙ୍କାର ଗୁଆ ଜବତ କରାଯାଇଛି। ବୋଟ ସହ ସମସ୍ତ ଜବତ ସାମଗ୍ରୀ ଓ ଅଟକ ମତ୍ସ୍ୟଜୀବୀଙ୍କୁ ପାରାଦୀପ ଅଣା ଯାଇଥିବା ବେଳେ ସୀମାଶୁଳ୍କ ବିଭାଗକୁ ହସ୍ତାନ୍ତର କରାଯାଇଛି।

ତଟରକ୍ଷୀ ବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସମୁଦ୍ରରେ ଗତିବିଧି ଉପରେ ନଜର ରଖା ଯାଇଥିବା ବେଳେ ଗତକାଲି ସକାଳେ ପଶ୍ଚିମବଙ୍ଗର ଅନ୍ତର୍ଜାତୀୟ ସୀମାରେଖାରେ ସନ୍ଦିଗ୍ଧ ଅବସ୍ଥାରେ ଚଳାଚଳ କରୁଥିବା ମାଛଧରା ବୋଟକୁ ତଟରକ୍ଷୀ ବାହିନୀ ସୁରକ୍ଷାକର୍ମୀମାନେ କାବୁ କରିଥିଲେ। ମାଛଧରା ବୋଟର ନାଁ ଆଇଏଫବି ମା’ ବାସନ୍ତୀ ହୋଇଥିବା ବେଳେ ପଶ୍ଚିମବଙ୍ଗର କାକଦୀପ ମାଛଧରା ବନ୍ଦରରେ ରେଜିଷ୍ଟ୍ରେସନ ହୋଇଛି।

Leave a Reply

Your email address will not be published. Required fields are marked *