ରାଜ୍ୟ

ଲିଙ୍ଗରାଜ ମହୋତ୍ସବ ଉଦ୍‌ଯାପନ ଦିବସରେ ସନ୍ଧ୍ୟା ଚିତାକର୍ଷକ ନୃତ୍ୟ

ଭୁବନେଶ୍ଵର,୧୦/୪(), ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚିତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରଥମେ ପଦ୍ମଶ୍ରୀ ଗୁରୁ ଦୁର୍ଗା ଚରଣ ରଣବୀର ଓ ସାଥୀଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟରେ ପରିବେଷଣ କରିଥିଲେ। ପରେ ହାସ୍ୟ ଅଭିନେତା ପପୁ ପମପମ କମେଡି କରିଥିଲେ। ପରେ ଓଡିଶୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଓଡିଶୀ ନୃତ୍ୟ, ଶିଳ୍ପୀକା ଅନୁଷ୍ଠାନ ପକ୍ଷରୁ କ୍ରି୍ଏଟିଭ ନୃତ୍ୟ, ପରେ କୋଲକାତାର ଆଦି ନୃତ୍ୟ କଳା ଏକାଡେମୀ ପକ୍ଷରୁ କ୍ରି୍ଏଟିଭ ନୃତ୍ୟ, ଟୂବୁଲା ଦାସଙ୍କ ନିର୍ଦେଶନାରେ କ୍ରି୍ଏଟିଭ ନୃତ୍ୟ, ପରେ ଅସାମର ରୁପମ ଶର୍ମା ଓ ସାଥୀଙ୍କ ଦ୍ବାରା ବିହୁ ନୃତ୍ୟ ଓ ଶେଷରେ ପଦ୍ମଶ୍ରୀ ଗୁରୁ ଉତ୍ସବ ଦାସଙ୍କ ଘୋଡ଼ା ନାଚ ମନ ମୁଗ୍ଧ କରିଥିଲା। ଏଥିରେ ଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ସାଂସଦ ତଥା ଇଷ୍ଟର୍ଣ ମିଡ଼ିଆ ଅଧ୍ୟକ୍ଷ ସୋମ୍ୟ ରଞ୍ଜନ ପଟ୍ଟନାୟକ, ବିଧାୟକ ବାବୁ ସିଂ, ବିଧାୟକ ପ୍ରଶାନ୍ତ ଜଗଦେବ, ବରିଷ୍ଠ ବିଜେପି ନେତା ତଥା ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ସଭାପତି ସମୀର ମହାନ୍ତି, ପୂର୍ବତନ ମୁମ୍ବାଇ କମିଶନର ଅରୂପ ପଟ୍ଟନାୟକ, ରାଷ୍ଟ୍ରୀୟ ପତ୍ରକାର ମହାସଂଘ ସଭାପତି ଡ଼ ପବିତ୍ର କୁମାର ସାମନ୍ତରାୟ, ଏମବିଶି ଟିଭି ମୁଖ୍ୟ ବଦ୍ରି ପଟ୍ଟନାୟକ, ଭି ନାଗେଶ୍ୱର ରାଓ,
ପ୍ରମୁଖ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ସନତ୍ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ପ୍ରତିଭା ପଣ୍ଡାଙ୍କ ନିର୍ଦେଶନାରେ ବାସୁଦେବ ନାଥ ଏହାକୁ ସଂଯୋଜନା କରିଥିଲେ । ଏଥିରେ ଅନୁଷ୍ଠାନର କୋଷାଧକ୍ଷ ରତିକାନ୍ତ ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ମୁଖପାତ୍ର ଲିଙ୍ଗରାଜ ସାହୁ, ରଶ୍ମି ମହାପାତ୍ର, ମ୍ୟାନେଜର ବିଶ୍ବନାଥ ମହାପାତ୍ର, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ସୁଧୀର ରଞ୍ଜନ ଜେନା, ପ୍ରମୋଦ ଦାସ, ଗଣେଶ ପାଲ, ପ୍ରତାପ ପଟ୍ଟନାୟକ, ତପନ ମହାସୁଆର, ଦେବାଶିଷ ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ଅତିଥିମାନେ କଳାକାରଙ୍କୁ ଓ ରୁକୁଣା ରଥ ନିର୍ମାଣ୍ଣ କରିଥିବା ମହାରଣା ସେବାୟତ, ଖରଡ଼ା ସେବାୟତ, ଦର୍ଜି ସେବାୟତ, ଆପଟିଆ ସେବାୟତ, ପୂଜପଣ୍ଡା ନିଯୋଗ, ବଡ଼ୁ ନିଯୋଗ, ବ୍ରାହ୍ମଣ ନିଯୋଗ, ସମର୍ଥା ନିଯୋଗ ପ୍ରତିନିଧି, ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରଚାର ପାଇଁ ସୁଶାନ୍ତ କୁମାର ସେଠୀ, ରଥ କଲେସୀ ବାବୁ ଖୁଣ୍ଟିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *