ରାଜ୍ୟ

ଆଇପିଏଲ : ହାଇଦ୍ରାବାଦ ଆଗରେ ୨୪୬ ରନର ଲକ୍ଷ୍ୟ ରଖିଲା ପଞ୍ଜାବ

ହାଇଦ୍ରାବାଦ : ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୨୭ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଆଗରେ ୨୪୬ ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ପଞ୍ଜାବ କିଙ୍ଗସ୍ । 

ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନିଜର ନିଷ୍ପତ୍ତିକୁ ଉଚିତ ପ୍ରମାଣିତ କରି ପଞ୍ଜାବର ବ୍ୟାଟ୍ସମ୍ୟାନମାନେ ଆରମ୍ଭରୁ ହିଁ ବିସ୍ଫୋରକ ବ୍ୟାଟିଂ କରି ଦ୍ରୁତ ଗତିରେ ସ୍କୋରକୁ ଆଗେଇନେଇଥିଲେ । ଦୁଇ ଓପନର ପ୍ରୟାଂଶୁ ଆର୍ଯ୍ୟା ଓ ପ୍ରଭସିମରନ ସିଂ ଯଥାକ୍ରମେ ୩୬ ଓ ୪୨ ରନ କରିଥିଲେ । ଅଧିନାୟକ ଶ୍ରେୟସ ଆୟର ମାତ୍ର ୩୬ ବଲରେ ୮୨ ରନ କରିଥିଲେ । ନେହାଲ ଓ୍ବାଧେରା ୨୭ ଓ ମାର୍କସ ଷ୍ଟୋଇନିସ୍ ୩୪ ରନ କରିଥିଲେ । ମାତ୍ର ଗ୍ଲେନ ମାକ୍ସଓ୍ବେଲଙ୍କ ଖରାପ ଫର୍ମ ଜାରି ରହିଛି ଓ ସେ ମାତ୍ର ୩ ରନ କରି ଆଉଟ ହୋଇଥିଲେ । ହାଇଦ୍ରାବାଦ ପକ୍ଷରୁ ହର୍ଷଲ ପଟେଲ ୪ଟି ଓ ଇଶାନ୍ତ ମାଲିଙ୍ଗା ୨ଟି ଓ୍ବିକେଟ ନେଇଥିଲେ । 

Leave a Reply

Your email address will not be published. Required fields are marked *