ଦେଶ- ବିଦେଶ

ୟୁକ୍ରେନ୍ ହେବ ଦୁଇ ଭାଗ!

ଟ୍ରମ୍ପ୍‌ଙ୍କ ପ୍ରତିନିଧି ଜେନେରାଲ କିଥ୍ କେଲଗ କହିଛନ୍ତି , ରୁଷିଆ ସହିତ ଶାନ୍ତି ଚୁକ୍ତି ପରେ ୟୁକ୍ରେନ୍ ଦ୍ୱିତୀୟ ବିଶ୍ୱଯୁଦ୍ଧର ଜର୍ମାନୀ ପରି ବିଭାଜିତ ହୋଇପାରେ। ପ୍ରସ୍ତାବରେ ଏହା ମଧ୍ୟ କୁହାଯାଇଛି ଯେ, ୟୁକ୍ରେନରେ ବ୍ରିଟିଶ ଏବଂ ଫ୍ରାନ୍ସ ସୈନ୍ୟଙ୍କୁ ମୁତୟନ କରାଯିବ…

ମସ୍କୋ: ଶାନ୍ତି ଯୋଜନାର ଅଂଶ ଭାବରେ “ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବର୍ଲିନ ପରି” ୟୁକ୍ରେନ୍‌କୁ ବିଭକ୍ତ କରାଯାଇପାରେ ବୋଲି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତିନିଧି ପରାମର୍ଶ ଦେଇଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀର ବର୍ଲିନକୁ ବିଭାଜନ କରାଯାଇଥିଲା। ଜର୍ମାନୀ ଦୁଇଭାଗ ହୋଇଯାଇଥିଲା।

ଜେନେରାଲ କିଥ୍ କେଲୋଗ୍ ପ୍ରସ୍ତାବ ଦେଇଥିଲେ ଯେ, ବ୍ରିଟେନ୍ ଏବଂ ଫ୍ରାନ୍ସ ପଶ୍ଚିମ ୟୁକ୍ରେନ୍‌ର ଜୋନ୍ ନିୟନ୍ତ୍ରଣ କରିବାରେ ନେତୃତ୍ୱ ନେଇପାରିବେ, ରୁଷିଆ ଆକ୍ରମଣକୁ ରୋକିବା ପାଇଁ “ଉତ୍ପେରକ” ଭାବରେ କାର୍ଯ୍ୟ କରିପାରିବେ। ଏହାର ଅର୍ଥ ହେବ ଯେ, ୟୁକ୍ରେନ୍‌ର ପୂର୍ବ ଭୂମିର ୨୦ପ୍ରତିଶତ, ଯାହା ରୁଷିଆ ପୂର୍ବରୁ ଦଖଲ କରିସାରିଛି, ଭ୍ଲାଡିମିର ପୁଟିନଙ୍କ ନିୟନ୍ତ୍ରଣରେ ରହିବ। ଦୁଇ ପକ୍ଷ ମଧ୍ୟରେ ୟୁକ୍ରେନୀୟ ସୈନ୍ୟ ରହିବେ, ଯେଉଁମାନେ ପ୍ରାୟ ୧୮ ମାଇଲ ବ୍ୟାପୀ ଏକ ଡିମଲିଟାରାଇଜଡ୍ ଜୋନ୍ (ଡିଏମଜେଡ) ପଛରେ କାର୍ଯ୍ୟ କରିବେ।

୮୦ ବର୍ଷୀୟ କେଲୋଗ କହିଛନ୍ତି ଯେ ଡ୍ନିପରର ପଶ୍ଚିମରେ ଏକ ଆଙ୍ଗ୍ଲୋ-ଫ୍ରାନ୍ସ ନେତୃତ୍ୱାଧୀନ ବାହିନୀ ଭ୍ଲାଦିମିର ପୁଟିନଙ୍କ ଶାସନ ପାଇଁ ଆଦୌ ଉତ୍ତେଜନା ସୃଷ୍ଟି କରିବ ନାହିଁ। ସେ କହିଛନ୍ତି ଯେ, ୟୁକ୍ରେନ ଭଳି ବଡ଼ ଅଞ୍ଚଳରେ ଯୁଦ୍ଧବିରତି ଲାଗୁ କରିବା ପାଇଁ ବହୁ ସ‌ୈନ୍ୟଙ୍କୁ ମୁତୟନ କରାଯିବ।

ସେ କହିଛନ୍ତି, ୟୁକେ-ଫ୍ରାନ୍ସ ସୈନ୍ୟବାହିନୀ ଡିନିପ୍ରୋ ନଦୀର ପଶ୍ଚିମରେ ରହିବେ, ଯାହା ଏକ ପ୍ରମୁଖ ପ୍ରତିବନ୍ଧକ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଆମେରିକା ଏହି ଅଞ୍ଚଳଗୁଡ଼ିକରେ କୌଣସି ସୈନ୍ୟ ମୁତୟନ କରିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି, ୧୮ ମାଇଲ ବ୍ୟାପୀ ଡିମଲିଟାରାଇଜଡ୍ ଜୋନ୍, ଯାହାକୁ ବର୍ତ୍ତମାନର ସୀମା ରେଖା ସହିତ ଲାଗୁ କରାଯିବ, ତାହାକୁ ବହୁତ ସହଜରେ ନିରୀକ୍ଷଣ କରାଯାଇପାରିବ।

ଗତ ମାସରେ, ପୁଟିନଙ୍କ ବିଶ୍ୱସ୍ତ ରୁଷୀୟ ବୈଦେଶିକ ମନ୍ତ୍ରୀ ସେରଗେ ଲାଭରୋଭ ଜୋର୍ ଦେଇ କହିଥିଲେ ଯେ, କ୍ରେମଲିନ୍ କୌଣସି ପରିସ୍ଥିତିରେ ନାଟୋ ରାଷ୍ଟ୍ରର ଶାନ୍ତିସେନା ବାହିନୀକୁ ଗ୍ରହଣ କରିବ ନାହିଁ।

Leave a Reply

Your email address will not be published. Required fields are marked *