୭୭ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସନ୍ଧ୍ୟାରେ ଉତ୍କଳ ମଣ୍ଡପ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୩ ଜଣ ବ୍ୟକ୍ତିବିଶେଷଙ୍କୁ ରାଜଧାନୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି
୭୭ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସନ୍ଧ୍ୟାରେ ଉତ୍କଳ ମଣ୍ଡପ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୩ ଜଣ ବ୍ୟକ୍ତିବିଶେଷଙ୍କୁ ରାଜଧାନୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଅବସରରେ ସମାଜ ସେବା କ୍ଷେତ୍ରରେ ଶ୍ରୀ ପଦ୍ମ ଚରଣ ନାୟକ, ଡାକ୍ତରୀ ସେବା କ୍ଷେତ୍ରରେ ଡଃ ପ୍ରଦୀପ କୁମାର ରଥ, କ୍ରୀଡାରେ ପ୍ରତ୍ୟାଶ୍ୟା ରାୟ, ଶିଳ୍ପ କ୍ଷେତ୍ରରେ ଡଃ ଜୟ ଶଙ୍କର ଦାସ, ବିଜ୍ଞାନରେ ଡଃ ଶଶାଙ୍କ ଶେଖର ସ୍ୱାଇଁ,ସଙ୍ଗୀତରେ ଶ୍ରୀ ଧନେଶ୍ୱର ସ୍ୱାଇଁ, ଅଭିନୟରେ ଶ୍ରୀ ପ୍ରଜ୍ଞାନ ରଞ୍ଜନ ଖଟୁଆ ଓ ସୁଶ୍ରୀ ସୁମନ ପଟ୍ଟନାୟକ, ଶିକ୍ଷାଦାନରେ ଶ୍ରୀ କାର୍ତ୍ତିକ ଚନ୍ଦ୍ର ବେହେରା, ଟ୍ରାଫିକ ନିୟନ୍ତ୍ରଣରେ ବିଶେଷ ସଫଳତା ପାଇଁ ସୁଶ୍ରୀ ମାମାଲି ଜେନା, ସେବିକା ଭାବେ ସୁଶ୍ରୀ ଅମିତା ପାତ୍ର, ଅଙ୍ଗନୱାଡି କର୍ମୀ ଶକୁନ୍ତଳା ସାହୁ ଓ ସଫେଇ କର୍ମୀ ଶ୍ରୀ ଜାକବ ପ୍ରଧାନ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରିଯାଇଥିଲା ।

ସେହିଭଳି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତାରେ କୃତୀ ଅନୁଷ୍ଠାନ ଗୁଡିକୁ ମଧ୍ୟ ପୁରସ୍କୃତ କରାଯାଇଛି । ସରକାରୀ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ସୟଦ ମମତାଜ ଅଲ୍ଲୀ ସରକାରୀ ଉଚ୍ଚବିଦ୍ୟାଳୟ, ଯଦୁପୁର ପ୍ରଥମ, ୟୁନିଟ -୪ସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟ ଦ୍ଵିତୀୟ ଏବଂ ୟୁନିଟ-୯ସ୍ଥିତ ସରକାରୀ ବାଳକ ଉଚ୍ଚବିଦ୍ୟାଳୟକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି। ସେହିଭଳି ବେସରକାରୀ ବିଦ୍ୟାଳୟ ସ୍ତରରେ ବକ୍ସି ଜଗବନ୍ଧୁ ଇଂଲିଶ ମିଡିୟମ ସ୍କୁଲ ଓ ୟୁନିଟ -୮ ଡ଼ିଏଭି ପବ୍ଲିକ ସ୍କୁଲ ଯୁଗ୍ମ ପ୍ରଥମ, ସେଣ୍ଟ ଜାଭିୟର ହାଇସ୍କୁଲ, କେଦାରଗୌରୀ ଓ ପୋଖରୀପୁଟ ଡ଼ିଏଭି ପବ୍ଲିକ ସ୍କୁଲ ଯୁଗ୍ମ ଦ୍ଵିତୀୟ ଏବଂ ସେଣ୍ଟ ଜୋସେଫ ହାଇସ୍କୁଲ ଓ ବ୍ଲୋସମ ସ୍କୁଲ ଯୁଗ୍ମ ତୃତୀୟ ଭାବେ ପୁରସ୍କୃତ ହୋଇଛନ୍ତି । ସେହିଭଳି ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ସତ୍ୟ ସାଇ ମହିଳା ମହାବିଦ୍ୟାଳୟ ପ୍ରଥମ, ମହର୍ଷି ମହାବିଦ୍ୟାଳୟ ଦ୍ଵିତୀୟ, ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟକୁ ତୃତୀୟ ସ୍ଥାନ ଭାବେ ପୁରସ୍କୃତ କରାଯାଇଛି । ଅନ୍ୟପକ୍ଷରେ ଆଜି ସକାଳେ ଅନୁଷ୍ଠିତ ବେସାମରିକ ପରେଡ ପ୍ରତିଯୋଗିତାରେ ସୈନିକ ସ୍କୁଲ ପ୍ରଥମ, ଏନ୍ ସି ସି ଆର ଆଣ୍ଡ ଭି ସ୍କ୍ବାଡ୍ରନ୍ ଦ୍ଵିତୀୟ, ଡିଏଭି ପବ୍ଲିକ ସ୍କୁଲ, ୟୁନିଟ୍ ୮ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ପୁରସ୍କୃତ କରାଯିବା ସହ ସିଆରପିଏଫ୍ ବ୍ୟାଣ୍ଡ ଓ ଆର୍ମି ଏୟାର ଡିଫେନ୍ସ ବ୍ୟାଣ୍ଡକୁ ସ୍ଵତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା