ରାଜ୍ୟ

୧୯ ଏପ୍ରିଲରେ ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

ଭୁବନେଶ୍ୱର: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏପ୍ରିଲ ୧୯ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୋମବାର ସୂଚନା ଦେଇଛନ୍ତି।

ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ସେ କହିଛନ୍ତି ଯେ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ଏପ୍ରିଲ ୧୯ ତାରିଖରେ ଭୁବନେଶ୍ୱର ଆସି ବରମୁଣ୍ଡା ଗ୍ରାଉଣ୍ଡରେ ରାଜ୍ୟ ପାଇଁ ଅନେକ ଜାତୀୟ ରାଜପଥ ପ୍ରକଳ୍ପର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।ସେ କହିଛନ୍ତି ଯେ, ସମ୍ପ୍ରତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ରାଜ୍ୟ ଗସ୍ତରେ ଆସି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) ଆରମ୍ଭ କରିଥିଲେ।  ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାର ଗୁରୁତ୍ବ ଦେଉଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *