ଓଡ଼ିଶାରେ ଲୁଚିଥିଲେ ଦଙ୍ଗାକାରୀ ! ଝାରସୁଗୁଡାରୁ ୨ ଅପରାଧୀ ଗିରଫ, ୬ ଅଟକ
ଭୁବନେଶ୍ବର: ମୁର୍ଶିଦାବାଦ ହିଂସାକାଣ୍ଡ ଘଟଣାରେ ଓଡିଶାର ଲିଙ୍କ୍ । ଝାରସୁଗୁଡାରେ ଲୁଚିଥିଲେ ୬ ଜଣ ଅଭିଯୁକ୍ତ । ମୁର୍ଶିଦାବାଦ ପୋଡଜଳା ଏବଂ ଦଙ୍ଗା ମାମଲାରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ଅଟକ ରଖାଯାଇଛି । ସେମାନେ ମଧ୍ୟ ମୁର୍ଶିଦାବାଦ ହିନ୍ଦୁ ବାପପୁଅ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା କୁହାଯାଉଛି । ହିଂସାକାଣ୍ଡ ପରେ ସେମାନେ ଓଡିଶା ପଳାଇ ଆସିଥିଲେ ଏବଂ ଝାରସୁଗୁଡାରେ ଲୁଚିଥିଲେ । ସେମାନଙ୍କୁ ଅଟକ ରଖିବା ସହ ବନ୍ଧୁକ ଗୁଳି ଜବତ କରାଯାଇଛି ।
ତେବେ ପଶ୍ଚିମବଙ୍ଗ ହିଂସାରେ ଓଡିଶାର ଲିଙ୍କ୍ ନେଇ ପ୍ରତିକ୍ରିୟା ରଖିଛନ୍ତି ଉତ୍ତରାଞ୍ଚଳ ଆଇଜି । କହିଛନ୍ତି ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ, ଏଯାଏଁ ୨ ଜଣଙ୍କୁ ଗିରଫ କରାଯାଇଛି, ୬ ଜଣଙ୍କୁ ଅଟକ ରଖାଯାଇଛି । ବାହାରୁ ଆସିଥିବା ଅପରାଧୀଙ୍କୁ ଏଠାରେ ଲୁଚିବାକୁ ଦିଆଯିବନି । ଅପରାଧୀଙ୍କୁ ଯିଏ ଆଶ୍ରୟ ଦେଇଥିବା ତା ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ ।