ରାଜ୍ୟ

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କଷଡାର ୭୪ ବାସନ୍ଦ ପରିବାର ।

ବଣାଇଁ/୧୪/୦୩- ଦୀର୍ଷ ଛ ବର୍ଷ ହେଲା ବଣାଇଁ ଅଞ୍ଚଳରେ ବସବାସ କରୁଥିବା ଷଡବଂଶୀ ଗୋଁଡ୍ ସମାଜ ଭିତରେ ତିକ୍ତତା ଜାରି ରହିଥିବା ଦେଖିବାକୁ ମିଳିଛି । ସମାଜର ପ୍ରମୂଖ ଭୂମିକାରେ ରହିଥିବା କେତେକ ଆତ୍ମ ଘୋଷିତ ପଦାଧିକାରୀ ନିଜର ଅନଭିଜ୍ଞ ମୌଖିକ ରୀତିନୀତି ଅନୁଯାୟୀ ସମାଜର ଜନସାଧାରଣଙ୍କୁ ସଭା ସମିତି , ଭୋଜିଭାତ ପାଇଁ ବିଭିନ୍ନ ସମୟରେ ଚାନ୍ଦା ଆଦାୟ କରିବା ଫଳରେ ଏ ପ୍ରକାର କାର୍ଯ୍ୟକୁ କଷଡା ଗୋଁଡ୍ ସମାଜ ବିରୋଧ କରିବାରୁ ବ୍ୟକ୍ତିଗତ ଶତ୍ରୁତା ରଖି ୭୪ପରିବାରକୁ ସାମାଜିକ ବାସନ୍ଦ କରିବା ଫଳରେ ଉକ୍ତ ବିଷୟକୁ ନେଇ ୭୪ପରିବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରାପ୍ତ ସୂଚନାରୁ ଜଣାଯାଏ ଯେ ଅଘୋଷିତ ସୁନ୍ଦରଗଡ ଜିଲ୍ଲାର ସଭାପତି ଶ୍ରୀମତୀ ରୀନା ମାଝୀ , ଜିଲ୍ଲା ସମ୍ପାଦକ ଦିଲ୍ଲୀପ କୁମୁରା ,ବଣାଇଁ ସର୍କଲ ସଭାପତି ଶ୍ରୀଯୁକ୍ତ ବିଶିକେଶନ ନାୟକ , ସମ୍ପାଦକ ଗୁରୁଚରଣ ନାୟକ , ଜିଲ୍ଲା ଡାଇରେକ୍ଟର କୈଳାସ ବରିହା , ସଦସ୍ୟ ଚକାଡୋଳା ବଡନାୟକ , ପବିତ୍ର ମୋହନ ନାଏକ , ସରକାରୀ ଶିକ୍ଷକ କରୁଣା କର ବେଟୀ , ତିଳୋତ୍ତମା ବେଟୀ ପ୍ରୋରୋଚନାରେ ବଣାଇଁ ଅଧିନସ୍ଥ କଷଡା ଗ୍ରାମର ୭୪ପରିବାରକୁ ବିଭିନ୍ନ ସମୟରେ ଆର୍ଥକ, ସାମାଜିକ ଏବଂ ମାନସିକ ସ୍ତରରେ କଟକଣା, ବାସନ୍ଦ ଭଳି କୁପ୍ରଥାରେ ରଖି ହଇରାଣ କରୁଥିବା ଦର୍ଶାଇ ଜିଲ୍ଲାପାଳଙ୍କ ନିକଟରେ କଷଡା ସମାଜ ଅଭିଯୋଗ କରିଛନ୍ତି । ବାର୍ଷିକ ଆୟ ବ୍ୟୟ ଏବଂ ନିକଟସ୍ଥ ଦେଓଗଡ ଜିଲ୍ଲା ର କେତେକ ପରିବାରକୁ ଅନୈତିକ ଭାବରେ ମିଶ୍ରଣ କରି ସମାଜକୁ ଏକ ମିଥ୍ୟା ବାର୍ତ୍ତା ଦେଇ ବିଭିନ୍ନ ସମୟରେ ନିଜର ଅଧିକାରର ଅଭିବ୍ୟକ୍ତିକୁ ଚାପି ଦେବାର ପ୍ରଚେଷ୍ଟାକୁ କଷଡା ସମାଜ ନାପସନ୍ଦ କରୁଥିବା ଜଣାପଡିଛି । କ୍ଷମତାର ଅପବ୍ୟବହାର କରି ସମାଜର ଜନସାଧାରଣଙ୍କ ପାଖରୁ ମୋଟା ଅଙ୍କର ଫାଇନ ଆଦାୟ କରି ନିଜ ଭିତରେ ମଦ ଏବଂ ଭୋଜିଭାତର ଆସର କରି ସମାଜ ଭିତରେ ବିଭେଦତା ସୃଷ୍ଟି କରୁଥିବା ଏଥିରୁ ଅନୁମୟ ବୋଲି କଷଡା ସମାଜ ଦାବି କରିଛି । ଆଜି ବିଧିବଦ୍ଧ ଭାବେ ସମାଜ ଗଠନର ୪୫ ବର୍ଷ ବିତିଯାଇଥିଲେ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ ପ୍ରତି ବିମୂଖ ଥିବା ଜନ ନାୟକ ମାନେ ଏ ପ୍ରକାର ବାସନ୍ଦ କଟକଣା ନିଶ୍ଚିତ ଭାବେ ଏକ ସାଂପ୍ରତାୟକ ହିଂସାକୁ ପ୍ରସୟ ଦେଉଥିବା ଅନୁମୟ ହେଉଛି । ଭାରତର ମୂଳ ସମ୍ବିଧାନରେ ଏପ୍ରକାର କୋୖଣସି ବାସନ୍ଦ କଟଣାର ପ୍ରାବଧାନ ନଥିବା ବେଳେ ବ୍ୟକ୍ତିକେନ୍ଦ୍ରିକ ଭାବରେ ଆଇନ ତିଆରି ସମାଜକୁ ବିଭାଜନ କରିବା ନିଶ୍ଚିତ ଭାବରେ ଏକ ହୀନ ଷଡଯନ୍ତ୍ର ପରିମନେ ହୁଏ । ଏହାର ବିହିତ କାର୍ଯ୍ୟନୁଷ୍ଠାନ ଏବଂ ସମାଧାନ ପାଇଁ କଷଡା ଗୋଁଡ୍ ସମାଜର ୭୪ପରିବାର ଗୁରୁଣ୍ଡିଆରେ ହୋଇଥିବା ସୁନ୍ଦରଗଡ ଜିଲ୍ଲାପାଳଙ୍କ ପ୍ରକୋଷ୍ଠକୁ ଯାଇ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ମହୋଦୟ ଅଭିଯୋଗକୁ ଗୁରୁତ୍ୱତର ସହ ବିଚାରକୁ ନେଇ ତାର ସ୍ଥାୟୀ ସମାଧାନ ପାଇଁ ଉପଜିଲ୍ଲାପାଳ ବଣେଇଁ ଏବଂ SDO ବଣାଇଁଙ୍କୁ ନିର୍ଦ୍ଧେଶ ଦେଇଥିବା ଜଣାପଡିଛି । ଉକ୍ତ ବ୍ୟକ୍ତି ବିଶେଷଙ୍କୁ ବହୁ ଶିଘ୍ର ସମନ ଜାରି କରି ଏହାର ତଥ୍ୟ ମଗାଯିବ ବୋଲି SDO ୭୪ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *