ରାଜ୍ୟ

ଅଭିଭକ୍ତ କୋରାପୁଟ ଜିଲ୍ଲା ଲେମ୍ପ୍ସ କର୍ମଚାରୀଙ୍କ ଧାରଣା I

କୋରାପୁଟ ଜିଲ୍ଲା ଜୟପୁର ଉପ ନିବନ୍ଧକ ସମବାୟ ସମୂହଙ୍କ କାର୍ଯ୍ୟାଳୟ ଆଗରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଲେମ୍ପ୍ସ କର୍ମଚାରୀଙ୍କ ଗଣ ଧାରଣାରେ ବସିଥିଲେ I କୋରାପୁଟ ଜିଲ୍ଲା ଲେମ୍ପ୍ସ କର୍ମଚାରୀ ସଙ୍ଘ ସଭାପତି, କେନ୍ଦ୍ରବ୍ୟାଙ୍କ କର୍ମଚାରୀ ଓ ସଧାରଣ ସମ୍ପାଦକ ଓଡିଶା ସମବାୟ ସମିତି ମହାଶୟ ଶ୍ରୀ ଦିଗାମ୍ବର ନାୟକଙ୍କ ଆହ୍ୱାନ କ୍ରମେ ଆଜିର ଏହି ଗଣ ଧାରଣା କରାଯାଇଥିଲା I ଅବିଭକ୍ତ କୋରାପୁଟ ଜିଲ୍ଲାର 55ଟି ଲେମ୍ପ୍ସର କାଯ୍ୟରତ କର୍ମଚାରୀ ମାନେ ଏହି ଧାରଣା ରେ ଯୋଗ ଦେଇ ନିଜ ନିଜର ଦାବୀ ପୂରଣ ନିମନ୍ତେ ଧାରଣାରେ ବସିଥିଲେ I ଦୀର୍ଘ 5 ବର୍ଷ ଧରି ଅବିଭକ୍ତ କୋରାପୁଟ ଜିଲ୍ଲାର ଲେମ୍ପ୍ସ କର୍ମଚାରୀ ମାନେ ସରକାର ଏବଂ ଚାଷୀଙ୍କ ହିତରେ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ କଲେ ମଧ୍ୟ ସରକାରଙ୍କ ଉଦାସୀନତା ରହିବାହେତୁ କର୍ମଚାରୀଙ୍କ ଦରମା ଏବଂ ପେଟ ପାଟଣାର କୌଣସି ଚିନ୍ତା କରାଯାଉ ନାହିଁ I ଏଥି ନିମନ୍ତେ ଗତ ମାସ ଫେବୃଆରୀ 24 ତାରିଖରେ ଏକ 7 ଦଫା ସମ୍ବୋଦିତ ଦାବିପତ୍ର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରିଥିଲେ I ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା କି  ମାର୍ଚ୍ଚ 10 ତାରିଖ ସୁଧା ସେମାନଙ୍କ ବହୁଳ ସମସ୍ୟାର ସମାଧାନ କରିବାକୁ l  କିନ୍ତୁ ଏହାର କୌଣସି ସମାଧାନ ନହେବା ହେତୁ ଆଜି ଜୟପୁର ଉପ ନିବନ୍ଧକ ସମବାୟ ସମିତି ସମୂହ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ ଏବଂ ଆସନ୍ତାକାଲି 14 ତାରିଖରେ ରାୟଗଡା ଉପ ନିବନ୍ଧକ ସମବାୟ ସମିତି ସମୂହ କାର୍ଯ୍ୟାଳୟକୁ ଘେରାଉ କରିବାକୁ କର୍ମଚାରୀ ସଂଘ ନିଷ୍ପତି ନେଇଛନ୍ତି I ଯଦି କର୍ମଚାରୀ ମାନଙ୍କ ଦାବିକୁ ସମବେଦନାର ସହ ମାର୍ଚ୍ଚ 31 ତାରିଖ ସୁଧା ପୂରଣ  କରାନଯାଏ ତାହେଲେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଲେମ୍ପ୍ସର କାର୍ଯ୍ୟକୁ ସମ୍ପୂର୍ଣ ବନ୍ଦ କରାଯିବ ବୋଲି କର୍ମଚାରୀ ସଂଘର ସଭାପତି ଦିଗାମ୍ବର ନାୟକ ସରକାରଙ୍କୁ କଡା ସନ୍ଦେଶ ଦେଇଛନ୍ତି  I

Leave a Reply

Your email address will not be published. Required fields are marked *