ରାଜ୍ୟ

ଜୟପୁର ପ୍ରେସ କ୍ଳବର ବୈଠକ

ଜୟପୁର,:

ଜୟପୁର ପ୍ରେସ କ୍ଳବର ଏକ ବୈଠକ ସ୍ଥାନୀୟ ଲେକ ପ୍ଲାସିଡ଼ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କ୍ଳବର ନୂତନ ସଦସ୍ୟ ଗ୍ରହଣ ସମ୍ପର୍କରେ ଆଲୋଚନା ହୋଇଥିଲା । ସହରରେ କାର୍ଯ୍ୟ କରୁଥିବା ସମସ୍ତ ସାମ୍ବାଦିକଙ୍କୁ ଏଥିରେ ସାମିଲ କରାଇବାକୁ ମତ ପ୍ରକାଶ ପାଇଥିଲା । କ୍ଳବର ଏକ ନିଜସ୍ୱ ସାମାଜିକ ଗଣମାଧ୍ୟମ ପୃଷ୍ଠା ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏହାର ପରିଚାଳନା ଦାୟିତ୍ବ ଗଜେନ୍ଦ୍ର କୁମାର ସାହୁଙ୍କୁ ଅର୍ପଣ କରାଯାଇଥିଲା । ସହରରେ ଚାଲିଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । କିନ୍ତୁ ପୌର ପ୍ରଶାସନ ପକ୍ଷରୁ ଆସନ୍ତା ଦିନରେ ପ୍ରଥମ ଦୈନିକ ବଜାରରେ ନିର୍ମାଣ ହେବାକୁ ପ୍ରସ୍ତାବ ରହିଥିବା ଆମିଷ ବଜାର ଗୃହକୁ ବିରୋଧ କରାଯିବା ପାଇଁ ମତ ପ୍ରକାଶ ପାଇଥିଲା । ଗତ ୫ ବର୍ଷ ପୁର୍ବେ ସହରବାସୀଙ୍କ ପରାମର୍ଶକୁ ଗ୍ରହଣ କରି ସେହି ସମୟର ପ୍ରଶାସକ ମାନେ ଆମିଷ ବଜାରକୁ ଦ୍ଵିତୀୟ ଦୈନିକ ବଜାରକୁ ସ୍ଥାନାନ୍ତର କରିଥିଲେ । ଏହାକୁ ସହରବାସୀ ସ୍ୱାଗତ କରିଥିବା ବେଳେ ଏବେ କାହା ସ୍ଵାର୍ଥରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଶ୍ନ ଉଠିଥିଲା । ପ୍ରସ୍ତାବିତ ଆମିଷ ବଜାରକୁ ଟ୍ରାଫିକ ଦୃଷ୍ଟିରୁ ଅନ୍ୟ ସ୍ଥାନରେ କରିବା ପାଇଁ ପ୍ରଶାସନକୁ ପରାମର୍ଶ ଦେବାକୁ ମତ ପ୍ରକାଶ ପାଇଥିଲା । ଆଜିର ବୈଠକରେ ବରିଷ୍ଠ ସାମ୍ବାଦିକ ପ୍ରସାନ୍ତ କୁମାର ବିଶୋଇ, ଟି ଗୋୖରୀ ଶଙ୍କର, ଶ୍ରୀନିବାସ ରାଓ, ରାଜେନ୍ଦ୍ର କୁମାର ଗୌଡ଼, ହେମନ୍ତ କୁମାର ପାଣିଗ୍ରାହୀ, ମନୋଜ କୁମାର ଦାସ, ତୁଳସୀ ବେହେରା, ଚନ୍ଦ୍ରକାନ୍ତ ସୁତାର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *