କୋଇଡା ବ୍ଲକ୍ ବିଡିଓ କୁ ବଦଳି ଦାବୀ ନେଇ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ।
ସୁନ୍ଦରଗଡ ଜିଲ୍ଲା ବଣାଇ ଉଅଖଣ୍ଡର କୋଇଡା ବ୍ଲକ ବିଡିଓ ପଲ୍ଲବୀ ରାଣୀ ରାଜ ଙ୍କ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ନେଇ ବଣାଇ ବିଧାୟକ ଓ ସିପିଆଇଏମ ପକ୍ଷରୁ ହଜାର ହଜାର ସମର୍ଥକ ଆସି ବ୍ଲକ କାର୍ଯ୍ୟାଳୟ କୁ ପ୍ରଥମେ ଧସେଇ ପଶିବାକୁ ଉଦ୍ୟମ ତାପରେ ବିଡିଓ ବାସ ଭବନରେ ପଶିବାକୁ ଉଦ୍ୟମ ପୋଲିସ ସହିତ ଧସ୍ତାଧସ୍ତି ହେବା ଦେଖିବାକୁ ମିଳିଛି । ପରେ ବାସଭବନ ଆଗରେ ଧାରଣାରେ ବସିବା ସହିତ ଯେ ପର୍ଯ୍ୟନ୍ତ ବଦଳି ନହୋଇଛି ଧାରଣା ରେ ବସିବେ ବୋଲି ବିଭିନ୍ନ ନାରବାଜି ଦେଇଛନ୍ତି । ପ୍ରାପ୍ତ ସୂଚନାନୁସାରେ କୋଇଡା ବ୍ଲକ୍ ବିଡିଓ କୁ ବଦଳି ଦାବୀ ନେଇ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କ ନେତୃତ୍ଵରେ ହଜାର ହଜାର ସିଆଇଟିୟୁ କର୍ମୀ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପୋଲିସ୍ କର୍ମୀ ଙ୍କ ଧସ୍ତାଧସ୍ତି କରିବା ସହିତ କୋଇଡା ବ୍ଲକ୍ ଗେଟ୍ ମଧ୍ୟ ଭାଙ୍ଗି ବିଧାୟକ ଙ୍କ ନେତୃତ୍ଵରେ ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ୧୨ ଗୋଟି ସରପଞ୍ଚ, ସମିତି ହେଲେ ସାମିଲ୍ ହୋଇଥିଲେ ।
ଦୀର୍ଘ ତିନି ବର୍ଷ ହେବ ଦୁର୍ନୀତି ଓ ଭ୍ରଷ୍ଟାଚାର ସହିତ ପିସି ନେଉଥିବା ଏବଂ ଏମଏଲଏ ଫଣ୍ଡ ଓ ପଞ୍ଚାୟତ ସମିତି ଫଣ୍ଡ ଆସୁଛି ତାକୁ ଖର୍ଚ୍ଚ ନକରି ବିକାଶର ବାଧକ ସାଜୁଛନ୍ତି ଓ ପଚାୟତ ସମିତି ଚେୟାରମେନ ଜିଲ୍ଲା ପରିଷଦ ଓ ସରପଞ୍ଚଙ୍କୁ ତାଙ୍କ କାର୍ଯ୍ୟ କରିବାକୁ ଦେଉ ନାହାନ୍ତି ବୋଲି ବାରମ୍ବାର ଅଭିଯୋଗ ଆସୁଥିଲା । ୧୬ ଫେବୃଆରୀ ରେ ଏଘଟଣା ସମ୍ବନ୍ଧରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ଦିଆ ଯାଇଥିଲା ଏବଂ ଦୀର୍ଘ ଦୁଇ ବର୍ଷ ତଳେ ମଧ୍ୟ ତାଙ୍କ ବଦଳି ଦାବିରେ ଏମିତି ଆନ୍ଦୋଳନ କରାଯାଇଥିଲା କିନ୍ତୁ ପ୍ରଶାସନ ଏ ଦିଗରେ କୌଣସି କର୍ଣ୍ଣପାତ କରିନଥିବା ସହ କାର୍ଯ୍ୟନୁଷ୍ଠାନ ନେଇ ନଥିବା ଯୋଗୁ ଆଜି ଏହି ଆନ୍ଦୋଳନ ତୀବ୍ର ରୂପ ନେଇଥିବା ଆନ୍ଦୋଳନକାରୀ କହିଛନ୍ତି ।
ଉତେଜନା ସ୍ଥଳରରେ ବଣେଇ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ, ବଣେଇ ଏସ୍ଡିପିଓ ସ୍ୱରାଜ ଦେବତା,କୋଇଡା ତହସିଲଦାର ପହଂଚି ସିଆଇଟିୟୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ଚରଣ ମାହାନ୍ତି ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବ୍ଲକ ଅଧକ୍ଷ ଓ ଜିଲ୍ଲା ପରିସଦଙ୍କ ସହ ଆଲୋଚନା କରୁଥିବା ଜଣାପଡିଛି। ଏପଟେ ଯଥା ଶୀଘ୍ର ବିଡ଼ିଓଙ୍କ ବଦଳି ନହେବା ପର୍ଯ୍ୟନ୍ତ ଏଇ ଆନ୍ଦୋଳନ ଜାରି ରହିବ ବୋଲି ବିଧାୟକ କହିଛନ୍ତି।