ପୂର୍ବତଟ ରେଳପଥ ମୁଖ୍ୟ ପରିଚାଳକଙ୍କୁ ଦାବିପତ୍ର ପ୍ରଦାନ
ଜୟପୁର, ,୧୪/୩/୨୩- ପୂର୍ବତଟ ରେଳପଥ ମୁଖ୍ୟ ପରିଚାଳକ ମନୋଜ ଶର୍ମାଙ୍କୁ
ଜନ କଲ୍ୟାଣ ମଞ୍ଚ ପକ୍ଷରୁ ଆଜି ଜୟପୁର ରେଳ ଷ୍ଟେସନରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ପତ୍ରରେ ଜାତୀୟ ରାଜପଥକୁ ନିକଟ ହେଉଥିବା ପୁରୁଣା ଗୁଡସେଡ଼ ତଥା ଏକ ନଂ ପ୍ଲାଟଫାର୍ମ କଡ଼ରେ ଅମୃତ ଭାରତ ଯୋଜନାରେ ନୂଆଁ ଷ୍ଟେସନ କୋଠା ନିର୍ମାଣ, ରାତ୍ରରେ ଚାଲୁଥିବା କିରଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସକୁ ଭୁବନେଶ୍ୱର ଯାଏଁ ସମ୍ପ୍ରସାରଣ, ହୀରାଖଣ୍ଡ ଟ୍ରେନରେ ବଗି ବୃଦ୍ଧି ଦାବି କରାଯାଇଥିଲା । ତା’ ସାଙ୍ଗକୁ ଜୟପୁର-ନବରଙ୍ଗପୁର ଏବଂ ଜୟପୁର-ମାଲକାନଗିରି ନୂଆଁ ରେଳପଥ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଦାବି କରାଯାଇଥିଲା । ଦାବି ପତ୍ରକୁ ନିଜେ ଶ୍ରୀ ଶର୍ମା ଗ୍ରହଣ କରିଥିବା ବେଳେ ବିଶାଖାପାଟଣା ଡିଆରଏମ୍ ଅନୁପ ଶତପଥୀ ଉପସ୍ଥିତ ରହିଥିଲେ । ମଞ୍ଚ ପକ୍ଷରୁ ଵାଲା ରାୟ, ରାଜେନ୍ଦ୍ର କୁମାର ଗୌଡ଼, ଚନ୍ଦ୍ରକାନ୍ତ ସୁତାର, ମନୋଜ ଦାସ, ସହଦେଵ ପଟନାୟକ, ବୁଲୁଦେଵ ଶର୍ମା, ପ୍ରତ୍ୟୁଷ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଡ଼ିଆରଏମ୍ ଉତ୍ତର ରଖିଥିଲେ ଯେ, ନୂଆଁ କୋଠା ବିଭାଗର ବିଚାରାଧୀନ ରହିଛି, ବଗି ବୃଦ୍ଧି ଏବଂ ସମ୍ପ୍ରସାରଣ ବିଷୟ ପରୀକ୍ଷା ନିରୀକ୍ଷା କରାଯିବ । କିନ୍ତୁ ନୂଆଁ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଚାଳିଛି, ବର୍ତ୍ତମାନକୁ ୧୫ ପ୍ରତିଶତ ହୋଇଛି, ଯେତେ ଶିଘ୍ର ଜମି ମିଳିବ ସେତେ ଶ୍ରୀଘ୍ର କାମ ଆରମ୍ଭ ହେବ ।