କେବେ ସରିବ ହିଙ୍ଗୁଳା ମନ୍ଦିର ର ଭବ୍ୟ ନିର୍ମାଣ ସନ୍ଦର୍ଯ୍ୟ କରଣ କାମ!
ତାଳଚେର :-ଶବୁ ସମୟରେ ତାଳଚେର ସରକାରଙ୍କ ପକ୍ଷପାତିତ୍ତା ର ଶିକାର ହୋଇଆସିଛି ! ସରକାର ଓଡ଼ିଶା ର ପ୍ରାୟ ସବୁ ଜିଲ୍ଲା ର ଦେବା ଦେଵୀ ମନ୍ଦିର ର ଉନ୍ନତି ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଆବଶ୍ୟକତା ଅନୁଯାୟୀ ପରିଦର୍ଶନ ତଥା ଅନୁଧ୍ୟାନ କରିବା ସହିତ ସରକାରୀ ପାଣ୍ଠିରୁ ଖର୍ଚ୍ଚ କରୁଛନ୍ତି ଯଥା କଟକ ମା ଚଣ୍ଡୀ ମନ୍ଦିର ପାଇଁ ୭୦ କୋଟି, ଜଗତସିଂହପୁର ମା ଶାରଳା ମନ୍ଦିର ପାଇଁ ୪୨ କୋଟି, ନୟାଗଡ ର ଶ୍ରୀ ଜିଉ ନୀଳମାଧବ ପାଇଁ 100 କୋଟି, ମା ସମଲେଶ୍ଵରୀ ମନ୍ଦିର ପାଇଁ ୨୦୦ ଶହ କୋଟି, କେନ୍ଦ୍ରାପଡ଼ା ର ବଳଦେବ ଜୀଉ ମନ୍ଦିର ପାଇଁ ୮ କୋଟି,ଭଦ୍ରକ ଜିଲ୍ଲା ର ବାବା ଆଖଣ୍ଡଳମଣି ମନ୍ଦିର ପାଇଁ ୬ କୋଟି, ବାରିପଦା ପାଇଁ ୫ କୋଟି ମା ତାରିଣୀ ମନ୍ଦିର ପାଇଁ ୪୦ କୋଟି, ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ୬୦୦ କୋଟି ଆଉ ଯେଉଁ ଅଧିଷ୍ଠାତ୍ରୀ ଦେବୀ ମା ଅଗ୍ନି ସ୍ଵରୂପା ହିଙ୍ଗୁଳାଙ୍କ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ରେ ଗୋଟେ ଦିନ ରୋଷେଇ ବନ୍ଦ ହୁଏ ସେ ମା ହିଙ୍ଗୁଳାଙ୍କ ମନ୍ଦିର ପାଇଁ ସରକାରଙ୍କ ଅନୁଦାନ ଶୂନ୍ୟ ! ଏହା ଅନୁଗୋଳ ଜିଲ୍ଲା ଅଥବା ତାଳଚେର ପ୍ରତି ଅନ୍ୟାୟ ସହିତ ଶ୍ରଦ୍ଧାଳୁଙ୍କ ଭାବ ଆବେଗକୁ ଅସମ୍ମାନ ନୁହଁ କି ? ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡିଶା ର ସମସ୍ତ ଜିଲ୍ଲା ଗୁଡିକରେ ସରକାର ନିଜସ୍ୱ ଖର୍ଚ୍ଚରେ ପରିଚାଳନା କରୁଥିଲେ ମଧ୍ୟ ପରିଚାଳନା ବାବଦକୁ MCL ସମସ୍ତ ଖର୍ଚ୍ଚ ବହନ କଲାପରେ ବି ତାଳଚେର ମେଡିକାଲ କଲେଜକୁ ନେଇ ସରକାର କାଳକ୍ଷେପଣ ନିତି ଅବଲମ୍ବନ କରୁଛନ୍ତି ! ଉଭୟ ସରକାର ଏଠାରୁ ହଜାର ହଜାର କୋଟି ରାଜସ୍ବ ନେଉଛନ୍ତି କିନ୍ତୁ ଆମ ପ୍ରତି ଏ ବୈମାତୃକ ଭାବ କାହିଁକି? ଏବେ ସମଗ୍ର ଜିଲ୍ଲା ବାସୀ ଆତ୍ମ ଚିନ୍ତନ କରିବାର ସମୟ ଆସିଛି ! ମନ୍ଦିର ଉନ୍ନତିକରଣ ପାଇଁ ୧୨୮ କୋଟି ଟଙ୍କା ଖର୍ଚ୍ଚ ଅଟକଳ ଧାର୍ଯ୍ୟ କରାଯାଇଛି ! MCL କର୍ତ୍ତୃପକ୍ଷ, କର୍ମଚାରୀ, ଠିକା କର୍ମଚାରୀ ନିଜ ନିଜ ଯୋଗ୍ୟତା ଅନୁଯାୟୀ ଶ୍ରମ ଅର୍ଜିତ ଦାନ ଏବଂ MCL ଅଞ୍ଚଳ ରେ ଥିବା ଲୋକାଲ ସେଲ ସେକ୍ଟର ସହିତ ଶ୍ରଦ୍ଧାଳୁଙ୍କର ସୌଜନ୍ୟତା ରେ ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇ ଦୀର୍ଘ ଦିନ ହେବ ମନ୍ଦିର ନିର୍ମାଣ କାର୍ଯ୍ୟ ସୌନ୍ଦର୍ଯ୍ୟକରଣ କାମ ଅଧାପନ୍ତରା ହୋଇ ବନ୍ଦ ହୋଇପଡିଛି ! ଲୁହା ସବୁ କଳଙ୍କି ଲାଗିଲାଣି, କାମ କାହିଁକି ବନ୍ଦ ର ଜବାବ୍ ଦେବ କିଏ? ଟଙ୍କାର ଅଭାବ ନା ଇଛାଶକ୍ତି ର ତା ବିଷୟରେ ବିଶ୍ଵସ୍ତ ବ୍ୟବସ୍ଥା ସବିଶେଷ ତଥ୍ୟ ସହିତ ସାର୍ବଜନୀନ କରନ୍ତୁ ବୋଲି ତାଳଚେର ଜନବିକାଶ କଲ୍ୟାଣ ସଙ୍ଘ ଦାବି ରଖିଛି ! ଏହି ପରିପେକ୍ଷିରେ ସବୁ କ୍ଷେତ୍ରରେ ସାମୁହିକ ବିକାଶ ମୂଳକ କାର୍ଯ୍ୟ ଗୁଡିକ ପାଇଁ MCL ଉପରେ ନିର୍ଭର ନ ରହି ଉପଯୁକ୍ତ ଫୋରମ୍ ଦାଇତ୍ୱ ସମ୍ପନ୍ନ ଯଦି ସରକାରଙ୍କ ପାଖରେ ଉପସ୍ଥାପନା କରନ୍ତେ ଵା ଆଗ୍ରହ ରଖନ୍ତେ ତାହାଲେ ନିଶ୍ଚିନ୍ତ ଭାବେ ମା ହିଙ୍ଗୁଳାଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଓ ସୌନ୍ଦର୍ଯ୍ୟ କରଣ କାମ ନିର୍ଦ୍ଧାରିତ ସମୟରେ ପୂର୍ଣ୍ଣାଙ୍ଗ ହୋଇପାରନ୍ତା ବୋଲି ଚିନ୍ତା ବ୍ୟକ୍ତ କରିଛନ୍ତି !ଏହି ଖବର ସୋସିଆଲ ମିଡ଼ିଆରେ ଘୁରି ବୁଲିଲା ପରେ ବିଭିନ୍ନ ବୁଦ୍ଧିଜୀବି ମହଲରୁ ଲୋକପ୍ରତିନିଧି, ମନ୍ଦିର ଟ୍ରଷ୍ଟ ବୋର୍ଡ ର କାର୍ଯ୍ୟ କାରିତାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି !