ରାଜ୍ୟ

*ଆଶା କର୍ମୀ ସଂଯୁକ୍ତ ମୋର୍ଚା ଆହ୍ଵାନରେ ପଶ୍ଚିମ ଓଡିଶା ଅଶା କର୍ମୀ ସଂଘ ର ହଜାର ହଜାର କର୍ମୀ ଦିବାରାତ୍ରି ଆନ୍ଦୋଳନ ରେ ସାମିଲ ହେଲେ ,

ଭୁବନେଶ୍ବର ବିଧାନସଭା ସମ୍ମୁଖରେ ଆଜିଠୁ ଓଡିଶା ଅଶା କର୍ମୀ ସଂଘ ସଂଯୁକ୍ତ ମୋର୍ଚା ନେତୃତ୍ବରେ ଦିବାରାତ୍ରି ଆନ୍ଦୋଳନ ଆରମ୍ଭ ହୋଇଛି l ଏହି ଆନ୍ଦୋଳନ ରେ ପଶ୍ଚିମ ଓଡିଶା ର 10 ଗୋଟି ଜିଲ୍ଲା ରୁ ହଜାର ହଜାର କର୍ମୀ ପଶ୍ଚିମ ଓଡିଶା ଅଶା କର୍ମୀ ସଂଘ ର ନେତୃତ୍ୱ ରେ ଯୋଗ ଦେଇଥିବା ଦେଖା ଯାଇଚି l ଆଜିଠୁ ପଶ୍ଚିମ ଓଡିଶାର ୭୦ ଭାଗ କର୍ମୀ ଆନ୍ଦୋଳନ ରେ ଉପସ୍ଥିତ ଥିବାରୁ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କାର୍ଯ୍ୟ ମାତୃ ସେବା କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି l ୨୬ ହଜାର ଟଙ୍କା ପ୍ରୋସାହନ ରାଶି ପ୍ରଦାନ, ପେନସନ୍, ସାମାଜିକ ନିରାପତ୍ତା ବ୍ୟବସ୍ଥା, NHM ଯୋଜନା କୁ ସ୍ଥାୟୀ କରିବା, ଅନ୍ୟ ବିଭାଗରେ ଯୋଗ୍ୟତା ଥିବା କର୍ମୀ ସ୍ଥାୟୀ ନିଯୁକ୍ତି ଦେବା ପ୍ରଭୁତି ମୁଖ୍ୟ ଦାବି ପୂରଣ ସକାଶେ ସରକାର ପାଖରେ ଉପସ୍ଥାପନ କରାଯାଇଛି l ଏକ ପ୍ରତିନିଧି ମଣ୍ଡଳୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଙ୍କୁ ସାକ୍ଷାତ୍ କରି ଆଲୋଚନା କରିଥିଲେ l ଆସନ୍ତା କାଲି ସ୍ୱାସ୍ଥ୍ୟ ସଚିବ ଙ୍କ ସହିତ ଅଲୋଚନା ରହିଛି l ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଦିବାରାତ୍ରି ଆନ୍ଦୋଳନ ଚାଲିବ ବୋଲି ପଶ୍ଚିମ ଓଡିଶା ଅଶା କର୍ମୀ ସଂଘ ଆବାହକ ମମତା ଖଣ୍ଡାୟତ ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *