ରାଜ୍ୟ

ରାଜରାସ୍ତାରେ ଡ୍ରାଇଭର
ଗାଡ଼ି ଚଳାଚଳ ପ୍ରଭାବିତ

ଖୁଣ୍ଟା –
ଘରୋଇ ଗାଡି ଡ୍ରାଇଭର ମାନଙ୍କ ୧୦ ଦଫା ଦାବି କୁ ନେଇ ଡ୍ରାଇଭର ମହାମଞ୍ଚର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆହ୍ଵାନ କ୍ରମେ ଆଜି ଖୁଣ୍ଟା ଓ ଗୋପବନ୍ଧୁ ନଗର ଡ୍ରାଇଭର ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି ଧର୍ମଘଟ ରେ ଉଭୟ ବ୍ଳକ ଦ୍ୱୟ ରୁ ସଂଘ ସହିତ ଜଡ଼ିତ ଥିବା ପ୍ରାୟ ୫ଶହରୁ ଉର୍ଦ୍ଧ ଡ୍ରାଇଭରମାନେ ସାମିଲଥିଲେ । ଏହି ପରିପେକ୍ଷୀ ରେ ବ୍ଳକ ଦ୍ଵୟ ର ସଂଘ ପକ୍ଷରୁ ପୃଥକ ପୃଥକ ସ୍ଥାନରେ ଡ୍ରାଇଭର ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖୁଣ୍ଟା ବ୍ଳକ ଡ୍ରାଇଭର ସଂଘର ସଭାପତି ଡାକ୍ତର ବଗାଳ ଙ୍କ ନେତୃତ୍ୱ ଉଦଳା – ଖୁଣ୍ଟା – ବାରିପଦା ରାଜ୍ୟ ରାଜପଥର ପୁରୁଣାପାଣି ଛକ ଠାରେ ଏବଂ ଗୋପବନ୍ଧୁ ନଗର ବ୍ଳକ ସଂଘର ସଭାପତି କ୍ଷିତିଶ ଚନ୍ଦ୍ର ନାଏକ ଓ ଉପସଭାପତି ରଶ୍ମୀ ରଞ୍ଜନ ବେହେରାଙ୍କ ନେତୃତ୍ଵରେ ଖୁଣ୍ଟା କଲେଜ ଛକଠାରେ ଡ୍ରାଇଭର ସଂଘ ପକ୍ଷରୁ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତେବ ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ କେତେକ ଜରୁରୀକାଳିନ ସେବା ପ୍ରଦାନକାରୀ ଯାନ , ପରିକ୍ଷାର୍ଥୀମାନଙ୍କ ଯାନବାହାନ
ଇତ୍ୟାଦି କୁ ଛଡି ଦିଆଯାଇଥିବା ବେଳେ
ସଂଘ ସହିତ ଜଡିତ ନ ଥିବା କେତେକ ହଳଦୀଆ ନମ୍ବର ପ୍ଲେଟ ବିଶିଷ୍ଠ ଯାନ ଗୁଡିକ ର ଡ୍ରାଇଭର ମାନେ କାର୍ଯ୍ୟରତ ଥିବା ଅମାନିଆ ସାଥୀଙ୍କୁ ବିକ୍ଷୋଭକାରୀ ମାନେ ଫୁଲମାଳ ଦେଇ ନିଜର ଦାବି ସଂମ୍ପର୍କରେ ଜଣାଇବା ସହ ସ୍ଵାଗତ କରିଥିଲେ | ତେବେ ରାଜ୍ୟ ମହାସଂଘ ପକ୍ଷରୁ ନିର୍ଦ୍ଦେିଷ ନ ଆସିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଭାପତି ଦ୍ବୟ ପ୍ରକାଶ କରିଥିଲେ । ଏହି ଆନ୍ଦୋଳନ ଯୋଗୁଁ ଯାତ୍ରୀବାହି ବସ ଓ ବ୍ୟବସାୟୀକ ଯାନ ଚଳାଚଳ ବନ୍ଦ ହୋଇଥିବା ବେଳେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *