ଉତ୍କଳ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଵଣାଇଁ :- ଆସନ୍ତା ୧/୪/୨୩ ଶନିବାର ଦିନ ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ୨୦୨୩ ପାଳନ ନିମନ୍ତେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସହକାରୀ ଜିଲ୍ଲାପାଳ ସୁଦକ୍ଷ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅପ୍ରେଲ ୧ ତାରିଖ ଉତ୍କଳ ଦିବସକୁ କେମିତି ସୁନ୍ଦର ଭାବେ ପାଳନ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା ଉପସ୍ଥିତ ସଦସ୍ୟମାନଙ୍କର ସମ୍ମତି କ୍ରମେ ଏହି ଦିବସ ଉପଲକ୍ଷେ ସ୍କୁଲ ସ୍ତରରେ ଆୟୋଜିତ ପ୍ରତିଯୋଗିତା ଆସନ୍ତା ୨୭/୩/୨୩ ସୋମବାର ଦିନ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସକାଳ ୮ ଘଟିକା ସମୟରେ ଓଡ଼ିଆ ପ୍ରବନ୍ଧ, ଓଡ଼ିଆ ବକୃତା,ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବ । ଉତ୍କଳ ଦିବସ ଦିନ ସକାଳ ୪.୩୦ମି ସମୟରେ ଉତ୍କଳ ବନ୍ଦନା ଗାନ କରାଯାଇ ସହର ପରିକ୍ରମା କରାଯିବ । ଏହି ବୈଠକରେ ଵଣାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ବଦୀପ କୁମାର ଟପ୍ପୋ,ତହସିଲଦାର ହାଵିଲ ଖାଖା, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲମ୍ବୋଦର କିସାନ, ଵଣାଇଁ ଅଗ୍ନିଶମ ବିଭାଗ ଅଧିକାରୀ ପି,ହେମ୍ରମ, ଵଣାଇଁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଜେନାମଣି ସାହୁ,ଶିକ୍ଷାବିତ ଅନ୍ତର୍ଯ୍ୟାମୀ ରଣା, ତୀର୍ଥରାଜ ମହାରଣା, ବରିଷ୍ଠ ନାଗରିକ ରେଙ୍ଗଟୁ ପ୍ରଧାନ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ବଣାଇଁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୁଷ୍ପାଞ୍ଜଳି ସାହୁ କାର୍ଯ୍ୟ କ୍ରମ ସମ୍ପର୍କରେ ସୂଚନା ଦେବା ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।