ରାଜ୍ୟ

ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ , ଡ଼୍ରାଇଭର ସଂଘ

ବଣାଇଁ -୧୬/୦୩ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ି ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ମହାସଂଘ। ଏହାର ପ୍ରଭାବ ଦେଖିବାକୁ ମିଳିଛି ଵଣାଇଁ ଉପଖଣ୍ଡର ସମସ୍ତ ବ୍ଲକ୍ ରେ ଵଣାଇଁ , କୋଇଡା, ଲହୁଣୀପଡ଼ା, ଗୁରୁଣ୍ଡିଆ ର ବିଭିନ୍ନ ସ୍ଥାନରେ ଶହ ଶହ ଡ୍ରାଇଭର ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଡ୍ରାଇଭରଙ୍କ ପ୍ରତିବାଦ ଦେଖିବାକୁ ମିଳିଛି । ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ଆରମ୍ଭ ହୋଇଛି ଆନ୍ଦୋଳନ । ଡ୍ରାଇଭରମାନେ ହଳଦିଆ ନମ୍ବର ଥିବା ସବୁ ମାଲବାହୀ ଗାଡ଼ିକୁ ଅଟକାଉଛନ୍ତି। ଧଳା ରଙ୍ଗ ନମ୍ବର ପ୍ଲେଟ୍‌ ବିଶିଷ୍ଟ କାର୍‌, ବସ୍‌ ଓ ବାଇକ୍‌ ଚାଳକକୁ ଛାଡ଼ି ଦେଉଛନ୍ତି । ଏପରିକି ଵଣାଇଁ ବସ ଷ୍ଟାଣ୍ଡ ବି ଖାଁ ଖାଁ ଦେଖା ଯାଉଛି।ଶହଶହ ଡ୍ରାଇଭର ରାସ୍ତାକୁ ଓହ୍ଲାଇ ପିକେଟିଂ କରୁଛନ୍ତି ଵଣାଇଁ ର ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ର ବିଭିନ୍ନ ରାସ୍ତାରେ ଅଟକିଛି ଶହ ଶହ ବସ୍‌ ଓ ମାଲବାହୀ ଟ୍ରକ୍‌ । ପ୍ରଭାବିତ ହୋଇଛି ସାଧାରଣ ପରିବହନ । ମାଲ୍‌ ପରିବହନ ଠପ୍‌ ହୋଇଛି । ବହୁ ସ୍ଥାନରେ ବସ୍‌ ଚଳାଚଳ ବି ବନ୍ଦ ରହିଛି । ଫଳରେ ହଇରାଣ ହେଉଛନ୍ତି ଯାତ୍ରୀ । ବସଷ୍ଟାଣ୍ଡରେ ଯାତ୍ରୀ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି
ଧର୍ମଘଟରୁ ଆମ୍ବୁଲାନ୍‌ସ, ସ୍କୁଲ ଗାଡ଼ି ଓ ଜରୁରୀ ସେବାକୁ ବାଦ ଦିଆଯାଇଛି । ଆଇନଶୃଙ୍ଖଳା ଓ ଅପ୍ରୀତିକର ପରିସ୍ଥିତି ଉପରେ ନଜର ରଖିଛି ପୋଲିସ । ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ପୋଲିସ କର୍ମଚାରୀ । ଆଗକୁ ଡ୍ରାଇଭର ମହାମଞ୍ଚ ର ଧର୍ମଘଟ ଯାତ୍ରୀ ପରିବହନ ଉପରେ କି ପ୍ରଭାବ ପକାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *