ରାଜ୍ୟ

ସ୍ବାସ୍ଥ୍ୟ ପରୀକ୍ଷା ପରେ ତୀର୍ଥଯାତ୍ରା ରେ ବାହାରିଲେ ବରିଷ୍ଠ ନାଗରିକ

ଵଣାଇଁ-୧୬/୦୩ ଓଡ଼ିଶା ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ତୀର୍ଥଯାତ୍ରା ପାଇଁ ସୁଯୋଗ ଦିଆଯାଇଛି। ଏହି ଉପଲକ୍ଷେ ଵଣାଇଁ ଉପଖଣ୍ଡ ରୁ ଚୟନ ହୋଇଥିବା ମୋଟ୍ ୬୧ ଜଣ ମହିଳା ଏବଂ ପୁରୁଷ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କରାଯାଇଛି। ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଏମ, ଏମ୍ କେର୍କେଟା ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ତାଙ୍କ ସହିତ ଲାବ୍ରୋଟୋରି ଟେକ୍ନିସିଆନ ପଞ୍ଚାନନ ସାହୁ ବିଭିନ୍ନ ରୋଗ ପାଇଁ ରକ୍ତ ପରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମ ର ସୁ ପରିଚାଳନା ପାଇଁ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଅଜୟ କୁମାର ସାହୁଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସମସ୍ତ ତୀର୍ଥଯାତ୍ରୀ ଉତ୍ସାହର ସହିତ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଵିହିତ ବ୍ୟବସ୍ଥାରେ ଯାତ୍ରା କରିବାକୁ ବାହାରିଥିଲେ ।

Leave a Reply

Your email address will not be published. Required fields are marked *