ଖୁଣ୍ଟା ବଣିକ ସଂଘର ବୈଠକ
ପଲିଥିନ ବ୍ୟବହାର ନ କରିବାକୁ ପରାମର୍ଶ
ଖୁଣ୍ଟା –
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବଣିକ ସଂଘର ୬ଷ୍ଠତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବଣିକ ସଂଘର ସଭାପତି କାହ୍ନୁ ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଖୁଣ୍ଟାକଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ବୈଠକରେ ଉପସଭାପତି ତରୁଣ ମହାନ୍ତି , ସଂମ୍ପାଦକ ମନୋଜ ରଥ , କୋଷାଧ୍ଯକ୍ଷ ଜ୍ଞାନରଂଜନ ସାହୁ , ସହ ସମ୍ପାଦକ ମନରଞ୍ଜନ କୁଅଁର , ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପରୋଲକାଗତ ବଣିକ ସଂଘର ସଦସ୍ୟ ଙ୍କ ଉଦ୍ଦେଶ୍ୱରେ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ସଂଘର ସଭାପତି ଶ୍ରୀ ବେହେରା ବାର୍ଷିକ ବିବରଣି ପାଠ କରିବା ସହ ସଂଘର ଆଭିମୁଖ୍ୟ ସଂମ୍ପର୍କରେ ସୁଚାଇ ଥିଲେ । ସଂଘ କୁ ଅଧିକ କ୍ରିୟାଶୀଳ କରିବା ସହ ପରିବେଶକୁ ସୁସ୍ଥ ରଖିବା ଓ ପଲିଥିନ ବ୍ୟବହାର ନ କରିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନ ସୃଷ୍ଟି କରାଇବା ପାଇଁ ସଭାପତି ଅନୁରୋଧ କରିଥିଲେ । ଏହି ଅବସରରେ ନୂତନ ସଦସ୍ୟତା ଗ୍ରହଣ କରିଥିବା ୯ ଜଣଙ୍କୁ ସଦସ୍ୟଙ୍କୁ ସଂଘ ପକ୍ଷରୁ ସ୍ଵାଗତ କରାଯାଇଥିଲା । ସେହିପରି ବୟସାଧିକ ବରିଷ୍ଠ ବ୍ୟବସାୟୀ ଡା. ହରିଶ୍ୟାମ ମିଶ୍ର , ଶିବ ବିଶ୍ଵାଳ , କୁଳମଣି ଖିଲାର ଓ ତାରାମଣି ମହାନ୍ତିଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ବୈଠକ ରେ ବଜାର କମିଟୀର ୩୩୦ ରୁ ଉର୍ଦ୍ଧ ସଦସ୍ୟ ଯୋଗ ଦେଇଥିଲେ ।