*ରଘୁନାଥ ହସ କ୍ଳବ ର ବାର୍ଷିକ ଉତ୍ସବ
ରଘୁନାଥ ହସ କ୍ଳବ ର ସମସ୍ତ ସଭ୍ୟ ମାନଙ୍କ ଉପସ୍ଥିତି ରେ ଆଜି ହସକ୍ଳବ ପରିସରରେ ଏକ ବୈଠକ ର ଆୟୋଜନ କରାଯାଇଥିଲା।ଦୟାନିଧି ମହାପାତ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ହସକ୍ଳବ ର ସ୍ଥାୟୀ ସଭାପତି ପ୍ରମୋଦ କୁମାର ଦୋରା ଏବଂ ସମ୍ପାଦକ ପ୍ରଫୁଲ୍ଲ କୁମାର ମହାପାତ୍ର ଉକ୍ତ ବୈଠକରେ ମଞ୍ଚାସୀନ ଥିଲେ। ହସିବା ହସାଇବା ଦ୍ୱାରା ମନ ପ୍ରଫୁଲ୍ଲ ରହିବା ସହିତ ଶରୀର କିପରି ସୁସ୍ଥ ରହିବ ସେ ବିଷୟରେ ବିଷଦ ଭାବରେ ଆଲୋଚନା ହୋଇଥିଲା।ସଭ୍ୟମାନେ ନିଜ ନିଜର ଅନୁଭୂତି କୁ ସଭିଙ୍କ ଆଗରେ ବଗାଣିଥିଲେ।ପରେ ବର୍ଷୀୟାନ ସଭ୍ୟ ରଘୁନାଥ ପାତ୍ରଙ୍କୁ ସଭାପତି ପ୍ରମୋଦ କୁମାର ଦୋରା, ଡ୍ରିଲମାଷ୍ଟର ସୋମନାଥ ସାହୁଙ୍କୁ ଦଣ୍ଡପାଣି ମହାନ୍ତି ଏବଂ ହାସ୍ୟରଥି ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ କିଶୋର ଚନ୍ଦ୍ର ଚୌହାନଙ୍କ ଦ୍ୱାରା ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଖୁସିର କଥା ଏଭଳି କାର୍ଯ୍ୟକ୍ରମ ରେ ସମସ୍ତ ସଭ୍ୟଙ୍କ ପରିବାର ଲୋକ ମାନେ ଉପସ୍ଥିତ ଥିଲେ।ସାମୁହିକ ରାତ୍ରଭୋଜନର ବ୍ୟବସ୍ଥା କରାଯାଇଥିଲା।ନୃସିଂହ ଚରଣ ସାହୁ,ଭାଗିରଥି କର,ଚିତ୍ତରଞ୍ଜନ ଦାଶ,ବେଣୁଧର ପଣ୍ଡା,ଶେଷଦେବ ସାହୁ,ଅର୍ଜୁନ ବିଶ୍ୱାଳ,ଭଗବାନ ସେଠୀ,ପ୍ରଦୀପ ପଟ୍ଟନାୟକ, ବାସୁଦେବ ଜେନା, ନବଘନ ପାଣିଗ୍ରାହୀ, ଚକ୍ରଧର ନାୟକ, ଲଡୁକିଶୋର ମହାନ୍ତି, ଦୟାନିଧି ସାହୁ,ଅଶୋକ ପାଢ଼ୀ, ଦେବହରି ପ୍ରଧାନ, ଦୁର୍ଯ୍ୟୋଧନ ସାହୁ,ଲକ୍ଷ୍ମୀଧର ଦାଶ,ଅଖିଳନାଥ ମିଶ୍ର,ଗୋପାଳକୃଷ୍ଣ ମହାପାତ୍ର, ରମେଶ ଚନ୍ଦ୍ର ପଟ୍ଟନାୟକ, ଶରତଚନ୍ଦ୍ର ବସନ୍ତରା,ଜଗଦୀଶ ମିଶ୍ର, କୈଳାସ ଚନ୍ଦ୍ର ସେଠୀ,ଶରତଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ କୁ ସହଯୋଗ କରିଥିବାବେଳେ।ଭାବଗ୍ରାହୀ ମହାପାତ୍ର ଓ ରଞ୍ଜନ କୁମାର ଦାଶ ସଭାକାର୍ଯ୍ୟ ପରିଚାଳନା କରିଥିଲେ।