ଏବିଆଇଡବ୍ଲ୍ୟୁଜେଆଇର ଉଦ୍ଘାଟନୀ ଉତ୍ସବ ପାଳିତ
ଭୁବନେଶ୍ୱର: ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆର ଆପେକ୍ସ ବଡି ଆଜି ଭୁବନେଶ୍ୱର ବୁଦ୍ଧ ମନ୍ଦିର ସଭା ହଲରେ ଏହାର ପ୍ରଥମ ଉଦ୍ଘାଟନୀ ସମାରୋହ ପାଳନ କରିଛି । ମୁଖ୍ୟଅତିଥି ଖଣ୍ଡାପଡ଼ା ବିଧାୟକ ତଥା ସମ୍ବାଦ ଓ କନକ ଟିଭିର ମୁଖ୍ୟ ସମ୍ପାଦକ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ, ସମ୍ମାନନୀତ ଅତିଥି ପର୍ଯ୍ୟବେକ୍ଷକ ଓ ଦି କଳିଙ୍ଗ କ୍ରୋନିକିଲର ମୁଖ୍ୟ ସମ୍ପାଦକ ଡକ୍ଟର ପବିତ୍ର ମୋହନ ସାମନ୍ତରାୟ, ଓୟୁଡବ୍ଲ୍ୟୁଜେର ସଭାପତି ଶ୍ରୀ ସଞ୍ଜୟ ଦାସ, ଉପସଭାପତି ରଜନୀକାନ୍ତ ସାମନ୍ତରାୟ, ମୁଖ୍ୟବକ୍ତା କଳିଙ୍ଗ ମିଡ଼ିଆ ନେଟୱାର୍କର ନିର୍ଦ୍ଦେଶକ ଡକ୍ଟର ମହେଶ୍ୱର ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ସୌମ୍ୟ ରଂଜନ ପଟ୍ଟନାୟକ ସାମ୍ବାଦିକମାନଙ୍କ ଭୂମିକା ବିଷୟରେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରି କହିଥିଲେ ଯେ, ସାମ୍ବାଦିକମାନେ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ହେବା ଆବଶ୍ୟକ ଏବଂ ସେମାନେ ପ୍ରକୃତ ସତ୍ୟର ମୁକାବିଲା କରିବା ସହ ସମସ୍ତ ବାଧାବିଘ୍ନ, ସମସ୍ୟାକୁ ସାମ୍ନା କରିବା ଉଚିତ । ସେମାନଙ୍କୁ ସେମାନଙ୍କର କଲମ ବ୍ୟବହାର କରି ସମାଜରେ ଶକ୍ତି ଏବଂ ସ୍ଥିତି ଜାହିର କରିବାକୁ ପଡିବ । ସେମାନେ ଶସ୍ତା ପ୍ରଚାର ପଛରେ ଦୌଡ଼ିବା ଉଚିତ୍ ନୁହେଁ । ସମ୍ମାନ ସ୍ୱାଭିମାନ ତଥା ସାଲିସ ବିହୀନ ଭାବେ ନିଜର କର୍ମ ସମ୍ପାଦନ କରିବା ଉଚିତ । ସମ୍ମାନୀତ ଅତିଥି ଡକ୍ଟର ପବିତ୍ର ମୋହନ ସାମନ୍ତରାୟ । ସାମ୍ବାଦିକମାନଙ୍କୁ ଏକାଠି ହୋଇ ସଂଘବଦ୍ଧ ଭାବେ କାମ କଲେ ସାମ୍ବାଦିକମାନଙ୍କର ଦୀର୍ଘ ଦିନର ଦାବିଗୁଡ଼ିକୁ ସରକାର ନିଶ୍ଚିତ ଭାବେ ପୂରଣ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଉଦାହରଣ ମାଧ୍ୟମରେ ସଦ୍ୟ ଓଡ଼ିଶା ଡ୍ରାଇଭର ମହାସଂଘ ନିଜ ଦାବି ପୂରଣ ପାଇଁ କିପରି ସୁସଙ୍ଗଠିତ ଓ ସଙ୍ଘବଦ୍ଧ ଭାବେ ସରକାରକୁ ତାଙ୍କ ଦାବି ପୂରଣ କରିବା ପାଇଁ ମନାଇବାରେ ସଫଳ ହୋଇଥିଲେ । ମୁଖ୍ୟବକ୍ତା ଡକ୍ଟର ମହେଶ୍ୱର ସାମ୍ବାଦିକମାନଙ୍କର ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଅତ୍ୟନ୍ତ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଅନ୍ୟତମ ଅତିଥି ଶ୍ରୀ ସଞ୍ଜୟ ଦାସ ଓ ରଜନୀକାନ୍ତ ସାମନ୍ତରାୟ ସାମ୍ବାଦିକମାନଙ୍କ ନ୍ୟାୟୋଚିତ ଦାବି ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ଶ୍ରୀ ସୁନୀଲ ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରିବା ସହ ସଂଘର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଡକ୍ଟର ମହେଶ୍ୱରଙ୍କ ରଚିତ ପୁସ୍ତକ ସମ୍ବାଦ ଓ ସାମ୍ବାଦିକତାର ୪ର୍ଥ ସଂସ୍କରଣ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଶ୍ରୀ ଅନନ୍ତ ନାରାୟଣ ମହାନ୍ତି କାର୍ଯ୍ୟକ୍ରମକୁ ଅତି ସୁନ୍ଦର ସଭାବରେ ପରିଚାଳିତ କରିଥିବାବୋଳ ସଂଘର ସମ୍ପାଦକ ଶ୍ରୀ ମହେଶ୍ୱର ସେଠୀ ଧନ୍ୟବାଦ ଅର୍ପଣ କରିଥି