ଜିନ୍ଦଲ୍ ଷ୍ଟେନଲେସ୍ ଲିମିଟେଡ଼ ୫୨ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରିବାକୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା l
କଳିଙ୍ଗନଗର :- ଜିନ୍ଦଲ୍ ଷ୍ଟେନଲେସ୍ ଲିମିଟେଡ଼ ୫୨ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରିବାକୁ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଥିଲା ଯାହା ୪ ମାର୍ଚ୍ଚରୁ ଆରମ୍ଭ ହୋଇଥିଲା ୨୦ ମାର୍ଚ୍ଚରେ JSL ପରିସରରେ ଶେଷ ହୋଇଥିଲା | ଏହି ବର୍ଷର ଜାତୀୟ ସୁରକ୍ଷା ସପ୍ତାହ ପାଇଁ ବିଷୟବସ୍ତୁ ଥିଲା “OUR AIM ZERO AIM” ’|
ଅପରାହ୍ନରେ ୟୁନିଟ୍ ହେଡ୍ ଶ୍ରୀ ଦୀପକ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜେଏସ୍ଏଲ୍ ପରିସରରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ଉଦ୍ଯାପନୀ ଅବସର ରେ କାର୍ଯ୍ୟକ୍ରମ ଗୁଡିକ ବିଭିନ୍ନ ବିଭାଗ ଦ୍ୱାରା ସ୍ଥିର ହୋଇଥିବା ସୁରକ୍ଷା ରାଲି ସହିତ ନିରାପତ୍ତା ପ୍ରତି ସେମାନଙ୍କର ଆତ୍ମ ପ୍ରେରଣା କୁ ପ୍ରଦର୍ଶନ କରି ଆରମ୍ଭ ହୋଇଥିଲା | ଶ୍ରୀ ମନୋଜ ବଳ ହେଡ ଫାୟାର ଆଣ୍ଡ ସେଫ୍ଟି ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ବିଶିଷ୍ଟ ବକ୍ତା ଭାବେ ବାଣିଜ୍ୟିକ ମୁଖ୍ୟ ଫେଜ -1, ଶ୍ରୀ ଏ.କେ ସିଂ, ପ୍ଲାଣ୍ଟ ର ମାନବ ସମ୍ବଳ ମୁଖ୍ୟ ଶ୍ରୀ ରାକେଶ ପାଠକ କର୍ମକ୍ଷେତ୍ରରେ ତଥା ଘରେ ମଧ୍ୟ ନିରାପଦ ଅଭ୍ୟାସକୁ ଅନୁସରଣ କରିବାର ଗୁରୁତ୍ୱ ଉପରେ ବ୍ୟକ୍ତବ୍ୟ ରଖିଥିଲେ । ୟୁନିଟ୍ ହେଡ୍ , ଶ୍ରୀ ଦୀପକ ଅଗ୍ରୱାଲ ଏହାକୁ ଜେଏସଏଲର କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ସହିତ ଯୋଡିଥିବା ସୁରକ୍ଷା ଆଚରଣ ଅଭ୍ୟାସ ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହାକି JSL କୁ ସୁରକ୍ଷା ସଂସ୍କୃତିର ଉତ୍କର୍ଷତାକୁ ଏକ ନୂତନ ସ୍ତରକୁ ନେଇପାରିବ l ଉଦ୍ଯାପନୀ ସମାରୋହର ମୁଖ୍ୟ ଅତିଥି ଡେପୁଟି ଡାଇରେକ୍ଟର ଇଂ ୟୁସି ସୂତାର, କାରଖାନା ଏବଂ ବଏଲର ଡେପୁଟି ଡାଇରେକ୍ଟର, ଯାଜପୁର ରୋଡ ଡିଭିଜନ ଗରିମାମୟ ସମାବେଶକୁ ସମ୍ବୋଧିତ କରିଥିଲେ ଏବଂ କାରଖାନାରେ ଦୁର୍ଘଟଣା ହ୍ରାସ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆଘାତ ହ୍ରାସ ପାଇଁ JSL କୁ ପ୍ରଶଂସା କରିଥିଲେ। ସୁରକ୍ଷା ଉପରେ ଭଲ ଅଭ୍ୟାସ ଅନୁସରଣ କରିବାର ଗୁରୁତ୍ୱ ଉପରେ JSL କର୍ମଚାରୀଙ୍କ ଦ୍ୱାରା ଏକ ନାଟକ ଉପସ୍ଥାପିତ ହୋଇଥିଲା ଏବଂ ଏହାକୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଶଂସା କରାଯାଇଥିଲା | (ଉମାକାନ୍ତ ମହାପାତ୍ର ଙ୍କ ରିପୋର୍ଟ)