ଆଦିବାସୀ ମାନ୍ୟତା ଦାବି ; ରାଜରାସ୍ତାରେ କୁଡ଼ମୀ ସେନା ର ବିକ୍ଷୋଭ
ଖୁଣ୍ଟା –
କୁଡୁମୀ ସେନା ପକ୍ଷରୁ କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିର ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାରେ ୬ ଘଣ୍ଟିଆ ହରତାଳ ଓ ବନ୍ଦଡାକରା ଦିଆଯାଇଛି। ଏ ନେଇ କୁଡୁମୀ ସେନା ପକ୍ଷରୁ ଖୁଣ୍ଟା ଠାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳିତ ହୋଇଯାଇଛି । ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ କୁଡୁମୀ ସମ୍ପ୍ରଦାୟ ପୂର୍ବରୁ ଆଦିବାସୀ ତାଲିକା ରେ ଥିବା ବେଳେ ୧୯୫୦ ରେ ସମ୍ପ୍ରଦାୟକୁ ଏହି ତାଲିକାରୁ ବାଦ ଦିଆଯାଇଥଲା। ଯାହାକୁ ନେଇ କୁଡୁମୀ ଜାତିକୁ ପୁନଃ ଆଦିବାସୀ ତାଲିକାଭୁକ୍ତ କରିବା ପାଇଁ ବାରମ୍ବାର ଦାବି ହେଇ ଆସୁଥଲେ ମଧ୍ୟ ଅଦ୍ୟାବଧି କୌଣସି ଫଳ ମିଳୁନାହିଁ। ଏପରି କି କେନ୍ଦ୍ର ସରକାରଙ୍କ ନିକଟକୁ କୁଡୁମୀ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟ ପାଇଁ ରାଜ୍ୟ ସରକାର କୌଣସି ସୁପାରିସ କରିନଥିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେଣୁ ଆଦିବାସୀ ମାନ୍ୟତା ସହ କୁଡୁମାଲି
ଭାଷାକୁ ସମ୍ୱିଧାନରେ ସାମିଲ କରିବା
ଆଦି ଦାବି ନେଇ ଏହି ହରତାଳ କରାଯାଇଛି ବୋଲି ଆନ୍ଦୋଳନରେ ସାମିଲ ଥିବା ମହିଳା ଓ ପୁରୁଷ ଆନ୍ଦୋଳନକାରି ମାନେ ପ୍ରକାଶ କରିଛନ୍ତି । ଏହିପରିପେକ୍ଷିରେ ସେନାର ଶତାଧକ ପୁରୁଷ ଓ ମହିଳା କର୍ମକର୍ତ୍ତା ସାମିଲ ହୋଇ ଉଦଳା – ଖୁଣ୍ଟା – ବାରିପଦା ରାଜ୍ୟ ରାଜପଥର ପୁରୁଣାପାଣି ଛକଠାରେ ଏକତ୍ରୀତ ହୋଇ ନିଜର ଦାବୀ ଉପସ୍ଥାପନା କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଶଦଗାର କରିଥିଲେ । ସେନାର ଏହି ବିକ୍ଷୋଭ ସମୟରେ ଜରୁରୀ ସେବା ଓ ପରୀକ୍ଷା ଓ ପରୀକ୍ଷାର୍ଥୀଙ୍କୁ ଆନ୍ଦୋଳନରୁ ବାଦ ଦିଆଯାଇଥିବା ବେଳେ ଯାତ୍ରୀବାହି ବସ , ମାଲବାହିଯାନଗୁଡ଼ିକୁ ଅଟକ ରଖାଯାଇଥିବା ଦେଖିବାକୁ ମିଳିଥିଲା ।
ତେବେ ଏହି ହରତାଲ ପ୍ରଭାବ କେବଳ ରାଜପଥ ଉପରେ ସୀମିତ ରହିଥିବା ବେଳେ ବିଭିନ୍ନ୍ୟ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ଖୋଲା ରହିଥିବା ଦେଖିବାକୁ ମିଳିଥିଲା । ତେବେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ପକ୍ଷରୁ ସଂପୃକ୍ତ ସ୍ଥାନରେ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା ।