ରାଜ୍ୟ

ସଂଗ୍ରହକାରି ଶୋଷଣର ଶିକାର । ଦଲାଲ କଜ୍ବାରେ ମହୁଲ ଫୁଲ ।

ବଣାଇଁ /୨୩/୦୩ ସମଗ୍ର ସୁନ୍ଦରଗଡ଼ ଜିଲ୍ଲା ଏକ ପାର୍ବତ୍ୟ ପରିବେଶ ଭିତରେ ରହିଥିବାରୁ, ଅଞ୍ଚଳରେ ବିଭିନ୍ନ ଜଙ୍ଗଲ ମାନଙ୍କରେ ଫୁଲ,ଫଳ, ମୂଳ ଆଦି ପ୍ରଚୁର ପରିମାଣରେ ମିଳିଥାଏ । ଜଙ୍ଗଲଜାତ ଦ୍ରବ୍ୟ ସବୁ ଏକ ଆର୍ଥିକ କ୍ଷେତ୍ରରେ ଲାଭ ଦାୟକ ହୋଇଥିବାରୁ ସାଧାରଣ ଲୋକମାନେ ତାକୁ ସଂଗ୍ରହ କରି ଦୁଇ ପଇସା ପାଇବା ଆଶା ରଖିଥାନ୍ତି । ତନ୍ନ ମଧ୍ୟରୁ ବିଶେଷ କରି ମହୁଲ ଫୁଲ ସଂଗ୍ରହ କରିବା ନେଇ ବଣ ପାହାଡ଼ ଘେରା ଅଞ୍ଚଳ ରେ ରହୁଥିବା ଆଦିବାସୀ ଲୋକ ମାନେ ନିଜର ପରିବାର ପ୍ରତିପୋଷଣ ଲାଗି ବର୍ଷକୁ ଥରେ ଅପେକ୍ଷା କରିଥାନ୍ତି । ତେବେ ଅନେକ ଗରିବ ପରିବାର ଲୋକେ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ରାତି ନପାହୁଁଣୁ ପରିବାର ସହ ଯାଇ ମହୁଲ ଗଛମୂଳେ ଜଗିବସିଥାନ୍ତି । ଗଛରୁ ମହୁଲ ଫୁଲକୁ ଗାଈ, ଗୋରୁ, ଛେଳି, ମେଣ୍ଢା ଖାଇଦେବା ଭୟରେ ଏ ଉପାୟ ନେଇଥାନ୍ତି । କେତେକ ସଂଗ୍ରହକାରୀ ଅତି ଭୋର ସମୟରୁ ଜଙ୍ଗଲ ଭିତରକୁ ଯାଇ ଅନ୍ୟ ହିଂସ୍ର ଜନ୍ତୁଙ୍କ ସମ୍ମୁଖୀନ ହୋଇ ଦୁର୍ଘଟଣା ହେବାର ମଧ୍ୟ ନଜିର ରହିଛି । ଲୋକେ ପରିବାରର ଗୁଜୁରାଣ ପାଇଁ କଷ୍ଟ କରି ମହୁଲ ଫୁଲ ସଂଗ୍ରହ କରୁଥିବା ବେଳେ ମହୁଲ ଫୁଲକୁ ବିକ୍ରି କରିବା ପାଇଁ ବଣାଇଁ ଅଞ୍ଚଳରେ କିମ୍ବା ଓଡିଶାରେ ବଜାର ବ୍ୟବସ୍ଥା ନଥିବା ହେତୁ ରାଜ୍ୟ ବାହାରୁ କିଛି ଦଲାଲ ଆସି ଗାଁ ଗାଁ ବୁଲି କମ ଟଙ୍କା ଦେଇ କିଣି ନିଅନ୍ତି । ଦଲାଲ ମାନେ ନିରିହ ଲୋକମାନଙ୍କୁ ଶାଗମାଛ ଦର କରି ଶୋଷଣ କରୁଥିବା ଏବେ ଦେଖିବାକୁ ମିଳୁଛି । ଦଲାଲ ନିମ୍ନ ଦରରରେ କିଣି ବାହାର ରାଜ୍ୟକୁ ନେଇ ସେଠାରେ ଅଧିବ ଚଢାଦରରେ ବିକ୍ରି କରି ମାଲେମାଲ ହେଉଥିବା ବେଳେ ସଂଗ୍ରହକାରୀ ଯେଉଁ ଦୁଃଖି କୁ ସେହି ଦୁଃଖି ହୋଇ କାଳତିପାତ କରି ରହୁଛନ୍ତି । ମହୁଲ ଫୁଲକୁ ନେଇ କିଛି ବିକଳ୍ପ କରି ବଣାଇଁ ଅଞ୍ଚଳରେ ସୁବ୍ୟବସ୍ଥା କଲେ ଲୋକମାନେ ସିଧାସଳଖ ଧାର୍ଯ୍ୟ ମୂଲ୍ୟ ସହିତ ଭଲ ଦୁଇ ପଇସା ପାଇପାରନ୍ତେ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ସରକାର ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ବଣାଇଁ ଅଞ୍ଚଳରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *