ଯକ୍ଷ୍ମା କୁ ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ଯକ୍ଷ୍ମା ମୁକ୍ତ ହେବ ଜିଲ୍ଲା,ବିଶ୍ୱ ଯକ୍ଷ୍ମା ଦିବସ ଅନୁଷ୍ଟିତ,
ବଲାଙ୍ଗୀର,:
ବିଶ୍ୱ ଯକ୍ଷ୍ମା ଦିବସ ୨୦୨୩ ବର୍ଷର ଯକ୍ଷ୍ମା ପାଇଁ ଥିମ୍ ରହିଛି “ଆମେ ଯକ୍ଷ୍ମାକୁ ଯାହା ଟିବି ମହାମାରୀକୁ ରୋକିବା ପାଇଁ ସାରା ବିଶ୍ୱର ନେତା ଓ ଲୋକ ମାନଙ୍କୁ ଅନୁରୋଧ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଆଜି ବିଶ୍ୱ ଯକ୍ଷ୍ମା ଦିବସ । ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ମଧ୍ୟ ଯକ୍ଷ୍ମା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଓ୍ବାର୍ଡ ରହିଛି । ପ୍ରତ୍ୟେକ ଦିନ ୫୦ ରୁ ଅଧିକ ଲୋକ ଓପିଡିରୁ ଡାକ୍ତରୀ ପରାମର୍ଶ ନେଉଛନ୍ତି ଏବଂ ସୁସ୍ଥ ମଧ୍ୟ ହେଉଛନ୍ତି । ଏପରିକି ରୋଗୀଙ୍କୁ ଚିକିତ୍ସା ପାଇଁ ୧୪ ବେଡ୍ ଉପଲବ୍ଧ ଅଛି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଜଣେ ଆସୋସିଏଟ ପ୍ରଫେସର ସହ ଡାକ୍ତର ମଧ୍ୟ ଅଛନ୍ତି । ଯକ୍ଷ୍ମା ରୋଗ ଓ ସରକାରୀ ସୁବିଧା ବିଷୟରେ ପ୍ରତିକ୍ରିୟା ରଖିଛନ୍ତି ମେଡିକାଲ ସୁପରିଟେଣ୍ଡେଣ୍ଟ ଡ.ମାନସୀ ପଣ୍ଡା । ଏହି ଯକ୍ଷ୍ମା ଆକ୍ରାନ୍ତ ଓ ବିଶେଷ କରି ଗ୍ରାମାଞ୍ଚଳ ର ସାଧାରଣ ଲୋକେ ବିଭିନ୍ନ କ୍ୱାକ୍,ଓ ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଗୁଣିଆ ନିକଟ କୁ ଯିବା ବର୍ତ୍ତମାନ୍ ସୁଦ୍ଧା ଦେଖାଯାଉଛି। ଅବହେଳା ନ କରି ନିକଟସ୍ଥ ସରକାରୀ ଚିକିତ୍ସା କେନ୍ଦ୍ର ସହ ଯୋଗାଯୋଗ କରି ମାଗଣା ରେ ଔଷଧ ଖାଇବା କୁ ଜିଲ୍ଲା ଜନସେବା ସଂଘ ତରଫରୁ ନିବେଦନ କରିବା ସହ ଆଗାମୀ ଦିନରେ ଆହୁରି ପ୍ରସାର କରି ସଚେତନତା ସୃଷ୍ଟି କରିବା ସହ ଜିଲ୍ଲା କୁ ସମୂର୍ଣ୍ଣ ଯକ୍ଷ୍ମା ମୁକ୍ତ କରିବା ସଙ୍ଘ ସଭାପତି ପ୍ରକାଶ କରିଛନ୍ତି।