ରାଜ୍ୟ

ଖୁଣ୍ଟା ପୋଲିସ ଦ୍ଵାରା ବାଘ ଛାଲ ଜବତ ୩ ଗରିଫ

ଖୁଣ୍ଟା ବ୍ଳକ ଅଧିନ ବି.ସି ପୁର ଛକ ରୁ ମହାବଳ ବାଘ ଚମଡ଼ା ଏସଟିଏଫ ଦ୍ଵାରା ଜବତ ହେବା ଘଟଣା ଲୋକଙ୍କ ମନରୁ ଲିଭିନଥିବା ବେଳେ ଏହାର କିଛି ଦିନ ବ୍ୟବଧାନମଧ୍ୟରେ ଖୁଣ୍ଟା ପୋଲିସ ଦ୍ଵାରା ଥାନା ଅଧିନସ୍ଥ ଭୋଳା ଗଡ଼ିଆ ଗ୍ରାମରୁ ପୁଣି ଏକ ବାଘ ଛାଲ ଜବତ କରାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁଯାୟୀ ଭୋଳାଗଡ଼ିଆ ଅଞ୍ଚଳର ବାଘ ଛାଲ ଥିବା କୌଣସି ସୁତ୍ରରୁ ପୋଲିସକୁ ସୁଚନା ମିଳିଥିଲା । ଯାହାକୁ ନେଇ
ମୟୁରଭଞ୍ଜ ଏସ ପି ରିଷିକେଶ ଡି.ଖିଲାରୀଙ୍କ ନିର୍ଦ୍ଦେିଷ କ୍ରମେ କପ୍ତିପଦା ଉପଖଣ୍ଡ ପୋଲିସ ଅଧିକାରୀ ସାର୍ଥକ ରାୟ ଓ ଖୁଣ୍ଟା ଥାନା ଆଇଆଇସି ଲୋପାମୁଦ୍ରା ନାୟକଙ୍କ ନେତୃତ୍ଵ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇ
ଭୋଳାଗଡ଼ିଆ ପଞ୍ଚାୟତ ବଡ଼ଓଳିଆ ଗ୍ରାମର ଚିତ୍ତରଂଜନ ସାହୁଙ୍କ ଘରେ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ସଂପୃକ୍ତ ବ୍ୟକ୍ତିଙ୍କ ଘରେ ବାକ୍ସ ଭିତରେ ରଖାଯାଇଥିବା ଏକ କଲରାପତରିଆ ବାଘ ଛାଲ , ସମେତ ଏକ ଲକ୍ଷରୁ ଉର୍ଦ୍ଧ ଟଙ୍କା ପୋଲିସ ଜବତ କରିଥିଲା । ଏବଂ ଅଭିଯୁକ୍ତ ଚିତ୍ତରଞ୍ଜନ ଓ ତିଲୋଚନ ସାହୁଙ୍କୁ ପୋଲିସ ଗିରଫ କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଥିଲା । ତେବେ ତଦନ୍ତ ସମୟରେ ଉକ୍ତ ଛାଲଟି ବଣିଆବସା ଗ୍ରାମର ଗେଣ୍ଡୁ ହୋ ଅଭିଯୁକ୍ତଦ୍ଵୟଙ୍କୁ ବିକ୍ରୀ କରିଥିବା ଜଣାପଡ଼ିଥିଲା । ଏବଂ ଅଭିଯୁକ୍ତ ଦ୍ୱୟ ଏହାକୁ ଅଧିକ ମୂଲ୍ୟର ବିକ୍ରୀ କରିବା ପାଇଁ ଛାଲଟିକୁ କିଣି ଘରେ ରଖିଥିଲେ । ପରବର୍ତ୍ତୀ ସମୟରେ ପୋଲିସ ଗେଣ୍ଡୁ ହୋଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ତେବେ ଜବତ ଛାଲଟିର ଲମ୍ବ ୧୬୫ ସେଣ୍ଟିମିଟର ହୋଇଥିବା ବେଳେ ଶିକାର ହୋଇଥିବା ବାଘଟି ୭ ରୁ ୮ ବର୍ଷ ମଧ୍ୟରେ ହୋଇଥିବ ବୋଲି ଏସପି ଡି. ଖିଲାରି ଖୁଣ୍ଟା ଥାନା ପରିସରରେ ଅନୁଷ୍ଠିତ ଏକ ପ୍ରେସ ବିବୃତ୍ତି ମାଧ୍ୟମ ର ସୁଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *