ରାଜ୍ୟ

କୀଡୀନ ରୋଗ ରେ ଭାସିଗଲା ସୁନାର ସଂସାର,ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ବିଦୁଲତା l

କଳିଙ୍ଗନଗର – ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଚାନ୍ଦିଆ ଗ୍ରାମପଞ୍ଚାୟତ ର ଗୋଲାଗାଁ ଗ୍ରାମର ବିଦୁଲତା ବେହେରା (୩୫) ଙ୍କ ଘର l ପରିବାର କହିଲେ ଶାଶୁ ଶ୍ଵଶୁର, ସ୍ୱାମୀ ଓ ଚାରି ପିଲା l ଏମିତି ମୂଳ ମଜୁରୀ କରି ସଂସାର ଚାଲୁଥିଲା l ଆଜକୁ ଚାରି ବର୍ଷ ହେବ ଶାଶୁ ଶ୍ଵଶୁର କିଡ଼ନୀ ରୋଗରେ ଆରପାରିକୁ ଚାଲିଗଲେ l ଦୁଃଖର ବିଷୟ ଆଜ କୁ ତିନିବର୍ଷ ହେଲା ସ୍ଵାମୀ ରଞ୍ଜିତ ବେହେରା କିଡ଼ନୀ ରୋଗରେ ମଧ୍ଯ ମୃତ୍ୟୁ ବରଣ କଲେ l ଗୋଟିଏ ବଡ଼ପୁଅ ୧୫ ବର୍ଷ ଓ ତାପରେ ତିନୋଟି ଝିଅ କୁ ନେଇ ବଡ଼ କଷ୍ଟ ରେ ଜୀବନ ବିତାଉଛନ୍ତି ବିଦୁଲତା l ରହିବା ପାଇଁ ଘର ନାହିଁ କି ଖାଇବା ପାଇଁ ଦାନା ନାହିଁ l ପରଘରେ ପାଇଟି କରି ଯାହା ରୋଜଗାର ହୁଏ ଅଳ୍ପ ଅଧିକେ ଚଳନ୍ତି କିନ୍ତୁ ପଞ୍ଚ ଜଣ ପ୍ରତିପୋଷଣ କରିବା ବିଦୁଲତା ଙ୍କ ପାଇଁ କଷ୍ଟ କର ହେଉଛି l ବଡ଼ ପୁଅ ଦଶମ ଶ୍ରେଣୀର ଛାତ୍ର ଏବଂ ଝିଅ ତିନୋଟି ବି ପଢୁଛନ୍ତି l ଓଳିଏ ଖାଇଲେ ଆର ଓଳି କୁ ଉପାସ l ଏହି ପରିବାରକୁ ପ୍ରଶାସନିକ କ୍ଷେତ୍ରରେ କିଛି ସାହାଯ୍ୟ ସହଯୋଗ ଯୋଗାଇ ଦିଆଗଲେ ସେମାନେ ସୁଖଶାନ୍ତି ରେ ଜୀବନ ନିର୍ବାହ କରିପାରିବେ l ଏହି ଦୁଃଖୀ ପରିବାର କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି l (ଉମାକାନ୍ତ ମହାପାତ୍ର ଙ୍କ ରିପୋର୍ଟ)

Leave a Reply

Your email address will not be published. Required fields are marked *