ବି.ସି ପୁର ଲେମ୍ପସ ରୁଣ ମେଳା ସଂମ୍ପର୍କୀତ କର୍ମଶାଳା
ସମ୍ମାନୀତ ହେଲେ ୧୦ ଶ୍ରେଷ୍ଠ ଚାଷୀ
ଖୁଣ୍ଟା –
ଖୁଣ୍ଟା ବ୍ଲକ ଅଧିନ ବି.ସି. ପୁର ଲ୍ୟାମ୍ପସ ପକ୍ଷରୁ ସମବାୟ ବ୍ୟାଙ୍କିଙ୍ଗ୍ ସେବା ଓ
ରୁଣ ମେଳା ସଂମ୍ପର୍କୀତ କର୍ମଶାଳା ଅନୁଷ୍ଟିତ ହୋଇଯାଇଛି i
ସମବାୟ ସମିତିର ସଭାପତି ସଂଯୁକ୍ତା ରାଉତଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ବି ଅରସିଏସ କୃଷ୍ଣ ଚନ୍ଦ୍ର ଦାସ , ଏମସିସି ବ୍ୟାଙ୍କ ର ଏ ଜିଏମ ପ୍ରକାଶ ଚନ୍ଦ୍ର ବାରିକ , ଖୁଣ୍ଟା ଏମସିସି ବ୍ୟାଙ୍କ ଶାଖା ପରିଚାଳକ ଜୟଚନ୍ଦ୍ର ସରେନ , ଲ୍ୟାମ୍ପସର ଉପସଭାପତି ବାଘ୍ରାୟ ସରେନ ପ୍ରମୁଖ ଯୋଗ ଦେଇଥିଲେ ।
ଦେଶର ଆର୍ଥୀକ ସ୍ଥିତି ସୁଧାରିବାରେ ଚାଷ ଓ ଚାଷୀ ର ଭୂମିକା ଗୁରୁତ୍ଵପୂର୍ଣ୍ଣ । ତେଣୁ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କ ବିକାଶ ନିମନ୍ତେ ସମବାୟ ସଂସ୍ଥା ଜରିଆରେ ବିଭିନ୍ନ ଚାଷ ନିମନ୍ତେ ଥିବା ରୁଣ ପ୍ରଦାନ ସଂମ୍ପର୍କରେ ବିସ୍ତୃତ ଭାବେ ଜନସାଧାରଣଙ୍କୁ ସୁଚାଇ ଥିଲେ । ସେହିପରି ବ୍ୟଙ୍କ ଶାଖା ପରିଚାଳକ ଶ୍ରୀଯୁକ୍ତ ସରେନ କେବଳ ଯେ ଜମି ଥିବା ଚାଷୀଙ୍କୁ ରୁଣ ପ୍ରଦାନ କରାଯାଇଥାଏ ତାହା ନୁହଁ ଜମି ନ ଥିବା
ବା ଭାଗ ଚାଷୀମାନଙ୍କ ନିମନ୍ତେ ବଳରାମଗ୍ରୃପ ମାଧ୍ୟ ରେ ରୁଣ ପ୍ରଦାନ , ଏବଂ ଏସ ଏସ ଜି ଗ୍ରୃପଙ୍କ ନିମନ୍ତେ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷ ପାଇଁ ରୁଣ ପ୍ରଦାନ କରାଯାଉଥିବା ସଂମ୍ପର୍କରେ ସୁଚାଇବା ସହିତ ଏହି ସମସ୍ତ ଯୋଜନାର ସୁଫଳ ଅଧିକରୁ ଅଧିକ ଚାଷୀ ଉଠାଇ ପାରିବେ ସେ ସମ୍ପର୍କରେ ଉପସ୍ଥିତ ଚାଷୀ ମାନଙ୍କୁ ନିବେଦନ କରିଥିଲେ । ସେହିପରି ଏହି ସଭାରେ ଭେଟନାରୀ , ମତ୍ସ , ଉଦ୍ୟାନ କୃଷି , ଆଦି ବିଭାଗର ଅଧିକାରୀମାନେ ଯୋଗ ଦେଇ ଚାଷୀମାନଙ୍କ ନିମନ୍ତେ ଥିବା ବିଭିନ୍ନ ସରକାରୀ ସହାୟତା ସଂମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଉକ୍ତ ଲ୍ୟାମ୍ପସ ଅଧିନରେ ଥିବା ବିଭିନ୍ନ ଗ୍ରାମରୁ ମୋଟ ୧୦ ଜଣ ସଫଳ ଚାଷୀଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ୧୦ ଗୋଟି ମହିଳା ଗ୍ରୃପ ସମେତ ୫ ଜଣ ଚାଷୀଙ୍କୁ ମୋଟ ୨୯ ଲକ୍ଷ ଟଙ୍କାର ଚେକ ଅତିଥିଗଣ ପ୍ରଦାନ କରିଥିଲେ । ଲେମ୍ପସ ଏମଡି ଶୁଭମ ଘୋଷ ଅତିଥି ପରିଚୟପ୍ରଦାନ ସହିତ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲା ।