ବାଦାମବାଡି ଉଠାଦୋକାନୀ ସଂଙ୍ଘ ପକ୍ଷରୁ ପୋଲିସ ଉପ ଆୟୁକ୍ତ କୁଂ ଦାବି ପତ୍ର ପ୍ରଦାନ
କଟକ ତା ୨୭୵୩୵୨୩
ଦୀର୍ଘ ୪୦ ବର୍ଷ ରୁ ଉର୍ଦ୍ଧ୍ବ କାଳ ବାଦାମବାଡି ବସଷ୍ଟେଣ୍ଡ ଅଞ୍ଚଳ ଦୁଇ ପାର୍ଶ୍ବ ରେ ଲିଙ୍କରୋଡ ଠାରୁ ଦୋଳମୁଣ୍ଡାଇ ପର୍ଯ୍ୟନ୍ତ ଉଠାଦୋକାନୀ ମାନେ ବସିରହି ଓ ବୁଲିବିକାଳିମାନେ ସାଇକେଲ ରେ
ବେପାରକରି ଆସୁଛନ୍ତି ।ଏଥିପାଇଁ କେନ୍ଦ୍ର ସରକାର 2014 ଓ ରାଜ୍ୟ ସରକାର 2015ରେ ଆଇନ କରିଛନ୍ତି ।ବାଦାମବାଡି ଠାରେ ଏଯାବତ ଭେଣ୍ଡି ଜୋନ ହୋଇନାହିଁ ।
ରାସ୍ତା ଅବରୋଧ ର ଆଳଦେଖାଇ
ପୋଲିସ ଟ୍ରାଫିକ ସେମାନଙ୍କ ଉପରେ ଜୁଲମ୍ କରି ସବୁ ସାମଗ୍ରୀ ଫୋପାଡି ଦେବା, ଆଶାଳୀନ ଭାଷା ରେ ଗାଳି ଦେବା, ୫୦୦ ଟଙ୍କା ଫାଇନ କାଟିବା ପ୍ରଭୁତି ଗରିବ ଉଠାଦୋକାନୀ ମାନଙ୍କୁ ଅତୀବ କଷ୍ଟ ଦାୟକ ହୋଇଛି ।ଆମମାନେ ଏହାକୁ ବନ୍ଦ କରିବାକୁ ଏବଂ ଭେଣ୍ଡି ଜୋନ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ରାସ୍ତା ପାର୍ଶ୍ବରେ ଟ୍ରାଫିକ ଆଇନ ମାନୀ ବେପାର କରିବାକୁ ଦିଆଯାଉ ।ସେମାନଙ୍କୁ ଉଛେଦ ପୂର୍ବରୁ ଥଇଥାନ ପାଇଁ ସରକାର ଙ୍କୁ ଜଣାଇ ଆସୁଅଛୁ ।ସରକାର ପ୍ରତିଶ୍ରୁତି ଦେଇଛନ୍ତି, ଏଣୁ ପୋଲିସ ପ୍ରଶାସନ ସହଯୋଗ କରିବା କୁ ଆଜି ପୋଲିସ ଉପ ଆୟୁକ୍ତ ଙ୍କ ସହିତ ଆଲୋଚନା କରାଯାଇ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ସଂଙ୍ଘ ର
ସଭାପତି ଅମରେନ୍ଦୁ ମହାନ୍ତି
ସଂପାଦକ ଛବି ଖୁଣ୍ଟିଆ, ରଞ୍ଜନ ପରିଡା,
ନିତ୍ୟାନନ୍ଦ ନାୟକ, ବସନ୍ତ କୁମାର ତ୍ରିପାଠୀ, ଏବଂ
ସଂଘ ର ଉପଦେଷ୍ଟା ବିନୋଦ ବେହେରା, ଓ ଉଦୟ କେଶରୀ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ