ଖୁଣ୍ଟା ଡ଼ିଗ୍ରୀ କଲେଜ ପକ୍ଷରୁ ଚକ୍ଷୁ ପରିକ୍ଷା ଶିବିର
ଅସ୍ତ୍ରପ୍ରଚାର ପାଇଁ ୩୦ ଚିହ୍ନଟ
ଖୁଣ୍ଟା –
ଖୁଣ୍ଟା ଡିଗ୍ରୀ କଲେଜ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଦେୟ ମୁକ୍ତ ଚକ୍ଷୁ ପରିକ୍ଷା ଏବଂ ମୋତିଆ ବିନ୍ଦୁ ଓ ଅସ୍ତ୍ର ପ୍ରଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସେବା ଯୋଜନା ଅଧିକାରୀ ତପନ କୁମାର ବାରିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୁପେ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ ରଞ୍ଜନ ତ୍ରୀପାଠି , ସମ୍ମାନୀତ ଅତିଥି ଭାବେ ଖୁଣ୍ଟା ବ୍ଳକର ଅଧ୍ୟକ୍ଷ ସୁଧନ୍ୟା ନାଏକ , ପୂର୍ବତନ ବ୍ଳକ ଅଧ୍ୟକ୍ଷା ତଥା ପୁରାତନ ଛାତ୍ର ସଂସଦର ସଭାପତି ପୁସ୍ପଲତା ମାରାଣ୍ଡି ପ୍ରମୁଖ ଯୋଗ ଦେଇ ଉଦ୍ଦଘାଟନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନ ସହିତ ସେମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଂମ୍ପର୍କୀତ
ସଚେତନତା ସୃଷ୍ଟି କରିପାରିବାରେ ମହାବିଦ୍ୟାଳୟ ରେ ଅନୁଷ୍ଠିତ ଏଭଳି ସ୍ଵାସ୍ଥ୍ୟ ଶିବିର ର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ମୁଖ୍ୟ ଅତିଥିଗଣ ସୁଚାଇ ଥିଲେ । ଏହି ଶିବିରରେ ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସା କେନ୍ଦ୍ର, ରାସଗୋବିନ୍ଦପୁର ର ବିଶେଷଜ୍ଞମାନେ ଯୋଗ ଦେଇ ଶିବିରରେ ଯୋଗଦେଇଥିବା ୧୨୦ ରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧାଙ୍କ ଚକ୍ଷୁ ପରିକ୍ଷା କରାଇଥିଲେ । ଏବଂ ସେ ମଧ୍ୟରୁ ମୋଟ ୩୦ ଜଣ ବ୍ୟକ୍ତିଙ୍କର ମୋତିଆ ବିନ୍ଦୁ ଚିହ୍ନଟ କରାଯାଇ ଥିବା ବେଳେ ଚିହ୍ନଟମାନଙ୍କ ଅସ୍ତ୍ର ପ୍ରଚାର ନିମନ୍ତେ ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସା କେନ୍ଦ୍ରକୁ ପଠାଯାଇଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମକୁ ଅଧ୍ଯାପିକା ଗୋପା ସିଂଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଓ ସ୍ଵେଚ୍ଛାସେବୀ ଛାତ୍ରଛାତ୍ରୀମାନେ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।