ରାଜ୍ୟ

ବ୍ରଜନାଥ ବତଜେନା ଉଚ୍ଚ ବିଦ୍ୟାଳୟ , ଢେଙ୍କାନାଳ ୧୯୮୩ ଜୁନିୟର ଗେଟଟୁଗେଦର

ବ୍ରଜନାଥ ବତଜେନା ଉଚ୍ଚ ବିଦ୍ୟାଳୟ , ଢେଙ୍କାନାଳ ୧୯୮୩ ଜୁନିୟର ଛାତ୍ରଛାତ୍ରୀଙ୍କର ମହାସମାବେଶ(ଗେଟ ଟୁଗେଦର) ରୋଟାରି କ୍ଲବ, ଢେଙ୍କାନାଳଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ଏହି ମହାସମାବେଶରେ ଭାରତର କୋଣଅନୁକୋଣରୁ ଛାତ୍ରଛାତ୍ରୀମାନେ ଯୋଗଦାନକରି ସାଫଲ୍ୟ ମଣ୍ଡିତ କରିଥିଲେ। ସର୍ବଶ୍ରୀ ରାଜେନ୍ଦ୍ର ଦାସ, ସନ୍ଦୀପ ନନ୍ଦ, ବୈଦ୍ୟନାଥ ମହାପାତ୍ର, ଦେବବ୍ରତ ଭଟ୍ଟ, ସୁଶ୍ରୀ ନିହାରିକା ମିଶ୍ର ତଥା ଅନ୍ୟମାନେ ଏହାର ପରିଚାଳନା କରିଥିଲେ। ସୁଶ୍ରୀ ଅରୁନ୍ଧତୀ, ସଂଗୀତା, ଅଜନ୍ତା ଶୁଭଦର୍ଶିନୀ, ବିଶ୍ଵଜିତା ତଥା ସର୍ବଶ୍ରୀ ବିମଳ ସାମଲ, ମନୋଜ ନନ୍ଦ, ପ୍ରୀତିରଂଜନ ନାଥ, ସତ୍ୟସ୍ୱରୁପ ଦାସ, ଶିଶିର ସତପଥି, ଦେବୁପତି, ସୁବାସ ମିଶ୍ର, ତୁଷାର ରାୟ ପ୍ରମୁଖ ଦୂରଦୁରାନ୍ତରୁ ଆସି ଯୋଗଦାନ କରିଥିଲେ। ସଭାରେ ଛାତ୍ରଛାତ୍ରୀମାନେ ମତବ୍ୟକ୍ତ କରିଥିଲେ ଯେ ପୁର୍ବତନ ଛାତ୍ରଛାତ୍ରୀମାନେ ହିଁ ଯେ କୈଣସି ଅନୁଷ୍ଠାନର ସାଫଲ୍ଯର ପ୍ରତୀକ ଏବଂ ଶତାୟୁ ଅନୁଷ୍ଠାନ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟକୁ ଅହୁରି ଅଧିକ ଗୌରବାନ୍ବିତ କରିବା ଦିଗରେ ପ୍ରଚେଷ୍ଟିତ ହେବା ନିମନ୍ତେ ଛାତ୍ରଛାତ୍ରୀଗଣ ସଂକଳ୍ପବଦ୍ଧ ହେଇଥିଲେ। ଧନ୍ୟବାଦ ସହିତ ଅନୁଷ୍ଠାନ ସମାପ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *