ଟି ଆଇ ପ୍ରକଳ୍ପ ନାମକୁ ମାତ୍ର, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି, ଏଚ ଆଇ ବି/ଏଡ୍ସ ଆକ୍ରାନ୍ତ ଙ୍କ ସଂଖ୍ୟା ଚିନ୍ତା ଜନକ ।
ବଲାଙ୍ଗୀର/ଟିଟିଲାଗଡ,ତା୨୯-୦୩: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଟି ଆଇ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ସତ୍ତ୍ଵେ ହୁ,ହୁ, ହୋଇ ବଢି ଚାଲିଛି ଆକ୍ରାନ୍ତ ଙ୍କ ସଂଖ୍ୟା। ସାଇ ଟିଆଇ ପ୍ରକଳ୍ପ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ କେନ୍ଦ୍ର ବିନ୍ଦୁ ହୋଇଥିବା ବେଳେ କେବଳ କାଗଜ କଲମରେ ସବୁ ଚାଲିଥିବା ଅଭିଯୋଗ ହୋଇଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ରାଜ୍ୟ ର ବ୍ରହ୍ମପୁର କୁ ଏଡ୍ସ ଆକ୍ରାନ୍ତ ଙ୍କ ସଂଖ୍ୟା କୁ ଟପିବା ନେଇ ଏହି ଟି ଆଇ ପ୍ରକଳ୍ପ କାର୍ଯ୍ୟକାରୀ କରିଥିଲେ । ଉକ୍ତ ସମୟ ରେ ଆକ୍ରାନ୍ତ ଙ୍କୁ ତଥା ବିଭିନ୍ନ ଶ୍ରେଣୀ ର ସାଧାରଣ ଲୋକ ଓ ବିଶେଷ କରି ଯୌନକର୍ମି ଙ୍କୁ ଉପଯୁକ୍ତ ଚିକିତ୍ସା ସହ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଥିଲା । ହେଲେ ପରିତାପ ର ବିଷୟ ଯେ,ଟି ଆଇ ପ୍ରକଳ୍ପ କୁ ଜିଲ୍ଲା ରେ ସାଇ ନାମକ ସଂସ୍ଥା ଅଧୀନରେ କାର୍ଯ୍ୟ ବିଗତ କିଛି ବର୍ଷ ଧରି କେବଳ କାଗଜ କଲମରେ କରିବା ଯୋଗୁଁ ପୂର୍ବ ଭଳି ଆକ୍ରାନ୍ତ ଙ୍କ ସଂଖ୍ୟା ଚିନ୍ତା ଜନକ ହୋଇ ପଡ଼ିଛି । ଗର୍ଭବତୀ ମହିଳା ଓ ବିଶେଷ କରି ଯୌନକର୍ମୀ, ଙ୍କୁ ସ୍ଵତନ୍ତ୍ର ଭାବେ ସଚେତନ ନେଇ ବିଭିନ୍ନ ଗୋଷ୍ଟି କେବଳ କାଗଜ ପତ୍ର ରେ ସୀମିତ ରହିଛି। ଏ ନେଇ ଜିଲ୍ଲା କିନ୍ନର ସଂଘ ତରଫରୁ ଲିଖିତ ଅଭିଯୋଗ ହୋଇଛି। ଏ ନେଇ ବିଭାଗୀୟ ମୁଖ୍ୟ ସଚିବ ତୁରନ୍ତ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି ହେଉଛି।