ରାଜ୍ୟ

ମାଟି ମା ସଂସ୍କୃତି ଓ ପରମ୍ପରା ର ବାର୍ତ୍ତା ବହନ କରିଥାଏ ମହୋତ୍ସବ।
ଭାଟକୁମରଡ଼ା ରେ ଶ୍ରୀ ଶ୍ରୀ ଶ୍ରୀ ମା କନକ ଦୁର୍ଗା ଗଡ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ।

ମାଟି ମା ସଂସ୍କୃତି ଓ ପରମ୍ପରା ର ବାର୍ତ୍ତା ବହନ କରିଥାଏ ମହୋତ୍ସବ।ନିଜ ଅଞ୍ଚଳର କଳା ଓ କଳାକାର, ଇତିହାସ, ମାତୃଭାଷା କୁ ମଞ୍ଚ ମାଧ୍ୟମରେ ଆଗାମୀ ପୀଡି ଓ ଅନ୍ୟମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବାରେ ମହୋତ୍ସବ ବାର୍ତ୍ତା ବହ ହୋଇଥାଏ ବୋଲି ଗତକାଲି ଭାଟକୁମରଡ଼ା ଠାରେ ପ୍ରଥମ ଶ୍ରୀ ଶ୍ରୀ ଶ୍ରୀ ମା କନକ ଦୁର୍ଗା ଗଡ ମହୋତ୍ସବ କୁ ଉଦଘାଟନ କରି ବିଶିଷ୍ଟ ସମାଜସେବୀ, ଆନ୍ତର୍ଜାତୀୟ ଓଡ଼ିଆ ସ୍ବାଭିମାନ ପ୍ରତିଷ୍ଠାନ ନୂଆଦିଲ୍ଲୀ ର ମୂଖ୍ୟ ସଂଯୋଜକ ତଥା ମହାନ୍ ସଙ୍ଘ ପ୍ରତିଷ୍ଠାତା ଶ୍ରୀ ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିବା ସହ ଆୟୋଜୋକ ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଭାବେ ଆୟୋଜକ କମିଟି ସଭାନେତ୍ରୀ ତଥା ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ଯୋଗୋଦେଇ ମା ଙ୍କ ପୀଠ ରେ ପାହାଡ ଉପରେ ଏପରି ସୁନ୍ଦର ସାଂସ୍କୃତିକ ମହୋତ୍ସବ ଆୟୋଜନ ପ୍ରକୃତରେ ମହାନ୍ ଓ ଆୟୋଜକ ମାନେ ଧନ୍ୟବାଦ ର ପାତ୍ର ଭବିଷ୍ୟତରେ ମାଙ୍କ ପିଠ ର ଉନ୍ନତି ସହ ମହୋତ୍ସବ କୁ ସମସ୍ତ ପ୍ରକାର ସହୋଜଗ କରିବେ ବୋଲି ମତବ୍ୟକ୍ତ କରିଥିଲେ।ଉପଦେଷ୍ଟା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଦାସ ଗଡ ଓ ପିଠ ର ଇତିହାସ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଖଲିକୋଟ ବ୍ଲକ ଅଧ୍ୟକ୍ଷ ଶ୍ରୀ ଦଇତାରୀ ବେହେରା, ଜିଲ୍ଲା ପରିଷଦ ୬୯ ସଦସ୍ୟା ଶ୍ରୀମତୀ ପ୍ରୀତି ସାହୁ,ଟାଟା ପ୍ରକ୍ଲପ ର ଶ୍ରୀ ବିଜୟ ମହାପାତ୍ର,ସଞ୍ଜୟ ମଲିକ ଓ ସରପଞ୍ଚ ଶ୍ରୀମତୀ ମନମୋହିନୀ ପୋଲେଇ ଯୋଗ ଦେଇଥିବା ବେଳେ ସଭାପତି ଶ୍ରୀ ସୁନିଲ କୁମାର ଦାସ, ଉପସଭାପତି ଶୈଳନ୍ଦ୍ର କୁମାର ଦାସ(ପିଣ୍ଟୁ) କୋଷାଧ୍ୟକ୍ଷ ଶ୍ରୀ କମଳ ଲୋଚନ ବେହେରା ମଞ୍ଚାସିନ ଥିବା ବେଳେ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ସର୍ବଶ୍ରୀ ଝଡିଆ ସ୍ବାଇଁ, ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ,ସଞ୍ଜୟ ଯେନା, ପ୍ରସନ କୁମାର ସାହୁ, ଶଙ୍କର ସ୍ବାଇଁ, ନରେଶ ବେହେରା, ସରୋଜ ପଣ୍ଡା, ଧୀରଜ୍ ପଣ୍ଡା, ସିଦ୍ଧାର୍ଥ ସ୍ବାଇଁ, ପ୍ରକାଶ ପଣ୍ଡା, ଆକାଶ ସ୍ବାଇଁ, ଲମ୍ବଧର ସାହୁ, ସିବରଞ୍ଜନ ତ୍ରିପାଠୀ, ଡୁଡୁଲ ଡି ଜେ,ସୁନିଲ ଭୂୟାଁ,ଶୁଭମ୍ ପ୍ରଧାନ, ଦୀପକ ପ୍ରଧାନ, ବିମଳ ଦାସ, ସିଲୁ ସ୍ବାଇଁ, ଦୁଷ୍ମନ୍ତ ବେହେରା, ଅମନ୍ ବେହେରା ପ୍ରମୁଖ ଏହି ବିଶାଳ ଉସ୍ତଵ୍ କୁ ଶାନ୍ତି ଶୃଙ୍ଖଳା ର ସହ ପରିଚାଳନା କରିଥଲେ। ସ୍ଥାନୀୟ ଓ ବାହାରୁ ଆସିଥିବା ଓଡ଼ିଶୀ, ସମ୍ବଲପୁରୀ, ମଡର୍ନ ନୃତ୍ୟ ସହ ଗୀତିକାର ଓ କମେଡ଼ିଆନ ଙ୍କ ଦ୍ଵାରା ମନରଞ୍ଜନ୍ କାର୍ଯ୍ୟକ୍ରମ ଦର୍ଶକ ଙ୍କୁ ମୋହିତ କରିଥିଲା।

Leave a Reply

Your email address will not be published. Required fields are marked *