ରାଜ୍ୟ

(NGT) Natinal Green Tubnal ର ନିୟମ ମାନୁ ନାହାଁନ୍ତି, କଣ୍ଟ୍ରାକ୍ଟର୍,ଇଂଜିନିୟର, ପ୍ରଶାସନ, ସରକାର,

ଆଉ ଆମେ ସମସ୍ତେ ବି ଚୁପ୍ କାରଣ ଆମ ସହର ଉନ୍ନୀତି ଆଉ ପ୍ରଗତି ପ୍ରଥେ, ହେଲେ କଣ
ମନୁଷ୍ୟ ନିଜ ସ୍ୱାର୍ଥ ପାଇଁ ପୁରା ସହରକୁ କଂକ୍ରିଟ ଜଙ୍ଗଲ କରି ସାରିଲାଣି ଯାହାର ପରିଣାମ ସ୍ବରୂପ ଆଜି ସବୁ ବୃକ୍ଷ ଗୁଡିକ ଅଳ୍ପ ବର୍ଷା କି ପବନ ଟିକେ ହେଲେ ମୂଳରୁ ଉପୁଡ଼ି ଯାଉଛି ଆଉ ତଳେ ପଡ଼ି ନଷ୍ଟ ହୋଇଯାଏ । କାରଣ ଗୋଟିଏ ପଟେ ନାଳ ଅନ୍ୟ ପଟେ ସିମେଣ୍ଟ ରାସ୍ତା ଆଉ ଯାହା ଜାଗା ମିଳିଲା ସେହି ଜାଗା କୁ ଟାଇଲ୍ ବିଛେଇ ବୃକ୍ଷ କୁ ମାରି ଦିଆ ଯାଉଛି ଏହି ସବୁ ଉପରେ କାହାର ନଜର ନାହିଁ , ନା କାହାର ଚିନ୍ତା ଅଛି,ନା କେହି ବୃକ୍ଷ ଟିକୁ ପଡିଥିବା ବେଳେ ଉଠେଇ ବାକୁ ଚେଷ୍ଟା କରୁଛନ୍ତି ବୃକ୍ଷଟି ସେମିତି ପଡ଼ି ଶୁଖି ଶୁଖି ମରିଯାଏ ଆଉ ସମସ୍ତେ ଦର୍ଶକ ସାଜନ୍ତି ରାସ୍ତାରେ ଗଲାବେଳେ । ସହରକୁ ସୁନ୍ଦର କରିବା ପାଇଁ ସମସ୍ତେ ଲାଗି ପଡ଼ିଛନ୍ତି ହେଲେ ସୁନ୍ଦର ସହିତ ସବୁଜ କରିବା ପାଇଁ କେହି ଚେଷ୍ଟା କରୁନାହାନ୍ତି ସେଥିପାଇଁ ଏହି ପାଞ୍ଚ ବର୍ଷ ମଧ୍ୟରେ ସହର ରେ ଦୁଇ ହଜାର ରୁ ଉର୍ଦ୍ଧ୍ବ ମୂଲ୍ୟବାନ ବୃକ୍ଷ କଟି ସାରିଲାଣି ନାଳ ତିଆରି କରିବା ବାହାନା ହେଉ କି ରାସ୍ତା ଚଉଡ଼ା ବାହାନା ହେଉ, କି ରାସ୍ତା ଦୁଇ ପାଖରେ ଟାଇଲ୍ ପକେଇବା ବାହାନା ରେ। ନା କାହା ପାଖରେ ଏହାର ହିସାବ ଅଛି ନା କେହି ସ୍ୱର୍ ଉଠେଈଛନ୍ତି ଏହି କଥା କହି ପାରୁନଥିବା ବୃକ୍ଷ ମାନଙ୍କ ପାଇଁ । ପ୍ରଶାସନ ସହର ଉନ୍ନତି କରଣ କାମ କରିଲା ବେଳେ ଏହି ସବୁ ନିୟମ ମାନିବା ଦରକାର । ବୃକ୍ଷ କୁ ଚାରି ପଟରୁ ତିନି ଫୁଟ ଲେଖାଏଁ ଛାଢ଼ିବା (NGT) Natinal Green Tubnal ର ନିୟମ ଅଛି ହେଲେ ଏ କଥାକୁ କେହି ବି ମାନୁ ନାହାଁନ୍ତି, ନା କଣ୍ଟ୍ରାକ୍ଟର୍,ନା ଇଂଜିନିୟର, ନା (P.W.D), ନା ପ୍ରଶାସନ, ନା ସରକାର, ଆଉ ଆମେ ସମସ୍ତେ ବି ଚୁପ୍ କାରଣ ଆମ ସହର ଉନ୍ନୀତି ଆଉ ପ୍ରଗତି ପ୍ରଥେ, ହେଲେ କଣ କେବେ କେହି ଭାବିଛନ୍ତି ବିନା ବୃକ୍ଷ ରେ ଆମ ସହରର ପରିବେଶ କଣ ହେବ କେତେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ଆଗମୀ ଦିନରେ ଯଦି ବାକି ଅଳ୍ପ କିଛି ବଞ୍ଚିଥିବା ବୃକ୍ଷ ଗୁଡିକୁ ଆମେ ବଞ୍ଚେଇ ନ ରଖିବା ତାହାହେଲେ ପରିସ୍ଥିତି ଭୟଙ୍କର ହେବ ନା ବୃକ୍ଷର ଛାଇ ଟିକେ ପାଇ ପାରିବା ଆଉ ଗ୍ରୀଷ୍ମ ଋତୁରେ ତାତି ଏତେ ପରିମାଣରେ ବଢ଼ିବ ଯାହାକୁ ସହ୍ୟ କରିବା ଆମ ପାଇଁ କଷ୍ଟ ହେଇଯିବ ଆଉ ବୃକ୍ଷକୁ ଦେଖିବା ପାଇଁ ସହର ଛାଡିି ଗ୍ରାମକୁ ଆସିବା ପାଇଁ ପଡିବ । ତାହାହେଲେ ଆସନ୍ତୁ ଆମ ପରିବେଶ ପାଇଁ ଆମେ ଲଢ଼ିବା ଯେଉଁ ଜାଗାରେ ରାସ୍ତା ସୌନ୍ଦଯ୍ୟ କରଣ ପାଇଁ ବୃକ୍ଷ କଟା ଯାଉଛି କି ବୃକ୍ଷ କୁ କ୍ଷତ ବିକ୍ଷତ କରାଯାଉଛି ସେଠାରେ ଆମେ ସ୍ବର ଉଠାଇବା ତାହାହେଲେ ଯାଇ ଆମେ ବୃକ୍ଷ କୁ ସୁରକ୍ଷା ଦେଇ ପାରିବା ।
ଆମ ସବୁଜ ବାହିନୀ ସଙ୍ଗଠନର ସଦସ୍ୟ ମାନେ ଏହି ଦୁଇଟି ପଡ଼ି ରହିଥିବା ବୃକ୍ଷକୁ ଉଠେଇ ତାକୁ ସୁରକ୍ଷା ଦେଇଛନ୍ତି। ଆଶା କରୁଛୁ ଆଗାମୀ ଦିନରେ ଏହି ଦୁଇ ବୃକ୍ଷ ସମାଜର ମଙ୍ଗଳ କାମରେ ଆସିବ

Leave a Reply

Your email address will not be published. Required fields are marked *