ଛିଦ୍ରମୟ ଅସ୍ଥି (ଓଷ୍ଟିଓପୋରୋସିସ) ପରିକ୍ଷା ଶିବିର :
ଅଜି ତା 05-04-2023 ରିଖ, ବୁଧବାର ଦିନ, ପଦ୍ମଶ୍ରୀ ପ୍ରଫେସର (ଡ.) କୃଷ୍ନ ମୋହନ ପାଠିଙ୍କ ଲିଙ୍ଗରାଜ ନଗର ସ୍ଥିତ ବାସଭବନରେ ଓଷ୍ଟିଓପୋରୋସିସ (ଛିଦ୍ରମୟ ଅସ୍ଥି) ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅସ୍ଥି ସ୍ବାସ୍ଥ୍ୟର ପରିକ୍ଷା, ଇଉରିକ ଏସିଡ, ମେଦବହୁଳତା ଇତ୍ୟାଦି ପରିକ୍ଷା କରାଯାଇଥିଲା ଏବଂ ଉପଯୁକ୍ତ ଡାକ୍ତରୀ ପରାମର୍ଶ ଉପଲବ୍ଧ କରାଯାଇଥିଲା ।
ବ୍ରହ୍ମପୁର ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଏହି ଶିବିରର ମୁଖ୍ଯ ଅତିଥି ଭାବରେ ଯୋଗଦେଇ ନିଜ ସ୍ବାସ୍ଥ୍ୟ ପରିକ୍ଷା କରାଇଥିଲେ । ଦକ୍ଷିଣାଞ୍ଚଳ ରାଜସ୍ବ ଅଧିକାରୀଙ୍କ ଅଫିସରୁ ସେକ୍ରେଟାରୀ ସୁଶ୍ରୀ ସୁଜାତା ସାହୁ ମଧ୍ୟ ଶିବିରରେ ଯୋଗଦାନ କରି ନିଜ ସ୍ବାସ୍ଥ୍ୟ ପରିକ୍ଷା କରାଇଥିଲେ । ବ୍ରହ୍ମପୁର ଓ ଅନ୍ଯାନ୍ଯ ଅଞ୍ଚଳର ଅନେକ ବ୍ୟକ୍ତି ସେମାନଙ୍କ ପରିବାର ସଦସ୍ଯଙ୍କ ସହ ଏହି ଶିବିରରେ ନିଜ ନିଜର ସ୍ବାସ୍ଥ୍ୟ ପରିକ୍ଷା କରାଇଥିଲେ ଏବଂ ଡ. ପାଠିଙ୍କ ଠାରୁ ଡାକ୍ତରୀ ପରାମର୍ଶ ନେଇଥିଲେ । ଶ୍ରୀ ସୁରେଶ କୁମାର ପାଠି, ଶ୍ରୀ ପୀତବାସ ରଥ, ଆଇନଜୀବୀ ଶ୍ରୀ ବିଜୟ ଚନ୍ଦ୍ର ମିଶ୍ର, ଆଇନଜୀବୀ ଶ୍ରୀ ରମେଶ ଚନ୍ଦ୍ର ପାଣିଗ୍ରାହୀ, ଶ୍ରୀ ଏ. ରାଜା ରାଓ, ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ଓ ଅନ୍ୟମାନେ ଏହି ସ୍ବାସ୍ଥ୍ୟ ଶିବିରକୁ ପରିଚାଳନା କରି ଏହାକୁ ସଫଳ କରାଇଥିଲେ ।।