ରାଜ୍ୟ

ଉଠ!! ଜାଗ!! ଅମୃତ ମହୋତ୍ସବ ଯାତ୍ରା
ସ୍ବାମୀ ବିବେକାନନ୍ଦ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଯୁବପିଢି ନିଜର ଭବିଷ୍ୟତ ଉଜ୍ଜ୍ବଳ ମୟ କରିପାରିବେ।

ବ୍ରହମପୁର (୧୯/୧)

” ସାମ୍ପ୍ରତିକ ଯୁବ ପୀଢି ଙ୍କୁ ଜାତୀୟତା ମନ୍ତ୍ର ରେ ଉଦବୁଦ୍ଧ କରିବା ନିମନ୍ତେ ବିବେକାନନ୍ଦ କେନ୍ଦ୍ର, କନ୍ୟାକୁମାରୀ ବ୍ରହ୍ମପୁର ଶାଖା ତରଫରୁ ” ଉଠ!! ଜାଗ!! ଅମୃତ ମହୋତ୍ସବ ଯାତ୍ରା ରଥ ଙ୍କୁ ବ୍ରହ୍ମପୁର କେନ୍ଦ୍ର ତରଫରୁ ଗତକାଲି ଗୋସାଣୀ ନୂଆଗାଁ ସରସ୍ୱତି ଶିଶୁ ମନ୍ଦିର ଠାରେ ଭବ୍ୟ ସ୍ଵାଗତ କରାଯାଇ ନଗର ପରିକ୍ରମା କରା ଯାଇଥିଲା। ପ୍ରମୁଖ ଗୋପାଳ କୃଷ୍ଣ ପାଣିଗ୍ରାହୀ, ଭଞ୍ଜ ବିଭାଗ ସଂଚାଳକ ଡ଼ ସଚ୍ଚିଦାନନ୍ଦ ପାତ୍ର ଙ୍କ ସଂଯୋଜନା ରେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ସୁଶାନ୍ତ କୁମାର ସାବତ , ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତି ସଂଘମିତ୍ରା ଦଳାଇ, ରାଜ୍ୟ ପ୍ଲାନିଗ ବୋର୍ଡ ସଦସ୍ୟ ଡ ରମେଶ ଚନ୍ଦ୍ର ପଟନାୟକ ପୁଷ୍ପ ମାଲ୍ୟ ଦେୟୀ ଯାତ୍ରା ର ଶୁଭାରମ୍ଭ କରିଥିଲେ।ପ୍ରାନ୍ତ ସେବା ପ୍ରକଳ୍ପ ପ୍ରମୁଖ ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ପ୍ରାନ୍ତ ସଂଗଠକ ରବି ନାଇଡୁ, ଆଜୀବନ ସଦସ୍ୟ ଡ଼ ଶଙ୍କର ମାଝୀ,ଭଞ୍ଜ ବିଭାଗ ସଂଗଠକ ରେଣୁକା ଦେବୀ, ନୀଲାକ୍ଷି ଦିଦି ପ୍ରମୁଖ ଙ୍କ ତତ୍ତ୍ୱାବଧାନରେ ସହର ର ବିବିଧ ପଥ ପ୍ରାନ୍ତ ପରିକ୍ରମା କରିଥିଲେ। ସନ୍ଧ୍ୟା ରେ ସ୍ଥାନୀୟ ଡ଼ାଇମଣ୍ଡ ଜୁବୁଲି ଟାଉନ୍ ହଲ୍ ରେ ଅନୁଷ୍ଟିତ ସାଧାରଣ ସଭାରେ ଅଭ୍ୟର୍ଥନା କମିଟି ସଭାପତି ବିଶିଷ୍ଟ ସମାଜ ସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ସ୍ବାଗତ ଅଭିଭାଷଣ ଦେଇ ସ୍ବାମୀ ବିବେକାନନ୍ଦ ଙ୍କ ଆଦର୍ଶରେ ଯୁବପିଢି ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ନିଜ ଭବିଷ୍ୟତ ସଜାଡ଼ିବା ସହ ଦେଶ ତଥା ବିଶ୍ଵ ର ଭବିଷ୍ୟତ ଉଜ୍ଜଳ ମୟ କରିପାରିବେ। ବିବେକାନନ୍ଦ ଙ୍କ ବାକ ଶକ୍ତିର ଚମତ୍କାରିତା ହିଁ ତାଙ୍କ ବିଶ୍ଵ ବିଜୟର ମୂଳମନ୍ତ୍ର ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଉପସଭା ନେତ୍ରୀ ପଦ୍ମଶ୍ରୀ ନିବେଦିତା ଭିଡେ ବିବେକାନନ୍ଦଙ୍କ ଦର୍ଶନ, ଦୃଷ୍ଟି ଭଙ୍ଗୀ, ଏ କାତ୍ମତା, ଓ ସର୍ବୋପରି ଯୁବପିଢୀ ଙ୍କୁ ଜାତୀୟତା ବାଦରେ ଉଦବୁଦ୍ଧ କରାଇବା ଅମୃତ ମହୋତ୍ସବ ର ମୂଳ ଲକ୍ଷ୍ୟ ବୋଲି ମତପୋଷଣ କରିଥିଲେ। ନଗର ପ୍ରମୁଖ ଡ଼ ଗୋପାଳ କୃଷ୍ଣ ପାଣିଗ୍ରାହୀ ବିବେକାନନ୍ଦ ଙ୍କୁ ଜଣେ ଆଦର୍ଶ ପୁରୂଷ ସଂସ୍କାର ଓ ସଂସ୍କୃତି ବାର୍ତ୍ତା ବହ ବୋଲି ମତବ୍ୟକ୍ତ କରିଥିଲେ । ଏ ହିଁ କାର୍ଯ୍ୟକ୍ରମରେ ଶ୍ରୀ କେଦାର ନାଥ ପଣ୍ଡା, ଶ୍ରୀ ସନ୍ତୋଷ କୁମାର ସାହୁ, ଡ଼ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଇଁ ମୋହନ ସାହୁ, ଗୌରୀ ଶଙ୍କର ପଟ୍ଟନାୟକ, ଇ ଲକ୍ଷ୍ମୀ ନାରାୟଣ ନାୟକ, ପ୍ରଧାନ ଆଚାର୍ଯ୍ୟ ଷଷ୍ଠୀ ଶଙ୍କର ବିଷୋୟୀ, ଶ୍ରୀ ସତ୍ୟ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। କୁମାରୀ ତିତିକ୍ଷା ପରିଚୟ ପ୍ରଦାନ କରିଥିବା ବେଳେ, ଶେଷରେ ସମ୍ପାଦକ ନରହରି ଡ଼ାଭେ ଉପସ୍ଥିତ ଗଣମାଧ୍ୟମ, ଅତିଥି, ଓ ସମସ୍ତ ଶୁଭେଛୁ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *