ରାଜ୍ୟ

ଭାରତୀୟ ଜନତା ପାର୍ଟିର ୪୪ ତ’ମ ପ୍ରତିଷ୍ଠା ଦିବସ

ଭାରତୀୟ ଜନତା ପାର୍ଟିର ୪୪ ତ’ମ ପ୍ରତିଷ୍ଠା ଦିବସ ଅବସରରେ”ଗାଁ ଗାଁ ଚାଲ ଘର ଘର ଚାଲ” କାର୍ଯ୍ୟକ୍ରମର ଶୁଭାରମ୍ଭ ଆଜି ଭାରତୀୟ ଜନତା ପାର୍ଟିର ୪୪ ତ’ମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଗାନ୍ଧୀ ନଗର ଛକ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ବିଧାନସଭାର ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଯୋଗ ଦେଇ ଭାରତୀୟ ଜନତା ପାର୍ଟିର ଦଳୀୟ ପତାକା ଉତ୍ତୋଳନ କରିଥିଲେ । ଜନସଂଘରୁ ୧୯୮୦ ମସିହା ଏପ୍ରିଲ ୬ ତାରିଖ ଆଜିର ଦିନରେ ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠା ହେଇଥିଲା । ଯାହାକି ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଆଜି ଭାରତୀୟ ଜନତା ପାର୍ଟି ବିଶ୍ଵର ଏକ ନମ୍ବର ରାଜନୈତିକ ଦଳ ଭାବେ ପ୍ରତିଷ୍ଠିତ ହୋଇପାରିଛି । ଆଜିର ଏହି କାର୍ଯ୍ୟକ୍ରମରେ କର୍ପୋରେଟର ପ୍ରଦୀପ କୁମାର ସତପଥି,ଡ଼ି.କରୁଣାକର,ସବିତା ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ସୁନିଲ କୁମାର ସାହୁ, ଡ଼ା.ସୁବାଷ ସାହୁ,ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା, ବ୍ରହ୍ମପୁର ମହାନଗର ପ୍ରଭାରୀ ରାମ ପ୍ରସାଦ ସାମଲ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ, ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ଆସ୍କା ରୋଡ଼ ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,କମାପଲ୍ଲୀ ମଣ୍ଡଳ ସଭାପତି ଗୋପିନାଥ ପଣ୍ଡା,ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର,ସାନ ବଜାର ମଣ୍ଡଳ ସଭାପତି ସରୋଜ ପାତ୍ର,ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ, ଗାନ୍ଧୀନଗର ମଣ୍ଡଳ ସଭାପତି ସତ୍ୟ ନାରାୟଣ ବସନ୍ତିଆ, ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଅନୁଜା ନନ୍ଦ ବିଶ୍ୱାଳ,ବର୍ଷା ବିଦ୍ୟୁସ୍ମିତା ପାଳ,ପ୍ରବୀର ପାତ୍ର,ସୁବ୍ରତ ପାଳ,ସସ୍ମିତା ଦାସ,ଆନନ୍ଦ ମହାଙ୍କୁଡ, ମିଲନ ସିଂ,ରାମନାଥ ଗନ୍ତାୟତ,ସୁମନ ଶତପଥି,ପୁର୍ଣ୍ଣ ଚନ୍ଦ୍ର ସାହୁ,ଡ଼ି.ଅନିଲ ରାଓ,ଗୌରୀ ମହାନ୍ତି,ଡ଼ା.ରାମହରି ଖଣ୍ଡୁଆଳ,ରବି ନାରାୟଣ ସାବତ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ପ୍ରତିଷ୍ଠା ଦିବସ ଅବସରରେ ମଧ୍ୟାହ୍ନରେ ଆଜି ଗଞ୍ଜାମ ଜିଲ୍ଲା ଓବିସି ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଗଞ୍ଜାମ କଳା ପରିଷଦ ଠାରେ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ରଙ୍କ ସଭାପତିତ୍ବରେ “ଗାଁ ଗାଁ ଚାଲ ଘର ଘର ଚାଲ” କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନ ଆଜି ଠାରୁ ଆରମ୍ଭ ହୋଇ ୧୪ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ । ଏଥିରେ ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ପ୍ରଶାନ୍ତ ନାୟକ,ଓବିସି ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ସନ୍ତୋଷ ମହାପାତ୍ର,ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ବି.ଶଙ୍କର ରେଡ଼ୀ,କେ.ଚନ୍ଦ୍ରଶେଖର, ଆନନ୍ଦ ମହାଙ୍କୁଡ,ବାବୁନାଥ ପ୍ରଧାନ, ଧରଣୀଧର ସ୍ୱାଇଁ,ରାମ ପ୍ରସାଦ ସାମଲ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାର ଏବଂ ଅନ୍ୟ ରାଜ୍ୟ ମାନଙ୍କରେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସି ବର୍ଗରେ ଛାତ୍ରଛାତ୍ରୀମାନଙ୍କୁ ୨୭% ସଂରକ୍ଷଣ ମିଳୁଥିବା ବେଳେ ଓଡ଼ିଶାର ଓବିସି ଛାତ୍ରଛାତ୍ରୀ ମାନେ କାହିଁକି ଏଥିରୁ ବଂଚିତ ହେଉଛନ୍ତି,ରାଜ୍ୟ ବିଜେଡ଼ି ସରକାର ଉତ୍ତର ଦେବେ କି ବୋଲି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି । ରାଜ୍ୟ ବିଜେଡ଼ି ସରକାର ଓବିସି ବିରୋଧୀ ବୋଲି ଆଜିର ବୈଠକରେ ମତ ପ୍ରକାଶ କରାଯାଇଥିଲା । ଏଣୁ ଓବିସି ମୋର୍ଚ୍ଚା ପକ୍ଷରୁ ଆଜି ଠାରୁ “ଗାଁ ଗାଁ ଚାଲ ଘର ଘର ଚାଲ” ଅଭିଯାନ କରିବ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା ପ୍ରମୁଖ ଉପସ୍ଥିତ ଥିଲେ । ଅପରାହ୍ନରେ ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଗିରି ରୋଡ଼ ସ୍ଥିତ ପାଢ଼ୀ ସେଲିବ୍ରେସନ୍ ଠାରେ ଜିଲ୍ଲା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀଙ୍କ ସଭାପତିତ୍ବରେ ଜିଲ୍ଲାର ନୂତନ ଭାବେ ଦାୟୀତ୍ୱ ନେଇଥିବା ସମସ୍ତ ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ମାନଙ୍କୁ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ସମ୍ୱର୍ଦ୍ଧିତ କରିଥିଲେ । ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଭାରତୀୟ ଜନତା ପାର୍ଟିର ଇତିହାସ ଉପରେ ଆଲୋକପାତ କରିବା ସହ ରାଜନୀତିରେ ମହିଳା ମାନଙ୍କ ଭୂମିକା ବିଷୟରେ ମାର୍ଗ ଦର୍ଶନ କରିଥିଲେ । ପରେ ମହିଳା ମୋର୍ଚ୍ଚା ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇ ସହର ପରିକ୍ରମା କରିଥିଲେ । ଏଥିରେ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ଗଞ୍ଜାମ ବାର୍ ଆସୋସିଏସନ୍ ସଭାପତି ଶ୍ରୀମତୀ ମିନତୀ ରଥ,ଜିଲ୍ଲା ସମ୍ପାଦିକା ବନ୍ଦିତା ତ୍ରିପାଠୀ,ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଅନୁଜା ନନ୍ଦ ବିଶ୍ୱାଳ,ବର୍ଷା ବିଦ୍ୟୁସ୍ମିତା ପାଳ,ଜିଲ୍ଲା ଉପସଭାପତି ଡ଼ା. ସୁବାଷ ସାହୁ ପ୍ରମୁଖ ମଞ୍ଚାସୀନ ରହି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗ ଦର୍ଶନ କରିଥିଲେ । ପରେ ବ୍ରହ୍ମପୁର ମହାନଗରର ବିଶିଷ୍ଟ ସମାଜସେବୀ ସୁଇଟି ସାହୁଙ୍କୁ ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଗଙ୍ଗାଧର ଶତପଥି,ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ସୁନିଲ କୁମାର ସାହୁ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ଗୋସାଇଁନୂଆଗାଁ ମଣ୍ଡଳ ଠାରେ ବିଜେପିର ୪୪ …

Leave a Reply

Your email address will not be published. Required fields are marked *