ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ “ବିଶ୍ବ ସ୍ବାସ୍ଥ୍ୟ ଦିବସ’ ପାଳିତ l
କଳିଙ୍ଗନଗର, ୭ ଏପ୍ରିଲ ୨୦୨୩ :- ଓଡ଼ିଶାର ଯାଜପୁର ଜିଲ୍ଲା ଡୁବୁରି ସ୍ଥିତ ଟାଟା ଷ୍ଟିଲ୍ ବଳିଙ୍ଗନରେ (ଟିଏସ୍) କାରଖାନା ପରିସରରେ ଥିବା ଷ୍ଟିଲ୍ ମେଲ୍ ସପ୍ (ଏସ୍ଏସ୍ଏସ୍)ର ସମ୍ମିଳନୀ କକ୍ଷରେ ଚୁକ୍ତି ଭିତିକ କର୍ମଚାରୀଙ୍କ ପାଇଁ ଏକ ମେଗା ସ୍ଵାସ୍ଥ୍ୟ ଶିବିର ସହିତ “ ବିଶ୍ଵ ସ୍ଵାସ୍ଥ୍ୟ ଦିବସ’ ପାଳନ କରାଯାଇଛି ।
ଟିଏସ୍କେର ସୁରକ୍ଷା ପରିଚାଳନା ବିଭାଗର ଚିଫ୍ ରବି ମିଶ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଟିଏସ୍ର ପରିଚାଳନା ବିଭାଗର ମହାପ୍ରବନ୍ଧକ କରମବୀର ସିଂ ଏହି ଶନିରକୁ ଉଦ୍ଘାଟନ କରିଥିଲେ। ଟିଏସ୍ର ଷ୍ଟିଲ୍ ମେଲ୍ ସପ୍ଟ, ମେସର୍ସ ଆରତୀ ଏବଂ ରପ୍ରାଇଜେସ୍ ଓ ଟିଏସ୍ର ଭେଣ୍ଡର ପାର୍ଟନର ମେସର୍ସ ସିୟାନ୍ ଟେକ୍ନୋଲୋଜି ସହଯୋଗରେ ଟିଏସ୍କେର ଅପେସନାଲ୍ ହେଲଥ୍
ସରଭିସେସ୍ (ଓଏଚ୍ସ) ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଥିଲା। ଟିଏସ୍ ଓଏଚ୍ଏସ୍ର ବରିଷ୍ଟ ରେଜିଷ୍ଟ୍ରାର ଡକ୍ଟର ଆଲୋକ
କୁମାର ମିଶ୍ର ଓ ଟିଏମ୍ ଓଏଚ୍ଏମ୍ର ବରିଷ୍କ ରେଜିଷ୍ଟ୍ରାର ଡକ୍ଟର ବିନାଶ ଜୁମର ସିଂ ୨୦୦ରୁ ଅଧିକ ଚୁକ୍ତି ଭିତିକ କର୍ମଚାରୀଙ୍କୁ ଚିକିତ୍ସା
ସୁବିଧା ପ୍ରଦାନ କରିଥିଲେ ।ଏହାର ପୂର୍ବଦିନ ଥାଇରଏଡ୍ ଜନିତ ରୋଗ, ଡଇବେଟିସ୍ ମେଲିଟସ୍ ଓ ଏଣ୍ଡୋକ୍ରାଇନ ରୋଗ ସମ୍ପର୍କରେ କର୍ମଚାର ମାନଙ୍କ ଲାଗି ଏକ ଅନଲାଇନ୍ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଥାଇରଏଡ୍, ଡାଇବେଟିସ୍ ଓ ଏଣ୍ଡୋକ୍ରାଇନ୍ ରୋଗର ନିଭିନ୍ନ ଦିଗ ସହିତ ସେହି ରୋଗଗୁଡ଼ିକର ଚିକିତ୍ସା ଓ ପରିଚାଳନା ସମ୍ପର୍କରେ ଉତ୍କଳ ହସ୍ପିଟାଲ, ଭୁଦନେଶ୍ଵରତ ଦରିକ୍ତ କନସଲଟାଂଡ୍ ଡକ୍ଟର ମଧୁସ୍ମିତା ସାହୁ ଅଂଶଗ୍ରହଣକାରୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଟାଟା ଷ୍ଟିଲ୍ କଳିଙ୍ଗନଗରର ବିଭିନ୍ନ ବିଭାଗର ୧୨୦ରୁ ଅଧିକ କର୍ମଚାରୀ ଏହି
ଅଧିବେଶନରେ ଯୋଗ ଦେଇଥିଲେ ।
ଏହି ଅଦସରରେ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍ ପକ୍ଷରୁ ଭୁଦନ କ୍ଲବ୍ରେ ଏକ ଏକାଥନ୍ ଆୟୋଜନ କରାଯାଇଥିଲା ଯେଉଁଥିରେ ସ୍ଥାନୀୟ
ଗୋଷ୍ଠୀର ୧୯ରୁ ଅଧିକ ଲୋକ ଭାଗ ନେଇଥିଲେ । ଭୁବନ ବ୍ଲକ୍ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଭୁବନର ସତ୍ୟ ସାଇ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ଏହି ୱାନାଥନକୁ ଭୁବନ ୧ ନମ୍ବର ୱାର୍ଡର କାଉନ୍ସିଲର ଗିରିଧର ସାହୁ ଉଦ୍ଘାଟନ କରିଥିଲେ । ଏହା ପରେ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍ ମେଡିକାଲ୍ ସୁପରିଟେଣ୍ଡେଟ୍ ଡକ୍ଟର ଏସ୍ ଏସ୍ ସୁତ ଉ ଓ ରେଡିଓଲୋଜି ବିଭାଗରେ କନସଲଟାଂଟ୍ ଡକ୍ଟର ସଂଜିତ ମିଶ୍ର ସ୍ଵାସ୍ଥ୍ୟର ବିଭିନ୍ନ ଦିଗ ଉପରେ ଏକ ସଚେତନତା ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ମନ୍ଦିର ପରିସରରେ ଏକ ସାଧାରଣ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ଯେଉଁଥିରେ ସମାଜର ୫୫ ଜଣ ଲୋକ ଉପକୃତ ହୋଇଥିଲେ । ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ଓ ସୁସ୍ତକର ଅଭ୍ୟ ସର ପ୍ରସାର କରିବା ଗୁରୁତ୍ଵ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ଏକ ସୁରକ୍ଷିତ ଓ ସୁସ୍ଥକର କର୍ମ ପରିବେଶ ପ୍ରଦାନ କରିବା ଏବଂ ଆଘାତ ଓ ଅସୁସ୍ଥତା ମୁକ୍ତ କର୍ମକ୍ଷେତ୍ର ହସଲ କରିବା ଲାଗି ଟାଟା ଷ୍ଟିଲ୍ କଳିଙ୍ଗ ନଗର ପ୍ରତିବଦ୍ଧ ରହିଛି ।(ଉମାକାନ୍ତ ମହାପାତ୍ର ଙ୍କ ରିପୋର୍ଟ)