ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଓବିସି ମଞ୍ଚ କର୍ମକର୍ତ୍ତାଙ୍କ ସାକ୍ଷାତ ଆଲୋଚନା
ସମ୍ବଲପୁର,୦୬/୦୪: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହ ରାଜ୍ୟ ଓବିସି ମଞ୍ଚ କର୍ମକର୍ତ୍ତାଙ୍କ ସାକ୍ଷାତ ଆଲୋଚନା ଅନୁଷ୍ଠିତ ହୋଇଥିଲା I ଛତିଶଗଡ଼ର ରାଜଧାନୀ ରାୟପୁର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି ସାକ୍ଷାତ ଆଲୋଚନାରେ ରାଜ୍ୟ ଓବିସି ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ବଘେଲଙ୍କୁ ଓବିସି ମଞ୍ଚ ପକ୍ଷରୁ ପଛୁଆ ବର୍ଗ (ଓଵିସି) ମାନଙ୍କ ପାଇଁ
କରାଯାଉଥିବା ଆନ୍ଦୋଳନ ସମ୍ପର୍କରେ ଅବଗତ କରାଯାଇଥିଲା I ଏହି ଅବସରରେ ଛତିଶଗଡ ରାଜ୍ୟରେ ପଛୁଆବର୍ଗଙ୍କ ପାଇଁ ୧୪ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିବାବେଳେ ଏହି ସଂରକ୍ଷଣକୁ ୨୭ ପ୍ରତିଶତ କରିବା ପାଇଁ ଏକ ବିଧେୟକ ଗୃହରେ ପାରିତ ହୋଇ ରାଜ୍ୟପାଳଙ୍କ ଅନୁମୋଦନ ନିମନ୍ତେ ପଠାଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ବଘେଲ ପ୍ରକାଶ କରିଥିଲେ I ଏହି ଆଲୋଚନା ସମୟରେ ଓବିସି ମଞ୍ଚ ରାଜ୍ୟ ସଭାପତି ଶଙ୍କର ପାତ୍ର, ଛତିଶଗଡ ସରକାରଙ୍କ ପଛୁଆ ବର୍ଗ ବିକାଶ ପ୍ରାଧିକରଣ ସଦସ୍ୟ ନରେନ୍ ସାହୁ, ଦୀପକ ପ୍ରଧାନ, ପରଦେଶୀ ବିଶ୍ୱାଳ, ମଞ୍ଚର ସମ୍ବଲପୁର ଜ଼ିଲ୍ଲା ଆବାହକ ସରୋଜ ସାହୁ, ଓବିସି କର୍ମୀ ସୁଧାଂଶୁ ଶେଖର ମହାରଣା, ବୀରେନ୍ଦ୍ର କୁମାର ପ୍ରଧାନ, ପାଣ୍ଡଵ କର୍ଣ, ଉତ୍ତମ ପ୍ରଧାନ, ବ୍ରହ୍ମIମହାକୁର, ନିଲୁ ସାହୁ, ଲମ୍ବୋଦର ନାୟକ ପ୍ରମୁଖ ଓବିସି ଅନ୍ତର୍ଭୁକ୍ତ ସମାଜ ଗୁଡିକର ରାଜ୍ୟ ଏବଂ ଜ଼ିଲ୍ଲାସ୍ତରୀୟ କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ I