ରାଜ୍ୟ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଙ୍କୁ ଦିଲ୍ଲୀ ରେ ଭେଟିଲେ ବିଜେପି ଜିଲ୍ଲା ଉପ ସଭାପତି ଉଦୟ ମଲ୍ଲିକ,,,,,, ଦାବି କଲେ ବାସୁଦେବପୁର ରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା

  ବାସୁଦେବପୁର -ଭଦ୍ରକ ଜିଲ୍ଲା ବାସୁଦେବପୁର ର ଧାମରା ଏସିଆ ମହାଦେଶ ର ସର୍ବବୃହତ ଧାମରା ବନ୍ଦର ହୋଇଥିବା ବେଳେ ବାସୁଦେବପୁର ଅଞ୍ଚଳ ତଥା ଏଠାରେ ଭାରତ ପ୍ରସିଦ୍ଧ ରକ୍ତ ତ୍ରିର୍ଥ ଇରମ ଅଛି ଯେଉଁଠାରେ  ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଇଂରେଜ ପୋଲିସ ଡି ଏସ ପି କୁଞ୍ଜବିହାରୀ ମହାନ୍ତି ଙ୍କ ତତ୍ଵାବଧାନରେ ଇଂରେଜ ମାନେ ଗୁଳି କରି ହତ୍ୟା କରିଥିଲେ! ବାସୁଦେବପୁର ଏକ ପୌରପାଳିକା ଓ 36ଟା ପଞ୍ଚାୟତ ଏହା ପାଖା ପାଖୀ ଧାମରା ବନ୍ଦର ରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସି ବସ ବାସ କରୁଛନ୍ତି! ଯାହାକି ଜନସଂଖ୍ୟା ବୃଦ୍ଧି ସହିତ ବିଭିନ୍ନ ବର୍ଗର ଲୋକେ ରହିବା ସ୍ଥଳରେ ଏଠାରେ ପିଲାମାନେ ସିବିଏସି ଢାଞ୍ଚା ରେ ପାଠ୍ୟକ୍ରମ ପାଇଁ ଦାବି କରିଛନ୍ତି ! ବାସୁଦେବପୁର ରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମୋହଦୟଙ୍କୁ ବାସୁଦେବପୁର ଯୁବନେତା ତଥା ଭାରତୀୟ ଜନତା ପାଟି ର ଉପସଭାପତି ଶ୍ରୀଯୁକ୍ତ ଉଦୟ ନାରାୟଣ ମଲ୍ଲିକ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି | ଆମ ଅଞ୍ଚଳ ର ତଥା ରାଜ୍ୟ ଓ ରାଜ୍ୟ ବାହାରୁ ଆସି ରହୁଥିବା ପିଲାମାନେ ପାଠ ପଢିବାରେ ଅସୁବିଧା ହେଉଛି ଏଠାରେ ପିଲାମାନେ ସିବିଏସ ପାଠ୍ୟକ୍ରମ ରୁ ବଞ୍ଚିତ ହେଉଛନ୍ତି |ଏଠାକାର ପରିବାର ଲୋକେ ସିବିଏସ ପାଠ ଖସଡ଼ା ରେ ବଞ୍ଚିତ ହେଉଛନ୍ତି!ପରିବାର ମାନଂକରେ ଇଚ୍ଛା ଥିଲେ ହେ ସେମାନେ ସିବିଏସ ପାଠ୍ୟକ୍ରମ ପଡ଼େଇବା ପାଇଁ ତାଙ୍କ ପିଲାଙ୍କୁ ଦୀର୍ଘ 40 କିଲୋମିଟର ଭଦ୍ରକ ସହରକୁ ଯିବାକୁ ପଡୁଛି,,,ଯାହା ଫଳରେ ଛାତ୍ର ଛାତ୍ରୀ ମାନେ ଯିବା ଆସିବା ରେ ଅସୁବିଧା ସହିତ କ୍ଲାନ୍ତ ଅନୁଭବ କରୁଛନ୍ତି ଓ ମଧ୍ୟାହ୍ନ ଭୋଜନ କରିପାରୁନାହାନ୍ତି ଆଉ ପାଠ ପଢ଼ାରେ ମଧ୍ୟ ଅସୁବିଧା ସୃଷ୍ଟି ହେଉଛି !ବାସୁଦେବପୁର ରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ସହିତ ଚାନ୍ଧିମାଳ ରେ ନବୋଦୟ ବିଦ୍ୟାଳୟ ରେ ତାର ସିଟ ସଂଖ୍ୟା ବୃଦ୍ଧି କରିବା ପାଇଁ ଦାବିପତ୍ର ଦେଇଛନ୍ତି ।

Leave a Reply

Your email address will not be published. Required fields are marked *