ମନୋରଞ୍ଜନ

ଛ’ଟି ଭାଷାରେ ନିର୍ମିତ ଚଳଚ୍ଚିତ୍ର ‘ଅନ୍ତର୍ଯ୍ୟାମୀ’ରେ ପୁଣି ବାବୁସାନ୍‌ ମୁଖ୍ୟ ଭୂମିକାରେ

ରୋମିଓ ଦ ଲଭରବୟ, ପ୍ରେମ ଅଢ଼େଇ ଅକ୍ଷର, ଲୋଫର, ୧୪୩ – ଆଇ ଲଭ ୟୁ, ସଞ୍ଜୁ ଆଉ ସଞ୍ଜନା, ଚକୋଲେଟ୍, ଦୋସ୍ତି, ଥୁକୁଲ, ଇଡିଅଟ୍, ଲଭ୍ ମାଷ୍ଟର, ଦିୱାନା ଦିୱାନୀ, ଡାହା ବାଳୁଙ୍ଗା, ସୁପର ମିଛୁଆ, ଲଭ୍ ଷ୍ଟେସନ୍, ଯିଏ ଯାହା କହୁ ମୋର ଢୋ, ଝିଅଟା ବିଗିଡ଼ିଗଲା, ସିଷ୍ଟର ଶ୍ରୀଦେବୀ, ସୁନ୍ଦରଗଡ଼ର ସଲମାନ୍ ଖାନ୍, ଶ୍ରୀମାନ୍ ସୁରଦାସ, ବିଦ୍ୟାରାଣ ପରି ଅନେକ ରୋମାଣ୍ଟିକ୍ ଫିଲ୍ମର ନାୟକ ବାବୁସାନ୍। ବାପା ଉତ୍ତମ ମହାନ୍ତି ଓ ମା’ ଅପରାଜିତାଙ୍କ କଳାକାର ଜୀବନର ରକ୍ତ ବାବୁସାନ୍‌ଙ୍କ ଭିତରେ ପ୍ରବାହିତ ହେଉଛି ବୋଲି ଅନେକ କହନ୍ତି। ଅଭିନୟ ବ୍ୟତୀତ ତାଙ୍କ ଭିତରେ ଗୀତ ଗାଇବାର କଳା ବି ଅଛି। କିଛିବର୍ଷ ହେବ ସେ ଓଲିଉଡ୍‌ର ଚକୋଲେଟ୍ ବୟ ଭାବେ ପରିଚିତ ହେଇଛନ୍ତି।ଚଳଚ୍ଚିତ୍ର ‘ଦମନ’ର ସଫଳତା ଓ ଦର୍ଶକାଦୃତି ପରେ ଓଡ଼ିଆ, ତେଲୁଗୁ, ତାମିଲ, ମାଲୟାଲାମ୍ ଓ କନ୍ନଡ ଆଦି ଛ’ଟି ଭାଷାରେ ନିର୍ମିତ ଚଳଚ୍ଚିତ୍ର ‘ଅନ୍ତର୍ଯ୍ୟାମୀ’ରେ ପୁଣି ବାବୁସାନ୍‌ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି। ଏଥିରେ ବାବୁସାନ୍‌ଙ୍କ ବିପକ୍ଷର ନାୟିକା ଅଛନ୍ତି ବେଦବିକା। ଏମାନଙ୍କ ସହ ଶ୍ରୀତମ ଦାସ ଓ ତେଲୁଗୁ ସିନେ ଇଣ୍ଡଷ୍ଟ୍ରିର କସ୍ତୁରୀ ଶଙ୍କରଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି। ଏହାର ପୋଷ୍ଟର ଲୋକାର୍ପଣ ଉତ୍ସବରେ ‘ଦମନ’ର ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା ଏବଂ ଅଭିନେତ୍ରୀ ଶୀତଲ ଯୋଗ ଦେଇଥିଲେ। ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଶିବ ସତ୍ୟମ୍ ଏବଂ ପ୍ରଯୋଜନା କରିଛନ୍ତି ଅମ୍ରିତ ନିସାଦ ଓ ଅଭିରାମ। ଏହା ଏକ ଆକ୍ସନ୍ ବେସ୍‌ଡ ସିନେମା। ‘ଦମନ’ ପରେ ବାବୁସାନ୍‌ଙ୍କୁ ନେଇ ଦର୍ଶକଙ୍କ ନଜରରେ ଏହା ଆଉ ଏକ ଚର୍ଚ୍ଚିତ ଚଳଚ୍ଚିତ୍ର ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *