ମନ୍ତ୍ରୀ ଓ ସାଂସଦଙ୍କ ଦ୍ଵାରା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ;
ଟିଟିଲାଗଡ: ରବିବାର ସକାଳ ୧୦ ଟା ୩୦ ସମୟରେ ଟିଟିଲାଗଡ ଥାନା ପାର୍ଶ୍ଵରେ ଥିବା ଗୁଜୁରାତି ସ୍କୁଲ ପରିସର ରେ ଏକ ନୂତନ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଉଦଘାଟନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ, ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାର ସାଂସଦ ଶ୍ରୀମତି ସଂଗୀତା ସିଂ ଦେଓ, ଟିଟିଲାଗଡ ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବି ଜୈନ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ପ୍ରଦିପ କୁମାର ଗୁରୁ, ଟିଟିଲାଗଡ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢୀ, ଏବଂ ରାଜସ୍ଥାନୀ ହେଲଥ ଫାଉଣ୍ଡେସନର ଚେୟାରମେନ ଶ୍ରୀ ଜଗଦୀଶ ପ୍ରସାଦ ଶର୍ମା ଉପସ୍ଥିତ ଥିଲେ। ପ୍ରଥମେ ଅତିଥିଙ୍କ ଦ୍ବାରା ଫିତା କାଟି ସ୍ବାସ୍ଥ୍ୟ କେନ୍ଦ୍ର ବୁଲି ଦେଖିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତି ଟୁକୁନି ସାହୁ ଏହି ସ୍ଵାସ୍ଥ୍ୟ କେନ୍ଦ୍ର ଯୋଗୁଁ ଲୋକେ ଚିକିତ୍ସିତ ହୋଇପାରିବେ ବୋଲି କହିବା ସହ ଟିଟିଲାଗଡ଼ ରେ କେନ୍ଦ୍ରୀୟ ବିଦ୍ୟାଳୟ ଅତି ଜରୁରୀ ବୋଲି ସାଂସଦ ମେଦମଙ୍କ ପାଖରେ ଦାବି ଜଣାଇ ଥିଲେ।
ସେହିପରି ସଂଗୀତା ମେଡମ ରାଜସ୍ଥାନୀ ହେଲଥ ଫାଉଣ୍ଡେସନ ଟିମ କୁ ଧନ୍ୟବାଦ ଜଣାଇ କେନ୍ଦ୍ର ର ଆୟୁଷମାନ ଭାରତ ଯୋଜନା କୁ ଓଡିଶା ରାଜ୍ୟ ରେ ଲାଗୁ କରେଇବା ପାଇଁ କଥା ଉଠେଇଥିଲେ।
ମମତା ଜୈନ ଟିଟିଲାଗଡ଼ ରେ ଡାକ୍ତରଙ୍କ ଘୋର ଅଭାବ ରହି ଥିବାର କଥା କହି ଏହି ଆରୋଗ୍ୟ କେନ୍ଦ୍ର ରୋଗୀଙ୍କ ପାଇଁ ବହୁ ଉପଯୋଗୀ ହେବ ବୋଲି କହି ଥିଲେ।
ଫାଉଣ୍ଡେସନ ର ଶ୍ରୀ ଶର୍ମା କହି ଥିଲେ ଯେ ଉକ୍ତ କେନ୍ଦ୍ର ରେ ସବୁ ପ୍ରକାର ରୋଗୀ ସେବା ସମ୍ପୂର୍ଣ ମାଗଣା ରହିବ ଓ ସମୟ-ସମୟ ରେ ବଡ଼-ବଡ଼ ହସ୍ପିଟାଲ ର ବିଶେଷଜ୍ଞ ଡାକ୍ତରଙ୍କ ଟିମ ଏଠାରେ ମେଗା କେମ୍ପ ମଧ୍ୟ କରିବ।
ଏହି ଅବସର ରେ SDMO ଡ.ନାୟକ, EO ବିପିନ ଦୀପ, DPM ଆଦିଙ୍କୁ ତାଙ୍କ ସହଯୋଗ ପାଇଁ ଫାଉଣ୍ଡେସନ ତରଫରୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।
ସଭା କୁ ଧନ୍ୟବାଦ ଟିମ ର ଜଣେ ବରିଷ୍ଠ ସଦସ୍ୟ ଦେଇ ସମସ୍ତଙ୍କ ସହଯୋଗ କାମନା କରି ଥିଲେ।