‘ହୋସା’ ଦ୍ଵାରା ସୁଦୂର କର୍ଣ୍ଣାଟକରେ ଆୟୋଜିତ ହୋଇଯାଇଛି ପବିତ୍ର ଉତ୍କଳ ଦିବସ
କର୍ଣ୍ଣାଟକର ବିଜୟନଗର ଜିଲ୍ଲାର ହୋସାପେଟେ ଠାରେ ” ହୋସାପେଟେ ଓଡ଼ିଆ ସୋସିଓକଲ୍ଚରାଲ ଆସୋସିଏସନ୍” ତରଫରୁ ପ୍ରଦେଶ ପ୍ରତିଷ୍ଠା ଦିବସ ପୁଣ୍ୟ ଉତ୍କଳ ଦିବସ ଅବସରରେ ଓଡ଼ିଆ ମାନେ ଏକାଠି ହୋଇ ଅନୁଷ୍ଠାନର ସପ୍ତମ ଉତ୍କଳ ଦିବସ ପାଳନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ,ଜିନ୍ଦଲ ଷ୍ଟିଲର ଉପସଭାପତି ଶ୍ରୀ ଦେବାଶିଷ ମିଶ୍ର, ଏମ.ଏସ.ପି,ଏଲ୍ ର ଗ୍ରୁପ ଉପସଭାପତି ଡ଼ ଦେବବ୍ରତ ଦାସ ଓ ଶ୍ରୀ ସୂର୍ୟନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଏହା ସହିତ ଅନୁଷ୍ଠାନର ସଭାପତି ଶ୍ରୀ ମାନସ ଦାସ , ଆନ୍ୟ ସଭ୍ୟମାନେ ଶ୍ରୀ ମନୋଜ ପ୍ରଧାନ, ଶ୍ରୀ ସୁବ୍ରଜିତ୍ କାନୁନଗୋ,ଶ୍ରୀ ସୁଜିତ୍ ସିଂ,ଶ୍ରୀ ବିରଜା ପ୍ରସାଦ ବେହେରା,ଶ୍ରୀମତୀ ରାଜଶ୍ରୀ ଦାସ ପ୍ରମୁଖ ଯୋଗଦେଇଥିଲେ। ଶ୍ରୀମତୀ ମୋନାଲିସା ପ୍ରଧାନଙ୍କ ଦ୍ଵାରା ସଞ୍ଚାଳିତ ଉକ୍ତ କାର୍ଯକ୍ରମରେ ୨୦୦ରୁ ଉର୍ଦ୍ଧ ଓଡ଼ିଆ ପରିବାର ଯୋଗ ଦେଇଥିଲେ। ଛୋଟ ପିଲା ଓ ଗୃହିଣୀ ମାନଙ୍କ ଦ୍ଵାରା ସୁନ୍ଦର ନୃତ୍ୟ ଓ ସଙ୍ଗୀତ ସମ୍ପୂର୍ଣ୍ଣ ଓଡ଼ିଆରେ ପରିବେଷିତ ହୋଇଥିଲା।ଶେଷରେ ଓଡ଼ିଆ ମିଠା, ପିଠା,ଝୋଟି ଓ ଅନ୍ୟ ପ୍ରତିଯୋଗୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା..ଉକ୍ତ କାର୍ଯକ୍ରମ ଦ୍ଵାରା ପିଲା ମାନଙ୍କ ମନରେ ନିଜ ଭାଷା, ପୂର୍ବଗୌରବ ଓ ମାତୃଭୂମି ପ୍ରତି ଭଲପାଇବାକୁ ଉଜ୍ଜୀବିତ କରିବା ଅନୁଷ୍ଠାନର ଆଭିମୁଖ୍ୟ ବୋଲି ଜଣାଇଛନ୍ତି ‘ ହୋସା’ କାର୍ଯ୍ୟକର୍ତ୍ତା ମାନେ ….