ଅପମିଶ୍ରିତ ଏବଂ ଚୋରା ଦେଶୀ ମଦ କବଜା ରେ ରଣ୍ଢା ଏବଂ ଗୋଲନ୍ଥରା ଅଞ୍ଚଳ!ରଙ୍ଗେଈଲୁଣ୍ଡା!!”!!”!!
!!ପୁଣି ଆଉ ଏକ ଦେଶୀ ମଦ ମୃତ୍ୟୁ ର ଆଶଙ୍କା!ବିଗତ ଦିନର ସେହି ଲୋମା୍ଟାଙ୍କୁରା ମଦ ମୁର୍ତ୍ୟୁ ର ଘଟଣା ମନେ ପଡିଲେ ଆଜି ବି ଦେହ, ମନ ଶୀତେଇ ଉଠେ!ଅପମିଶ୍ରିତ ଦେଶୀ ମଦ ବିକ୍ରି ଦ୍ୱାରା କେତେ ଯେ ଛୁଆ ବାପ ଛେଉଣ୍ଡ ହେଲେ, କେତେ ଯେ ସଧବା ନାରୀ ବିଧବା ହେଲେ ତାହା ଓଡିଶା ଇତିହାସ ବିଶେଷ କରି ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ କେବେ ବି ଭୁଲି ପାରିବେ ନାହଁ!ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲନ୍ଥରା, ରଣ୍ଢା, ବିଶ୍ୱନାଥପୁର, ଭଳିଆଗଡ଼, ଏବଂ ପଞ୍ଚମା ଅଞ୍ଚଳ ରେ ବିକ୍ରୟ ହେଉଥିବା ଅପମିଶ୍ରିତ ଦେଶୀ ମଦ ଏହାର କାରଣ!ଉକ୍ତ ଅଞ୍ଚଳ ରେ ଥିବା ଜୁଗୁଡ଼ି ସ୍ଥିତ ଦେଶୀ ମଦ ପ୍ରସ୍ତୁତ କେନ୍ଦ୍ର ବା ଭାଟି ରେ ପ୍ରସ୍ତୁତ ହେଉଛି ଅପମିଶ୍ରିତ ମଦ, ଯାହା ସାଧାରଣ ରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି!ନିଜର କ୍ଷମତା ଠାରୁ ଚୋରା ରେ ଅଧିକ ମଦ ପ୍ରସ୍ତୁତ କରି ବିନା କାଗଜ, ପତ୍ର ରେ ଅଥବା କିଛି ଅବକାରୀ କର୍ମଚାରୀ ଙ୍କୁ ହାତ ଗୁଞ୍ଜା ଦେଇ ନିଜର ଅଧିକୃତ ଅଞ୍ଚଳ ବାହାରେ ବିକ୍ରି କରୁଥିବା ନେଇ ସାଧାରଣ ରେ ଅଭିଯୋଗ ହେବାରେ ଲାଗିଛି!ଦୁତୀୟତଃ ଅବକାରୀ ନୀତି ନିୟମ ଅନୁଯାଇ ମହୁଲ ରେ ମଦ ପ୍ରସ୍ତୁତ ହେବା ବଦଳରେ ନାମକୁ ମାତ୍ର ମହୁଲ ମିଶ୍ରଣ କରି ବିଭିନ୍ନ ପ୍ରକାର ର ରାସାୟନିକ ସାମଗ୍ରୀ ଯଥା ଇଷ୍ଟ, ନିଶା ଔଷଧ ମିଶା ଯାଇ ମଦ ପ୍ରସ୍ତୁତ କରା ଯାଉଥିବା ଅଭିଯୋଗ ହେବାରେ ଲାଗିଛି!ଅବକାରୀ ଅଧିକାରୀ ମାନେ ମଦ ର ମାନ ଯାଞ୍ଚ କରିବାକୁ ଆସିବା ସମୟ ରେ ସେମାନଙ୍କୁ ପରୀକ୍ଷଣ ପାଇଁ ଗୋଟିଏ ପ୍ରକାର ର ମଦ ଦିଆଯାଏ, ଏବଂ ଗରୀବ ଜନ ସାଧାରଣ ଙ୍କୁ ବିକ୍ରୟ କରିବା ସମୟ ରେ ଅପମିଶ୍ରିତ ମଦ ଦିଆଯାଏ!ଫଳରେ ଜନ ସାଧାରଣ ନାନାଦି ରୋଗ ରେ ପୀଡିତ ହୋଇ ସର୍ବସ୍ବ ହରାଇବାର ନଜିର ରହିଛି!ତେଣୁ କୌଣସି ଅଘଟଣ ଘଟିବା ପୂର୍ବରୁ ଜିଲ୍ଲା ପ୍ରଶାସନ ସହ ଜିଲ୍ଲା ଅବକାରୀ ବିଭାଗ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବହୁ ବୁଦ୍ଧିଜୀବୀ ମତ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରିଛନ୍ତି!