୨୦୨୫ ସୁଦ୍ଧା ଭାରତରେ ଉଡ଼ନ୍ତା ଟ୍ୟାକ୍ସି
ନୂଆଦିଲ୍ଲୀ : ଭାରତୀୟ ଆମେରିକୀୟ ଡାକ୍ତର ଚିରଞ୍ଜିବୀ କାଠୁରିଆ ଭାରତରେ ଉଡ଼ନ୍ତା ଟାକ୍ସି ଓ ଡ୍ରୋନ୍ ନିର୍ମାଣ କରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ୨୦୦୪ରେ ଆମେରିକାର ସିନେଟ୍ ଦୌଡ଼ରେ ସାମିଲ ହୋଇଥିବା କାଠୁରିଆଙ୍କ କଂପାନି ଜଣ୍ଟ୍ ଏୟାର ମୋବିଲିଟି ଆସନ୍ତା ଚାରି ବର୍ଷ ଭିତରେ ଉଡ଼ନ୍ତା ଟାକ୍ସି ବିକାଶ କରିବାକୁ ଯୋଜନା ରଖିଛି। ଏଥିପାଇଁ ଏହି ସଂସ୍ଥା ଏଲ୍ଆଣ୍ଡ୍ଟି ଟେକ୍ନୋଲୋଜି ସର୍ଭିସେସ୍ ଲିମିଟେଡ୍ ସହିତ ସହଯୋଗିତା ସ୍ଥାପନ କରିଛି। ୨୫୦ଟି ଉଡ଼ନ୍ତା ଟାକ୍ସି ବିକାଶ କରିବା ଲାଗି ଏକ ହେଲିକପ୍ଟର ପରିଚାଳନା ସଂସ୍ଥାଠାରୁ କଂପାନି ବରାଦ ହାସଲ କରିଛି।