ଏକ ବର୍ଷପୂର୍ତି ଅବସରରେ କର୍ପୋରେଟର ନିଜ ୱାର୍ଡ ଅଞ୍ଚଳରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ତାଙ୍କ ୱାର୍ଡବାସୀଙ୍କ ସହଯୋଗରେ ପାଳନ କଲେ
ବ୍ରହ୍ମପୁର ମହାନଗର ନିଗମ ୨୭ନମ୍ବର ୱାର୍ଡ ଭାବେ ଶପଥ ନେବାର ୧ ବର୍ଷପୂର୍ତି ଅବସରରେ କର୍ପୋରେଟର ନିଜ ୱାର୍ଡ ଅଞ୍ଚଳରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେ ପାଳନ କରିଛନ୍ତି ତାହାର ସବିଶେଷ ତଥ୍ୟ ଦେଇଛନ୍ତି କର୍ପୋରେଟର ନୀଳକଣ୍ଠ ସାହୁ।ବିଜେପି କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ
ସହଯୋଗରେ ନିଜ ୱାର୍ଡ ଅଞ୍ଚଳକୁ ସର୍ବାଙ୍ଗ ସୁନ୍ଦର
କରିବାରେ ପ୍ରୟାସ ଜାରି ରଖ୍ ବର୍ଷକ ମଧ୍ୟରେ ପ୍ରାୟ ୩କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ବହୁ ଉନ୍ନୟନ କାର୍ଯ୍ୟ କରିଥିବା ନେଇ ଆହୁତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାହୁ ସୂଚନା ଦେଇଥଲେ। ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପ୍ରକାରେ ସେ ଯେଉଁ କାର୍ଯ୍ୟ କରିଛନ୍ତି ତାହାର ରିପୋର୍ଟ କାର୍ଡ ମଧ୍ୟ ଗଣମାଧ୍ୟମ ନିକଟରେ ରଖୁଥିଲେ। ୱାର୍ଡବାସୀଙ୍କ ସହଯୋଗରେ ସେ ଏହି କାର୍ଯ୍ୟ କରିଥିବା କହିଛନ୍ତି ।ମହାନଗର ନିଗମ କର୍ତ୍ତୃପକ୍ଷ, ବ୍ରହ୍ମପୁରସାଂସଦ, ବିଧାୟକ, ମେୟର ଓ ସମସ୍ତ କର୍ପୋରେଟରଙ୍କ ସହଯୋଗରେ ନିଜ ୱାର୍ଡକୁ
ଏକ ମଡେଲ୍ ୱାର୍ଡ ଭାବେ ପରିଣତ କରିବା ପାଇଁ ସେ ସ୍ଵପ୍ନ ଦେଖିଥିବା କହିଛନ୍ତି। ୱାର୍ଡରଆଡୁଆ ସାହି ରାସ୍ତା, ବଡସାହି ନାଳ ଓ ରାସ୍ତା,ନୂଆଁସାହି ନାଳ ଓ ରାସ୍ତା, ହରିଜନ ସାହି ଶ୍ମଶାନ,ସାଳିଆବନ୍ଧ ସାହି ରାସ୍ତା ଭଳି ବହୁ ସାହିର ନାଳ,ରାସ୍ତା, ଡ୍ରେନ୍, ବିଜୁଳି, ପାନୀୟ ସମସ୍ୟା ସହ ପାର୍କ, ପୋଖରୀ ଉନ୍ନତିକରଣ କାର୍ଯ୍ୟ କରିଥିବା ସେ ସୂଚନା ଦେଇଥିଲେ। ବହୁ କାର୍ଯ୍ୟର ଟେଣ୍ଡର ସରିଛି। ଖୁବ୍ଶୀଘ୍ର ସେହି କାର୍ଯ୍ୟ ମଧ୍ୟ ଆରମ୍ଭ ହେବ ବୋଲି ସେ କହିଥିଲେ। ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ଶିବିର,
ରକ୍ତଦାନ ଶିବିର, ବିଭିନ୍ନ ସଚେତନତା ମୂଳକ
କାର୍ଯ୍ୟ ମଧ୍ୟ ୱାର୍ଡରେ ଜାରି ରଖୁଥିବା ସେ
କହିଥିଲେ। ୱାର୍ଡର ବିକାଶ ପାଇଁ ୱାର୍ଡବାସୀଙ୍କ
ସହଯୋଗ ରହିଛି ଓ ଆଗାମୀଦିନରେ ଏହି
ସହଯୋଗ ଜାରି ରହିଲେ ୱାର୍ଡର କୌଣସି
ସମସ୍ୟା ରହିବ ନାହିଁ ବୋଲି ସେ କହିଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ
ମଧ୍ୟରେ ପ୍ରକାଶଚନ୍ଦ୍ର ପାତ୍ର, ବିଜେପି ନେତା
ବାଳକୃଷ୍ଣ ସାମନ୍ତରା, ରବିନ୍ଦ୍ର ସାହୁ, ଶିଶିର ପାଳ,
ଭାଗୀରଥ ସାହୁ, ଦୁର୍ଗାପ୍ରସାଦ ଦାସ, ଆଇନ୍ଜୀବୀ
ଅନନ୍ତ ମହାନ୍ତି, ପ୍ରଫୁଲ୍ଲ ସାହୁ ପ୍ରମୁଖ ମଞ୍ଚାସୀନ
ଥିଲେ। ନିଗମ ଅଞ୍ଚଳରେ ପ୍ରଥମଥର ନିଜ
ୱାର୍ଡରେ କରିଥିବା କାର୍ଯ୍ୟକୁ ସାମ୍ବାଦିକ ସମ୍ମିଳନୀ
ଜରିଆରେ ସହରବାସୀଙ୍କୁ ଜଣାଇଥିବାରୁ ବିଭିନ୍ନ
ମହଲରେ ତାଙ୍କୁ ଶୁଭେଚ୍ଛା ଦିଆଯାଇଥିବା ସହ ଓଡ଼ିଶା ର ସମସ୍ତ ମହାନଗର , ଏନ, ଏ,ସି ,ପଞ୍ଚାୟତ ମାନେ ବାର୍ଷିକ ବିବରଣୀ ଦେବା ଦରକାର ବୋଲି ଦୁନ୍ଧଜିବ ମାନେ ମତ ରଖିଛନ୍ତି