ପ୍ରଶ୍ନ ବାଣ ରେ ସରିଲା ବାସୁଦେବପୁର ପଞ୍ଚାୟତ ସମିତି ର ଚତୁର୍ଥ ସାଧାରଣ ଅଧିବେଶନ।
ବାସୁଦେବପୁର – ମଙ୍ଗଳ ବାର ସ୍ଥାନୀୟ ନୀଳମଣି ଟାଉନ ହଲ ପରିସର ରେ ବାସୁଦେବପୁର ପଞ୍ଚାୟତ ସମିତି ପକ୍ଷ ରୁ ଚତୁର୍ଥ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି। ସକାଳ ୧୧ ରେ ଆରମ୍ଭ ହେବାକୁ ଥିବା ଅଧିବେଶନ ର କିଛି ସମୟ ବିଳମ୍ବ ହେବାରୁ ସ୍ଥାନୀୟ କିଛି ଜନ ପ୍ରତିନିଧି ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପରେ ଅଧିବେଶନ ଆରମ୍ଭ ହୋଇଥିଲା। ସ୍ଥାନୀୟ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ବିଡିଓ ସତ୍ୟଜିତ ରାଉତ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ ଘାଟନ କରିଥିଲେ। ପରେ କୃଷି, ସ୍ବାସ୍ଥ୍ୟ, ଜଙ୍ଗଲ, ବିଦ୍ୟୁତ୍ , ଶିକ୍ଷା, ଜଳ ଭଳି ସମସ୍ତ ବିଭାଗ ର କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା। ଏଥି ନେଇ ଆରମ୍ଭ ରୁ ପଞ୍ଚାୟତ ସମିତି ର ବିଭିନ୍ନ ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି ମାନେ ନାନା ପ୍ରକାର ଅଭିଯୋଗ କରିଥିଲେ। ସମସ୍ତ ପ୍ରକାର ପ୍ରଶ୍ନ ର ବିଭାଗୀୟ ଅଧିକାରୀ ମାନେ ଉତ୍ତର ପ୍ରଦାନ କରିଥିଲେ