ରାଜ୍ୟ ସ୍ତରୀୟ ଉଷୁ ଚୟନ ପ୍ରତିଯୋଗିତା
ମୋଦି ସରକାର ଖେଲ ଇଣ୍ଡିଆ ମାଧ୍ୟ୍ୟମରେ କ୍ରୀଡ଼ାବିତ ଙ୍କୁ ପ୍ରୋତ୍ସାହନ ଦେଉଛନ୍ତି-କାଳନ୍ଦି ସାମଲ
ତାଳଚେର :ତା 12/04:ତାଳଚେର ଭରତପୁର ଠାରେ ବୁଧବାର ରାଜ୍ୟସ୍ତରୀୟ ଉଷୁ ଚୟନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି |ଓଡିଶା ର 30ଟି ଜିଲ୍ଲାରୁ ଜିଲ୍ଲା ସ୍ତରରେ ଚୟନ ହୋଇଥିବା 107ଜଣ ମହିଳା ଓ ପୁରୁଷ ବର୍ଗ ର ପ୍ରତିଯୋଗୀ ଯୋଗ ଦେଇଥିଲେ |ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ ର ଡାଇରେକ୍ଟର କାଳନ୍ଦି ସାମଲ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରି ମୋଦି ସରକାର ଖେଲ ଇଣ୍ଡିଆ ମାଧ୍ୟମରେ ରେ କ୍ରୀଡ଼ାବିତ ଙ୍କୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ପ୍ରକାଶ କରିଥିଲେ |ଲୁକାୟିତ କ୍ରୀଡା ପ୍ରତିଭା ଙ୍କୁ ଆଗକୁ ଆଣିବା ଦିଗରେ ଉଷୁ ଆସୋସିଏସନ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ | ଉଷୁ ଆସୋସିଏସନ ର ରାଜ୍ୟ ସଭାପତି ଇଁ ଏସ ଏସ ହରିଚନ୍ଦନ ଉଦଘାଟନ ସତ୍ର ରେ ସଭାପତିତ୍ବ କରି ଅନୁଗୁଳ ଜିଲ୍ଲା ଉଷୁ ଆସୋସିଏସନ ରାଜ୍ୟ ସ୍ତରୀୟ ଚୟନ ପ୍ରତିଯୋଗିତା ଆୟୋଜନ କରିଥିବାରୁ ସମସ୍ତ କର୍ମକର୍ତା ଙ୍କୁ ଧନ୍ୟବାଦ ଦେଇଥିଲେ |ରାଜ୍ୟ ଉଷୁ ଆସୋସିଏସନ ର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ |ଅନୁଗୁଳ ଜିଲ୍ଲା ଉଷୁ ଆସୋସିଏସନ ସଭାପତି ପର୍ଶୁରାମ ବାରିକ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଯୋଗୀ ଙ୍କୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ଜାତୀୟ ସ୍ତରର ପ୍ରତିଯୋଗିତା କରାଇବା ଉପରେ ମତ ରଖିଥିଲେ |ତାଳଚେର ରେ କାର୍ଯ୍ୟକ୍ରମ 1ହେବ ବୋଲି ଅନୁଗୁଳ ଜିଲ୍ଲା ଉଷୁ ଆସୋସିଏସନ ପକ୍ଷରୁ ଜିଲ୍ଲା ସଭାପତି ପର୍ଶୁରାମ ବାରିକ ସୂଚନା ଦେଇଛନ୍ତି |ଜିଲ୍ଲା ଉଷୁ ସଂଘ ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ନାଏକ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ,ଉପ ସଭାପତି ବାସୁଦେବ ସାହୁ ଧନ୍ୟବାଦ ଦେଇଥିଲେ |ଏଠାରୁ ସିଲେକ୍ସନ ହେବା ଖେଳାଳି ମାନେ ଆଗାମୀ ମାସରେ ମହାରାଷ୍ଟ୍ର ପୁନେ ଠାରେ ଆୟୋଜିତ 32 ତମ ଜାତୀୟ ବରିଷ୍ଟ ଉଷୁ ଚମ୍ପିୟାନ ସିପ ରେ ଭାଗ ନେବେ |ଉଷୁ ସଂଘ ର ରାଜ୍ୟ ସଭାପତି ଏସ ଏସ ହରିଚନ୍ଦନ, ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା, ଙ୍କ ସମେତ ରାଜ୍ୟ ର ପଦାଧିକାରୀ, ଜାତୀୟ ଜଜ ପୃଥ୍ୱୀରାଜ ହରିଚନ୍ଦନ, ପଙ୍କଜ ମହନ୍ତ, ନବୀନ ସିଂହ,ସୁଜନ କୁମାର ରଥ, ଅନୁରାଧା ଡୋରା ପ୍ରମୁଖ ଯୋଗ ଦେଇ ଖେଳ ପରିଚାଳନା କରିଥିଲେ |ରାଜ୍ୟ ସ୍ତରୀୟ ଏହି କାର୍ଯ୍ୟକ୍ରମ ରେ ଉଷୁ ସଂଘ ର ରାଜ୍ୟ ଓ ଜିଲ୍ଲା କର୍ମକର୍ତା ମାନେ ଯୋଗ ଦେଇଥିଲେ |