ଜିଲ୍ଳା ମହୋତ୍ସବ ସଜେଇ ହୋଇଥିବା ବେଳେ ବ୍ଲକ ମହୋତ୍ସବ ୪ଖଣ୍ଡ ବାଉଁଶରେ ସୀମିତ
ବିଭିନ୍ନ ମହଲରେ ଦାନାବାନ୍ଧୁଛି ଅସନ୍ତୋଷ
ତାଳଚେର ତା ୧୯/୦୧ ଅନୁଗୋଳ ଜିଲ୍ଳା ମହୋତ୍ସବ ବହୁ ନାମୀଦାମୀ ହୋଲିଉଡ଼ ତାରକା, ବଲିଉଡ଼ ତାରକାକୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚକରି ଆଡମ୍ବର ସହକାରେ ପାଳିତ ହୋଇଥିବା ବେଳେ ଶିଲ୍ପନଗରୀ ତାଳଚେର ବ୍ଲକ ପରିସର ମଧ୍ୟରେ ମହୋତ୍ସବ ମୁକ୍ତ ଆକାଶତଳେ ୪ଖଣ୍ଡ ବାଉଁଶ ତଳେ ନିଜ ଅସ୍ତିତ୍ୱ ବଂଚାଇବାକୁ ନାମକୁ ମାତ୍ର ଭରପୁର ପ୍ରୟାସ କରୁଥିବା ଘଟଣା ତାଳଚେର ଅଂଚଳବାସୀଙ୍କୁ ଅଟହାସ୍ୟ କଲାଭଳି ଅବସ୍ଥା ଦେଖାଦେଇଛି । ଏହି କାର୍ଯ୍ୟକ୍ରମ କେବଳ ଆଂଚଳିକ କଳାକାର ମାନଙ୍କୁ ନେଇ ବ୍ଲକ ମହୋତ୍ସବ କେହି ଜାଣିନପାରିବା ଅତି ନିନ୍ଦୀନୀୟ ବିଷୟ । ଏଥିନେଇ ପ୍ରଶାସନ ଓ ଲୋକପ୍ରତିନିଧି ପକ୍ଷରୁ ପ୍ରଚାର ପ୍ରସାର େଟୋପାଏ ହେଲେ ହୋଇନଥିଲା । ନେତା ପ୍ରଶାସନିକ ଅଧିକାରୀମାନେ ଛୋଟଛୋଟ କାର୍ଯ୍ୟକ୍ରମରେ ଯୋଗଦେଇ ସୋସିଆଲ ମିଡ଼ିଆରେ ପ୍ରଚାର ପ୍ରସାର କରି ନିଜ ବଡ଼ିମା ପଣିଆ ଦେଖାଉ ଥିବା ବେଳେ ସର୍ବାଧିକ ରାଜସ୍ୱ ଦେଉଥିବା ତାଳଚେର ମହୋତ୍ସବ ମୁକ୍ତ ଆକାଶ ତଳେ ହେବା ଏହା ଏକ ବିଦ୍ରୁପ ସ୍ୱରୂପ ନୁହେଁ ବୋଲି ଅଂଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ବ୍ଲକ ମହୋତ୍ସବକୁ ନେଇ ପ୍ରଚାର ପ୍ରସାର ଯୋର କରୁଥିବା ବେଳେ ତାଳଚେର ଅଂଚଳରେ ମାତ୍ର ୨/୪ ହଜାର ଟଙ୍କା କାମଚଳା ବଜେଟ୍ରେ ଜିଲ୍ଳା ମହୋତ୍ସବରେ ଜିଲ୍ଳା ଖଣିଜପାଣ୍ଠିରୁ ବ୍ୟାପକ ଅର୍ଥ ଖର୍ଚ୍ଚକରାଯାଇ ଧୁମଧାମରେ ପାଳନ ହୋଇଯାଇଛି । ତାଳଚେର ଅଂଚଳରେ ଏଥିନେଇ ବ୍ଲକରେ କୌଣସି ସୋର୍ଶଦ୍ଦ ନଥିଲା । ତାଳଚେର ବ୍ଲକ ଅନ୍ତର୍ଗତ ୧୭ଟି ପଂଚାୟତର ଜମି ଘର ଦ୍ୱାରା ଏମସିଏଲ ଅଧିଗ୍ରହଣ କରିସାରି ୧୦ଟି କୋଇଲା ଖଣି ଖନନ କରି ପ୍ରଚୁର ଲାଭ ପାଉଥିବା ବେଳେ ରାଜସ୍ୱ କ୍ଷେତ୍ରରେ ସିଂହଭାଗର୍ହନ କରିଥାଏ ତାଳଚେର । ଜିଲ୍ଳା ମହୋତ୍ସବ ନେଇ ଜିଲ୍ଳା ଖଣିଜ ପାଣ୍ଠି ବ୍ୟବହାର ହେବା ସହିତ ଘରୋଇ ରାଷ୍ଟ୍ରାୟତ କମ୍ପାନୀ ଅନୁଦାନ ଦେଇ ସୌଜନ୍ୟତା ଦେଖାଉଛନ୍ତି । କିନ୍ତୁ ବ୍ଲକ ସ୍ତରରେ ଆୟୋଜକ କମିଟି ଏବଂ କର୍ତୁପକ୍ଷ ଏଥିପ୍ରତି ଭେଦଭାବ ହିନମାନ୍ୟତା ଦେଖାଉଛନ୍ତି କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ଉଠିଛି ପ୍ରଶ୍ନ? ଯଦ�